ବିନା ଦର୍ଶକରେ କ୍ରିକେଟ ମ୍ୟାଚ ସପକ୍ଷରେ ବେନ ଷ୍ଟୋକ୍ସ

ଲଣ୍ଡନ: ମହାମାରୀ କରୋନା ଭାଇରସ ପାଇଁ କ୍ରିକେଟରେ ତାଲା ପଡ଼ିଛି। କେବେ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହେବ, ସେକଥା କେହି ବି ଜାଣି ନାହାନ୍ତି। ବିନା ଦର୍ଶକରେ କ୍ରିକେଟ ମ୍ୟାଚ୍‌ ଖେଳା ଯାଇ ପାରିବ କି ନାହିଁ, ତା’କୁ ନେଇ ଚାଲିଥିବା ବିତର୍କରେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସାମିଲ ହୋଇଛନ୍ତି। ବିନା ଦର୍ଶକରେ କ୍ରିକେଟ ମ୍ୟାଚ୍‌ ସପକ୍ଷରେ ସେ ମତ ଦେଇଛନ୍ତି। ବିବିସି ରେଡିଓ ୫ ଲାଇଭକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, […]

fg

Hemant Lenka
  • Published: Tuesday, 05 May 2020
  • , Updated: 05 May 2020, 08:40 PM IST

ଲଣ୍ଡନ: ମହାମାରୀ କରୋନା ଭାଇରସ ପାଇଁ କ୍ରିକେଟରେ ତାଲା ପଡ଼ିଛି। କେବେ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହେବ, ସେକଥା କେହି ବି ଜାଣି ନାହାନ୍ତି। ବିନା ଦର୍ଶକରେ କ୍ରିକେଟ ମ୍ୟାଚ୍‌ ଖେଳା ଯାଇ ପାରିବ କି ନାହିଁ, ତା’କୁ ନେଇ ଚାଲିଥିବା ବିତର୍କରେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସାମିଲ ହୋଇଛନ୍ତି।

ବିନା ଦର୍ଶକରେ କ୍ରିକେଟ ମ୍ୟାଚ୍‌ ସପକ୍ଷରେ ସେ ମତ ଦେଇଛନ୍ତି। ବିବିସି ରେଡିଓ ୫ ଲାଇଭକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, “ବିନା ଦର୍ଶକରେ ଯେ ମ୍ୟାଚ୍‌ ହୋଇପାରିବ ନାହିଁ ବୋଲି ଭାବିବା ଭୁଲ। ଆମେ ପଡ଼ିଆରେ ଆମ ଦେଶକୁ ପ୍ରତିନିଧିତ୍ୱ କରୁଛୁ। ଆମ ଛାତିରେ ୩ଟି ସିଂହ ରହୁଛି ଓ ଆମେ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରୁଛୁ।

ତେଣୁ ଏହି ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ହେଉ କି ଦର୍ଶକ ଭରା ହେଉ, ସେଥିରେ କିଛି ପାର୍ଥକ୍ୟ ନାହିଁ। ମୁଁ ଭାବୁନି ଯେ ବିନା ଦର୍ଶକରେ ମ୍ୟାଚ୍‌ ଖେଳିଲେ କୌଣସି ପ୍ରତିଯୋଗିତା ମୂଳକ ମନୋଭାବ ନଷ୍ଟ ହେବନାହିଁ।

କରୋନା ମହାମାରୀ ଶେଷ ହେବା ଯାଏ କ୍ରିକେଟକୁ କେବଳ ଟିଭ ଖେଳ ଭାବେ ବିବେଚନା କରାଯାଉ। ହଁ ଏଇଟା ସତ ଯେ ବିନା ଦର୍ଶକରେ ମ୍ୟାଚ୍‌ ଖେଳିବା ଅଭ୍ୟାସ ଆମର ନାହିଁ। ତେଣୁ କିଛି ଦିନ ପାଇଁ ଆମକୁ ସବୁ କିଛି ଭିନ୍ନ ଲାଗିବ। ହେଲେ ଧୀରେଧୀରେ ସବୁ କିଛି ଠିକ ହୋଇଯିବ। ସମସ୍ତେ ଏବେ ସୁରକ୍ଷା ଉପରେ ଧ୍ୟାନ ଦେଉଛନ୍ତି। ଆମକୁ ମଧ୍ୟ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।”

Related story