ନୂଆଦିଲ୍ଲୀ: ଲଗାତାର ଭଲ ଫର୍ମରେ ଥିବା ଭାରତୀୟ ଟେନିସ୍ ଷ୍ଟାର ପ୍ରଜନେଶ ଗୁଣେଶ୍ୱରନ୍ ଏଟିପି ରାଙ୍କିଙ୍ଗରେ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ସୋମବାର ଏଟିପି ପକ୍ଷରୁ ଜାରି ରାଙ୍କିଙ୍ଗରେ ଗୁଣେଶ୍ୱରନ୍ ୮୦ତମ ସ୍ଥାନ ହାସଲ କରିଛନ୍ତି।
ଚଳିତ ବର୍ଷ ଫେବୃଆରୀରେ ଟପ-୧୦୦ରେ ପ୍ରବେଶ କରିଥିବା ୨୯ ବର୍ଷୀୟ ଚେନ୍ନାଇ ତାରକା ଲଗାତାର ରାଙ୍କିଙ୍ଗରେ ଉନ୍ନତି ଆଣିଛନ୍ତି। ନିକଟରେ ଗୁଣେଶ୍ୱରନ୍ ନିଜର ପ୍ରଥମ ଏଟିପି ମାଷ୍ଟର୍ସ ଯଥା ଇଣ୍ଡିଆନ୍ ୱେଲ୍ସରେ ଭଲ ପ୍ରଦର୍ଶନ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।
ଏହା ପରେ ସେ ଏଟିପି-୧୦୦୦ ଟୁର୍ଣ୍ଣାମେଣ୍ଟ ଯଥା ବିଏନପି ପରିବାସ ଓପନର ମଧ୍ୟ ତୃତୀୟ ରାଉଣ୍ଡରେ ସ୍ଥାନ ହାସଲ କରିଥିଲେ। ଗତମାସରେ ମିଆମି ଓପନର ମୁଖ୍ୟ ରାଉଣ୍ଡରେ ପ୍ରବେଶ କରି ସେ ୮୧ତମ ସ୍ଥାନକୁ ଉଠିଥିଲେ। ଭାରତର ଅନ୍ୟତମ ତାରକା ରାମକୁମାର ରାମନାଥନ୍ ୧୬ଟି ସ୍ଥାନ ଖସି ଟପ୍-୧୫୦ରୁ ବାଦ୍ ପଡ଼ିଛନ୍ତି। ସେ ବର୍ତ୍ତମାନ ୧୫୭ତମ ସ୍ଥାନରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାମାନ୍ୟ ସୁଧୁରିବା ପରେ ପୁଣି ସିଭିୟର ହେଲା ଦିଲ୍ଲୀର ପ୍ରଦୂଷଣ
୨୪ ଘଣ୍ଟା ମଧ୍ୟରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୦୧ରେ ପହଞ୍ଚିଛି। ଏହାର ଅର୍ଥ ଦିଲ୍ଲୀରେ ପ୍ରଦୂଷଣ ପୁଣି ସାଂଘାତିକ ସ୍ତର ଛୁଇଁଛି।
National
ସ୍ଥିତି ସାଂଘାତିକ: ମଣିପୁର ଗଲେ ଆଉ ୧୦,୮୦୦ ସୁରକ୍ଷାକର୍ମୀ
୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ଏଠାକୁ ଆସୁଛନ୍ତି।
Viral
ସୁକମାରେ ୧୦ ନକ୍ସଲଙ୍କୁ ନିପାତ ପରେ ନାଚିକି ଧୂଳି ଉଡ଼ାଇଲେ ଯବାନ
ସୁକମାରେ ଏନକାଉଣ୍ଟର ପରେ ନାଚି ନାଚି ଖୁସି ମନାଇଛନ୍ତି ଯବାନ।
Politics
କଂଗ୍ରେସକୁ ତାୱଡେଙ୍କ ନୋଟିସ୍; କ୍ଷମା ମାଗ, ନଚେତ୍...
ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ଏବଂ ସୁପ୍ରିୟା ଶ୍ରୀନେଟଙ୍କ ବିରୁଦ୍ଧରେ ଶହେ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି ବିଜେପି ନେତା ବିନୋଦ ତାୱଡେ।
Politics
ନିର୍ବାଚନ ପୂର୍ବରୁ ଆପ୍ର ‘ରାବିଡି ପେ ଚର୍ଚ୍ଚା’, ଦେଲା ୭ ପ୍ରତିଶ୍ରୁତି
କେଜ୍ରିୱାଲଙ୍କ କହିବା କଥା ଯେ ଦଳର ଜିଲ୍ଲା ଓ ବୁଥ ସ୍ତରୀୟ କର୍ମକର୍ତ୍ତାମାନେ ୬୫ ହଜାର ମିଟିଂ ଜରିଆରେ ଭୋଟରଙ୍କ ପାଖରେ ପହଞ୍ଚିବେ।