ପିବିଏଲ୍ ଅକ୍ସନ୍‌: ସିନ୍ଧୁ ଓ ତାଇ ଜୁ ୟିଙ୍ଗ୍ ଦାମୀ ଖେଳାଳି

ନୂଆଦିଲ୍ଲୀ: ପ୍ରିମିୟର୍ ବ୍ୟାଡମିଣ୍ଟନ୍ ଲିଗ୍ (ପିବିଏଲ୍‌)ର ପଞ୍ଚମ ସଂସ୍କରଣ ପାଇଁ ଆଜି ଖେଳାଳିମାନଙ୍କର ଅକ୍ସନ ହୋଇଛି। ବିଶ୍ୱ ଚାମ୍ପିୟନ୍ ପିଭି ସିନ୍ଧୁଙ୍କୁ ହାଇଦ୍ରାବାଦ ହଣ୍ଟର୍ସ ୭୭ ଲକ୍ଷ ଟଙ୍କାରେ ଚଳିତ ସଂସ୍କରଣ ପାଇଁ ରିଟେନ୍ କରିଛି। ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କୁ ମଧ୍ୟ ଡିଫେଣ୍ଡିଂ ଚାମ୍ପିୟନ୍ ବେଙ୍ଗାଲୁରୁ ରାପଟର୍ସ ୭୭ ଲକ୍ଷ ଟଙ୍କାରେ କିଣିଛି। ରାପଟର୍ସ ଏହି ବିଡିଂରେ ପୁଣେ ସେଭେନ୍ ଏସେସକୁ ପଛରେ ତାଇ ଜୁ’ଙ୍କୁ ନିଜ […]

sindhu-and-tai-tzu

sindhu-and-tai-tzu

Ranjit Kumar Jena
  • Published: Tuesday, 26 November 2019
  • Updated: 26 November 2019, 08:06 PM IST

Sports

Latest News

ନୂଆଦିଲ୍ଲୀ: ପ୍ରିମିୟର୍ ବ୍ୟାଡମିଣ୍ଟନ୍ ଲିଗ୍ (ପିବିଏଲ୍‌)ର ପଞ୍ଚମ ସଂସ୍କରଣ ପାଇଁ ଆଜି ଖେଳାଳିମାନଙ୍କର ଅକ୍ସନ ହୋଇଛି। ବିଶ୍ୱ ଚାମ୍ପିୟନ୍ ପିଭି ସିନ୍ଧୁଙ୍କୁ ହାଇଦ୍ରାବାଦ ହଣ୍ଟର୍ସ ୭୭ ଲକ୍ଷ ଟଙ୍କାରେ ଚଳିତ ସଂସ୍କରଣ ପାଇଁ ରିଟେନ୍ କରିଛି। ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କୁ ମଧ୍ୟ ଡିଫେଣ୍ଡିଂ ଚାମ୍ପିୟନ୍ ବେଙ୍ଗାଲୁରୁ ରାପଟର୍ସ ୭୭ ଲକ୍ଷ ଟଙ୍କାରେ କିଣିଛି। ରାପଟର୍ସ ଏହି ବିଡିଂରେ ପୁଣେ ସେଭେନ୍ ଏସେସକୁ ପଛରେ ତାଇ ଜୁ'ଙ୍କୁ ନିଜ ଟିମରେ ସାମିଲ୍ କରିଛି। ଫଳରେ ଉଭୟ ସିନ୍ଧୁ ଓ ତା ଜୁ' ଯୁଗ୍ମ ଭାବେ ପଞ୍ଚମ ସଂସ୍କରଣର ଦାମୀ ଖେଳାଳି ହୋଇଛନ୍ତି।

ଭାରତର ଶୀର୍ଷ ଖେଳାଳିମାନଙ୍କ ମଧ୍ୟରେ ସାମିଲ୍ ବି ସାଇ ପ୍ରଣୀତଙ୍କୁ ର୍ୟାସପଟର୍ସ ଟିମ୍ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଟିମରେ କାଏମ୍ ରଖିଛି। ଚେନ୍ନାଇ ସୁପରଷ୍ଟାର୍ଜ ପୁରୁଷ ଡବଲ୍ସ ଖେଳାଳି ବି. ସୁମିତ୍ ରେଡ୍ଡିଙ୍କୁ ୧୧ ଲକ୍ଷ ଟଙ୍କାରେ କିଣିଥିବା ବେଳେ ପୁଣେ ସେଭେନ୍ ଏସେସ୍ ଚିରାଗ ସେଟ୍ଟୀଙ୍କୁ ୧୫ଲକ୍ଷ ୫୦ହଜାର ଟଙ୍କାରେ କିଣିଛି। ବିଶ୍ୱର ୯ ନମ୍ବର ଆମେରିକୀୟ ସିଙ୍ଗଲ୍ସ ଖେଳାଳି ବେଇୱାନ୍ ଝାଙ୍ଗଙ୍କୁ ମଧ୍ୟ ଅୱଧେ ୱାରିୟର୍ସ ରିଟେନ୍ ରଖିଛି, ଯାହାଙ୍କ ପାଇଁ ଫ୍ରାଞ୍ଚାଇଜି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଜାତୀୟ ବ୍ୟାଡମିଣ୍ଟନ୍ କୋଚ୍ ପୁଲେଲା ଗୋପୀଚାନ୍ଦଙ୍କ ଝିଅ ଗାୟତ୍ରୀ ଗୋପୀଚାନ୍ଦଙ୍କୁ ଚେନ୍ନାଇ ଟିମ୍ ନେଇଛି। ସେହିପରି ଆସାମର ଯୁବ ଖେଳାଳି ଅସ୍ମିତା ଚାଲିହାଙ୍କୁ ତାଙ୍କ ଘରୋଇ ଟିମ୍ ନର୍ଥ ଇଷ୍ଟର୍ଣ୍ଣ ୱାରିୟର୍ସ ୩ ଲକ୍ଷ ଟଙ୍କାରେ କିଣିଛି।

