ବିରାଟ୍‌ଙ୍କୁ ପୁଣି ତାଚ୍ଛଲ୍ୟ କଲେ ଅଷ୍ଟ୍ରେଲିଆ ଫ୍ୟାନ୍‌, ପଣ୍ଟିଂ କହିଲେ ଏମିତି କଥା

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲିଙ୍କୁ ପୁଣିଥରେ ଅଷ୍ଟ୍ରେଲିଆର କ୍ରିକେଟ୍‌ ଫ୍ୟାନ୍‌ମାନେ ତାଚ୍ଛଲ୍ୟ କରିଛନ୍ତି। ଆଜିଠାରୁ ସିଡ୍‌ନୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଏହି ଟେଷ୍ଟ୍‌ରେ ୪ ନଂରେ ବ୍ୟାଟିଂ କରିବାକୁ ବିରାଟ୍‌ ଆସିବା ବେଳେ ଅଷ୍ଟ୍ରେଲିଆର କିଛି ଫ୍ୟାନ୍‌ ତାଙ୍କୁ ତାଚ୍ଛଲ୍ୟ କରି ନାରାବାଜି କରିଥିଲେ। ଅନ୍ୟପକ୍ଷେ ଭାରତୀୟ ଫ୍ୟାନ୍‌ମାନେ ତାଙ୍କ ନାଁ ଧରି ଉତ୍ସାହିତ ହୋଇଥିଲେ। ଏହି ସମୟରେ ଷ୍ଟାଡିୟମରେ ଥିବା କିଛି […]

v

Hemant Lenka
  • Published: Thursday, 03 January 2019
  • , Updated: 03 January 2019, 09:13 PM IST

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲିଙ୍କୁ ପୁଣିଥରେ ଅଷ୍ଟ୍ରେଲିଆର କ୍ରିକେଟ୍‌ ଫ୍ୟାନ୍‌ମାନେ ତାଚ୍ଛଲ୍ୟ କରିଛନ୍ତି। ଆଜିଠାରୁ ସିଡ୍‌ନୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ ଆରମ୍ଭ ହୋଇଛି।

ଏହି ଟେଷ୍ଟ୍‌ରେ ୪ ନଂରେ ବ୍ୟାଟିଂ କରିବାକୁ ବିରାଟ୍‌ ଆସିବା ବେଳେ ଅଷ୍ଟ୍ରେଲିଆର କିଛି ଫ୍ୟାନ୍‌ ତାଙ୍କୁ ତାଚ୍ଛଲ୍ୟ କରି ନାରାବାଜି କରିଥିଲେ। ଅନ୍ୟପକ୍ଷେ ଭାରତୀୟ ଫ୍ୟାନ୍‌ମାନେ ତାଙ୍କ ନାଁ ଧରି ଉତ୍ସାହିତ ହୋଇଥିଲେ। ଏହି ସମୟରେ ଷ୍ଟାଡିୟମରେ ଥିବା କିଛି କଙ୍ଗାରୁ ଟିମ୍‌ର ସମର୍ଥକ ବିରାଟ୍‌ଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇ ପରିହାସ କରିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ପୂର୍ବ ଟେଷ୍ଟ୍‌ ମ୍ୟାଚ୍‌ ବେଳେ ମଧ୍ୟ ବିରାଟ୍‌ଙ୍କୁ ଅଷ୍ଟ୍ରେଲିଆ ଦର୍ଶକ ଜାତିବାଦୀ ମନ୍ତବ୍ୟ ଦେଇଥିଲେ।

ଏବେ ୪ର୍ଥ ଟେଷ୍ଟ୍‌ରେ ମଧ୍ୟ ସେମାନେ ବିରାଟ୍‌ଙ୍କୁ ତାଚ୍ଛଲ୍ୟ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଆଦୌ ଗ୍ରହଣୀୟ ନୁହେଁ। ଟିମ୍‌ ଇଣ୍ଡିଆର ଅଧିନାୟକଙ୍କୁ ସମ୍ମାନ ଦେବା ଦରକାର।” ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଟ୍ରାଭିସ୍‌ ହେଡ୍‌ ମଧ୍ୟ ଦର୍ଶକଙ୍କ ବିରାଟଙ୍କ ପ୍ରତି ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି।

ଉଲ୍ଲେଖଯୋଗ୍ୟ ୨୦୧୨ରେ ବିରାଟ୍‌ ସିଡ୍‌ନୀରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ତାଙ୍କୁ ଅଷ୍ଟ୍ରେଲିଆର ଫ୍ୟାନ୍‌ମାନେ ତାଚ୍ଛଲ୍ୟ କରିଥିଲେ। ଏହି ସମୟରେ ସେ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଯାହା ସେତେବେଳେ ବେଶ ବିବାଦ ସୃଷ୍ଟି କରିଥିଲା ଏବଂ ବିରାଟ୍‌ଙ୍କ ମ୍ୟାଚ୍‌ ଫି’ ୫୦% କଟାଯାଇଥିଲା।

Related story