ଏସିଆ କପ୍ କ୍ରିକେଟ୍‌: ପାକିସ୍ତାନ ଯିବାକୁ ମନା କଲା ବିସିସିଆଇ

ନୂଆଦିଲ୍ଲୀ: ପାକିସ୍ତାନରେ ଏସିଆ କପ୍ ଖେଳିବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ସିଧାସଳଖ ମନା କରିଦେଇଛି। ଏ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଟିମ୍ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଗସ୍ତ କରିବ ନାହିଁ। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଯଦି ଏସିଆ କପର ଆୟୋଜନ କରେ, ତାହେଲେ ଏଥିରେ ବିସିସିଆଇର କୌଣସି ସମସ୍ୟା ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଏସିଆ କପର ଆୟୋଜନ ପାକିସ୍ତାନ କ୍ରିକେଟ୍ ବୋର୍ଡ କୌଣସି […]

india

Ranjit Kumar Jena
  • Published: Tuesday, 28 January 2020
  • , Updated: 28 January 2020, 09:20 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ଏସିଆ କପ୍ ଖେଳିବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ସିଧାସଳଖ ମନା କରିଦେଇଛି। ଏ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଟିମ୍ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଗସ୍ତ କରିବ ନାହିଁ। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଯଦି ଏସିଆ କପର ଆୟୋଜନ କରେ, ତାହେଲେ ଏଥିରେ ବିସିସିଆଇର କୌଣସି ସମସ୍ୟା ନାହିଁ।

ମିଡିଆ ରିପୋର୍ଟ ଅନୁଯାୟୀ, ଏସିଆ କପର ଆୟୋଜନ ପାକିସ୍ତାନ କ୍ରିକେଟ୍ ବୋର୍ଡ କୌଣସି ନିରପେକ୍ଷ ଭେନ୍ୟୁରେ କରୁ ବୋଲି ବିସିସିଆଇ ଚାହେଁ। ଏ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଏସିଆ କପକୁ କୌଣସି ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବାର ଆବଶ୍ୟକ ରହିଛି, କାରଣ ଭାରତ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ଆମ ପାଇଁ ଟୁର୍ଣ୍ଣାମେଣ୍ଟର ଆୟୋଜନ କୌଣସି ବଡ଼ ମୁଦ୍ଦା ନୁହେଁ ଏବଂ ଆମେ କେବଳ ନିରପେକ୍ଷ ଭେନ୍ୟୁରେ ଖେଳିବା ପାଇଁ କହୁଛୁ।

ଯଦି ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ଭାରତ ବିନା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରେ, ତାହେଲେ ଏହା ଅଲଗା କଥା। ନଚେତ୍ ଯଦି ଏସିସି ଚାହୁଁଛି ଯେ ଭାରତ ଏସିଆ କପରେ ଭାଗ ନେଉ, ତାହେଲେ ଟୁର୍ଣ୍ଣାମେଣ୍ଟ୍ ପାକିସ୍ତାନରେ ଆୟୋଜନ ନହେବା ନିହାତି ଜରୁରୀ। ସୂଚନାଯୋଗ୍ୟ, ୨୦୧୮ରେ ଏସିଆ କପ୍ ଭାରତରେ ଆୟୋଜିତ ହେବାର ଥିଲା, କିନ୍ତୁ ପାକିସ୍ତାନ ଖେଳାଳିଙ୍କ ଭିସା ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜିତ ହୋଇଥିଲା ଏବଂ ଏହାର ଆୟୋଜନ ବିସିସିଆଇ କରିଥିଲା।

Related story