ଅନ୍ତର୍ଜାତୀୟ କ୍ୟାରିୟରରେ ଫୋକସ୍ କରିବା ପାଇଁ ଲଣ୍ଡନ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହ୍ୱାଲ ଓ କିଦାମ୍ବୀ ଶ୍ରୀକାନ୍ତ ପିବିଏଲର ପଞ୍ଚମ ସଂସ୍କରଣରୁ ଓହରିଯାଇଛନ୍ତି। ଏହି ଦୁଇ ଟପ୍ ଖେଳାଳିଙ୍କ ଅନୁପସ୍ଥିତି ଦ୍ୱାରା ପିବିଏଲର ଏହି ସଂସ୍କରଣର ରୋମାଞ୍ଚ କମିଯାଇଛି। ଗତ ସଂସ୍କରଣରେ ନର୍ଥ ଇଷ୍ଟର୍ଣ୍ଣ ୱାରିୟର୍ସ ପକ୍ଷରୁ ଖେଳିଥିବା ସାଇନା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଏହି ଲିଗରୁ ଦୂରେଇ ଯାଇଛନ୍ତି। ସେହିପରି ଶ୍ରୀକାନ୍ତ ଅନ୍ତର୍ଜାତୀୟ ଇଭେଣ୍ଟ ଖେଳି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଚଳିତ ସଂସ୍କରଣର ନିଲାମ ପ୍ରକ୍ରିୟାରେ ମୋଟ ୧୫୪ ଜଣ ଖେଳାଳି ସାମିଲ୍ ଥିଲେ, ଯେଉଁଥିରେ ସାଇ ପ୍ରଣୀତ, ଲକ୍ଷ୍ୟ ସେନ୍ ଓ ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକ ସାଇରାଜ ଏବଂ ଚିରାଗ ସେଟ୍ଟୀ ସାମିଲ୍ ଅଛନ୍ତି। ପିବିଏଲର ପରବର୍ତ୍ତୀ ସଂସ୍କରଣ ଜାନୁଆରୀ ୨୦ରୁ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଯେଉଁଥିରେ ୭୪ଜଣ ଭାରତୀୟ ଶଟଲର୍ ଭାଗ ନେବେ। ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଓ ଲକ୍ଷ୍ନୌରେ ବେହାକୁଥିବା ଏହି ଲିଗରେ ୭ଟି ଟିମ୍ ଯଥା ଅୱଧେ ୱାରିୟର୍ସ (ଲକ୍ଷ୍ନୌ), ବେଙ୍ଗାଲୁରୁ ର୍ୟାୟପଟର୍ସ (ବେଙ୍ଗାଲୁରୁ), ମୁମ୍ବାଇ ରକେଟ୍ସ (ମୁମ୍ବାଇ), ହାଇଦ୍ରାବାଦ ହଣ୍ଟର୍ସ (ହାଇଦ୍ରାବା), ଚେନ୍ନାଇ ସୁପରଷ୍ଟାର୍ଜ (ଚେନ୍ନାଇ), ନର୍ଥ ଇଷ୍ଟର୍ଣ୍ଟ ୱାରିୟର୍ସ (ନର୍ଥ ଇଷ୍ଟ) ଓ ପୁଣେ ସେଭେନ୍ ଏସେସ୍ (ପୁଣେ) ଭାଗ ନେବେ।

ପ୍ରତି ଟିମ୍ ପାଖରେ ଖର୍ଚ୍ଚ କରିବା ପାଇଁ ୨ କୋଟି ଟଙ୍କା ଥିଲା, କିନ୍ତୁ ଜଣେ ଖେଳାଳିଙ୍କ ପିଛା ୭୭ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରିପାରିବେ ନାହିଁ। ଟିମରେ ସର୍ବାଧିକ ୧୧ ଖେଳାଳି ରହିପାରିବେ, ଯେଉଁଥିରେ ଅତିବେଶୀରେ ୬ଜଣ ବିଦେଶୀ ଖେଳାଳି ଏବଂ ଅତିକମରେ ୩ଜଣ ମହିଳା ଖେଳାଳି ରହିବା ଦରକାର। ପିବିଏଲର ପରବର୍ତ୍ତୀ ସଂସ୍କରଣ ମଧ୍ୟ ପୁରୁଣା ଫର୍ମାଟରେ ଖେଳାଯିବ। ଲିଗରେ ମୋଟ ୫ଟି (ଦୁଇଟି ପୁରୁଷ ସିଙ୍ଗଲ୍ସ, ଗୋଟିଏ ମହିଳା ସିଙ୍ଗଲ୍ସ, ଗୋଟିଏ ପୁରୁଷ ଡବଲ୍ସ ଏବଂ ଗୋଟିଏ ମିକ୍ସଡ୍ ଡବଲ୍ସ ମ୍ୟାଚ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story