ପିସିବି କ୍ରିକେଟ୍ କମିଟି ଅଧ୍ୟକ୍ଷ ପଦ ଛାଡ଼ିଲେ ମୋହସିନ୍ ଖାନ୍

କରାଚୀ: ପୂର୍ବତନ ଟେଷ୍ଟ କ୍ରିକେଟର ମୋହସିନ୍ ଖାନ୍ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କ୍ରିକେଟ୍ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପ୍ରସ୍ତାବକୁ ପିସିବି ଅଧ୍ୟକ୍ଷ ଏହସାନ୍ ମନୀ ସ୍ୱୀକାର କରିଛନ୍ତି । ଏବେ ୱାସିମ୍ ଖାନ୍ ପାକିସ୍ତାନ କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେବେ। ଇସ୍ତଫା ଦେବା ପରେ ମୋହସିନ୍ କହିଛନ୍ତି, “ମୋତେ ସୁଯୋଗ ଦେଇଥିବାରୁ ମୁଁ ପିସିବି ଅଧ୍ୟକ୍ଷ ଏହସାନ୍ ମନୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ସର୍ବଦା ପାକିସ୍ତାନ କ୍ରିକେଟର ଉନ୍ନତି ଚାହିଁଆସିଛି।” […]

mohsin

Hemant Lenka
  • Published: Thursday, 20 June 2019
  • , Updated: 20 June 2019, 06:14 PM IST

କରାଚୀ: ପୂର୍ବତନ ଟେଷ୍ଟ କ୍ରିକେଟର ମୋହସିନ୍ ଖାନ୍ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କ୍ରିକେଟ୍ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପ୍ରସ୍ତାବକୁ ପିସିବି ଅଧ୍ୟକ୍ଷ ଏହସାନ୍ ମନୀ ସ୍ୱୀକାର କରିଛନ୍ତି । ଏବେ ୱାସିମ୍ ଖାନ୍ ପାକିସ୍ତାନ କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେବେ।

ଇସ୍ତଫା ଦେବା ପରେ ମୋହସିନ୍ କହିଛନ୍ତି, "ମୋତେ ସୁଯୋଗ ଦେଇଥିବାରୁ ମୁଁ ପିସିବି ଅଧ୍ୟକ୍ଷ ଏହସାନ୍ ମନୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ସର୍ବଦା ପାକିସ୍ତାନ କ୍ରିକେଟର ଉନ୍ନତି ଚାହିଁଆସିଛି।" ସେହିପରି ଏହସାନ୍ ମନୀ କହିଛନ୍ତି, "ମୋହସିନ୍ ଜଣେ କ୍ଷମତାଶାଳୀ ବ୍ୟକ୍ତି। ଆମେ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ପାକିସ୍ତାନ ଟିମ୍ ପ୍ରତି ତାଙ୍କର ଯୋଗଦାନ ଅତୁଳନୀୟ ରହିଛି।"

ବୁଧବାର ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଥିଲା ଯେ, ପାକିସ୍ତାନ ଟିମର ଖେଳାଳି ଏବଂ ସେମାନଙ୍କ ସର୍ପୋଟ୍ ଷ୍ଟାଫଙ୍କ ଗତ ତିନିବର୍ଷର ପ୍ରଦର୍ଶନର ସମୀକ୍ଷା କରାଯିବ। ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏହାସହ ଭାରତ ବିପକ୍ଷ ପରାଜୟ ପରେ ପାକିସ୍ତାନକୁ ଚାରିଆଡ଼ୁ ସମାଲୋଚନା କରାଯାଉଛି।

Related story