ରାଜଧାନୀରେ 'ପିଙ୍କାଥନ' ଆୟୋଜିତ

ଭୁବନେଶ୍ୱର: ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଗତ ୨୦ ତାରିଖରେ ‘ପିଙ୍କାଥନ’ ଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୫କିମି ବିଶିଷ୍ଟ ଏହି ଦୌଡ଼ରେ ୧୦୦ରୁ ଅଧିକ ମହିଳା ଏବଂ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ। ପିଙ୍କାଥନ ଆମ୍ବାସଡର୍ ମୌସୁମୀ ମିଶ୍ର, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ଏବଂ ଜାତୀୟ ଶଟପୁଟ୍ ଥ୍ରୋୟର୍ ଅଂଶିକା ଏହି ଦୌଡ଼କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଦୌଡ଼ କିଟ୍ ଛକଠାରୁ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏସଆଇଟି) ପର୍ଯ୍ୟନ୍ତ କରାଯାଇଥିଲା। ଏହା ପରେ […]

pinkathon

Ranjit Kumar Jena
  • Published: Wednesday, 23 October 2019
  • , Updated: 23 October 2019, 08:56 PM IST

ଭୁବନେଶ୍ୱର: ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଗତ ୨୦ ତାରିଖରେ 'ପିଙ୍କାଥନ' ଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୫କିମି ବିଶିଷ୍ଟ ଏହି ଦୌଡ଼ରେ ୧୦୦ରୁ ଅଧିକ ମହିଳା ଏବଂ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ। ପିଙ୍କାଥନ ଆମ୍ବାସଡର୍ ମୌସୁମୀ ମିଶ୍ର, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ଏବଂ ଜାତୀୟ ଶଟପୁଟ୍ ଥ୍ରୋୟର୍ ଅଂଶିକା ଏହି ଦୌଡ଼କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଦୌଡ଼ କିଟ୍ ଛକଠାରୁ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏସଆଇଟି) ପର୍ଯ୍ୟନ୍ତ କରାଯାଇଥିଲା। ଏହା ପରେ ଏହି ଦୌଡ଼ ପୁଣିଥରେ କିଟ୍ ଛକକୁ ଫେରିଥିଲା। ଏହି ଦୌଡ଼କୁ ସଫଳତାର ସହ ଅତିକ୍ରମ କରିଥିବା ଖେଳାଳିମାନଙ୍କୁ ପଦକ ଏବଂ ଇ-ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ପିଙ୍କାଥନ୍ ହେଉଛି ଭାରତରେ ମହିଳାଙ୍କର ସବୁଠାରୁ ବଡ଼ ଦୌଡ଼ ପ୍ରତିଯୋଗିତା। ଏହାକୁ ୟୁନାଇଟେଡ୍ ସିଷ୍ଟର ଫାଉଣ୍ଡେସନ୍‌, ମଧୁବନ ସୋସାଇଟି, ସେନ୍ ନଗର୍‌, ମୁମ୍ବାଇର ମିଲିନ୍ସ ସୋମନ୍‌, ରୀମା ସାଙ୍ଘଭିଙ୍କ ଦ୍ୱାର ପ୍ରତିଷ୍ଠା କରାଯାଇଛି।

ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଯଥା ସ୍ତନ କର୍କଟ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ୟୁନାଇଟେଡ୍ ସିଷ୍ଟର୍ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ପିଙ୍କାଥନ କେବଳ ଏକ ଦୌଡ଼ ପ୍ରତିଯୋଗିତା ନୁହେଁ। ଏହି କାର୍ଯ୍ୟକ୍ରମ ସମର୍ଥନରେ ଭାରତ ସମେତ ୫ଟି ଦେଶରେ ୧୨ହଜାରୁ ଅଧିକ ମହିଳା ୫କିମି ଦୌଡ଼ରେ ସାମିଲ୍ ହୋଇଥିଲେ।

Related story