ରିଓ ଅଲିମ୍ପିକ୍‌ ପୂର୍ବରୁ ଆଥ୍‌ଲେଟ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଗଷ୍ଟରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସ ପୂର୍ବରୁ ଦେଶରେ ଉପସ୍ଥିତ କ୍ରୀଡାବିତଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଥାନୀୟ ମାନେକ୍‌ଶ କେନ୍ଦ୍ରରେ ଆ‌ୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଜିତୁ ରାୟ, ମାନବଜିତ୍‌ ସିଂହ ସାନ୍ଧୁ, ହୀନା ସିନ୍ଧୁ, ପିଭି ସିନ୍ଧୁ, କେ ଶ୍ରୀକାନ୍ଥ, ବକ୍ସର ଶୀବା ଥାପ୍ପା, ସୁଧା ସିଂହ ଓ ଲିଲିତା ବାବାର […]

pm

Rakesh Mallick
  • Published: Monday, 04 July 2016
  • , Updated: 04 July 2016, 07:12 PM IST

ନୂଆଦିଲ୍ଲୀ: ଅଗଷ୍ଟରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସ ପୂର୍ବରୁ ଦେଶରେ ଉପସ୍ଥିତ କ୍ରୀଡାବିତଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସ୍ଥାନୀୟ ମାନେକ୍‌ଶ କେନ୍ଦ୍ରରେ ଆ‌ୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଜିତୁ ରାୟ, ମାନବଜିତ୍‌ ସିଂହ ସାନ୍ଧୁ, ହୀନା ସିନ୍ଧୁ, ପିଭି ସିନ୍ଧୁ, କେ ଶ୍ରୀକାନ୍ଥ, ବକ୍ସର ଶୀବା ଥାପ୍ପା, ସୁଧା ସିଂହ ଓ ଲିଲିତା ବାବାର ପ୍ରମୁଖ ରହିଥିଲେ।

ଅଗଷ୍ଟ ୫ ରୁ ୨୧ ତାରିଖ ଯାଏଁ ହେବାକୁ ଥିବା ଏହି ବିଶ୍ୱ କ୍ରୀଡା ମହାକୁମ୍ଭ ପାଇଁ ଭାରତରୁ ୧୩ଟି ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ କରିଥିବା  ୧୦୦ ଜଣ ପ୍ରତିଯୋଗୀ ଭାଗ ନେବେ। ୨୦୧୨ ଅଲିମ୍ପିକ୍‌ରେ ଭାରତରୁ ୮୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ଆହୁରି ୪ରୁ ଅଧିକ ଇଭେଣ୍ଟରେ ୧୦ରୁ ଅଧିକ ପ୍ରତିଯୋଗୀ ଯୋଗ୍ୟତା ଅର୍ଜନ କରିବା ପ୍ରୟାସ ଜାରି ରଖିଛନ୍ତି।

ଏହି ଅବସରରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଜିତେନ୍ଦ୍ର ସିଂହ, କ୍ରୀଡା ସଚିବ ରାଜୀବ ଯାଦବ, ଅଖିଳ ଭାରତୀୟ କ୍ରୀଡା ପରିଷଦ(ଏଆଇସିଏସ୍‌) ଅଧ୍ୟକ୍ଷ ବିଜୟ ମାଲହୋତ୍ରା, ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ ସଭାପତି ଏନ୍‌. ରାମଚନ୍ଦ୍ରନ୍‌, ମହାସଚିବ ରଜୀବ ମେହେତା,  ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା ଓ ହକି ଇଣ୍ଡିଆର ମହାସଚିବ ମହମ୍ମଦ ମୁସ୍ତାକ୍‌ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।

Related story