ପ୍ଲେ ଅଫରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବେଙ୍ଗଲୁରୁ: ପ୍ରବଳ ବର୍ଷା ଯୋଗୁ ରବିବାର ଅଧାରୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ଡେୟାର ଡେଭିଲ୍ସର ମ୍ୟାଚକୁ ବାତିଲ କରି ଦିଆଯାଇଛି। ତେବେ ମହତ୍ତ୍ୱପୂର୍ଣ୍ଣ ଗୋଟିଏ ପଏଣ୍ଟ ସହିତ ପ୍ଲେ ଅଫ୍ ରାଉଣ୍ଡରେ ତୃତୀୟ ଦଳ ଭାବେ ସ୍ଥାନ ପାଇ ଯାଇଛି ବେଙ୍ଗଲୁରୁ। ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୋୟାଲ୍ସ ପ୍ଲେ ଅଫ୍ ରାଉଣ୍ଡରେ ପହଞ୍ଚି ସାରିଛନ୍ତି। ଆଜି ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ ସଂଗ୍ରହ କରିଥିଲା। ପୂରା […]

rcbteam

Rakesh Mallick
  • Published: Sunday, 17 May 2015
  • , Updated: 17 May 2015, 03:12 PM IST

ବେଙ୍ଗଲୁରୁ: ପ୍ରବଳ ବର୍ଷା ଯୋଗୁ ରବିବାର ଅଧାରୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ଡେୟାର ଡେଭିଲ୍ସର ମ୍ୟାଚକୁ ବାତିଲ କରି ଦିଆଯାଇଛି। ତେବେ ମହତ୍ତ୍ୱପୂର୍ଣ୍ଣ ଗୋଟିଏ ପଏଣ୍ଟ ସହିତ ପ୍ଲେ ଅଫ୍ ରାଉଣ୍ଡରେ ତୃତୀୟ ଦଳ ଭାବେ ସ୍ଥାନ ପାଇ ଯାଇଛି ବେଙ୍ଗଲୁରୁ। ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୋୟାଲ୍ସ ପ୍ଲେ ଅଫ୍ ରାଉଣ୍ଡରେ ପହଞ୍ଚି ସାରିଛନ୍ତି।

ଆଜି ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ ସଂଗ୍ରହ କରିଥିଲା। ପୂରା ୨୦ ଓଭର ଖେଳି ୫ ୱିକେଟ୍ ବିନିମୟରେ ଦଳ ଏହି ରନ୍ ସଂଗ୍ରହ କରିଥିଲା। ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୋଟିଏ ଓଭର ବ୍ୟାଟିଂ କରିଥିଲା। ଦିଲ୍ଲୀ ପକ୍ଷରୁ ଜୟନ୍ତ ଯାଦବ ପ୍ରଥମ ଓଭର ବୋଲିଂ କରିଥିଲେ। କ୍ରୀସ୍ ଗେଲ୍ ଓ ବିରାଟ କୋହଲି ଓପନିଂ କରିବା ଆସିଥିଲେ। ପ୍ରଥମ ଓଭରରେ ୨ ରନ୍ କରିଥିଲା ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ତା’ପରେ ଦ୍ୱିତୀୟ ଓଭର ବୋଲିଂ କରିବା ଆସିଥିଲେ ଜାହିର ଖାଁ। ସେ ପ୍ରଥମ ବଲଟି ପକାଇବା ପରେ ବର୍ଷ ଆରମ୍ଭ ହୋଇଯାଇଥିଲା। ତା’ପରେ ଆଉ କମି ନଥିଲା। ତେଣୁ ମ୍ୟାଚକୁ ବାତିଲ କରାଗଲା ଓ ଦୁଇ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯାଇଥିଲା। ଗୋଟିଏ ପଏଣ୍ଟ ପାଇଁ ବାଙ୍ଗାଲୋର ଟିମ୍ ପ୍ଲେ ଅଫ୍ ରାଉଣ୍ଡରେ ପହଞ୍ଚି ଯାଇଛି।

Related story