ରିଓ ଅଲିମ୍ପିକ୍‌ରେ ଭାରତ ଲଣ୍ଡନ୍‌ ଅଲିମ୍ପିକ୍‌ଠାରୁ ୨ଗୁଣ ମେଡାଲ ଆଣିବ: ପ୍ରକାଶ ପଦୁକୋଣ 

ମୁମ୍ବାଇ: ଲଣ୍ଡନ ଅଲିମ୍ପିକ୍‌ ଅପେକ୍ଷା ଭାରତ ଅଗଷ୍ଟ ୫ ରୁ ୨୧ତାରିଖ ଯାଏଁ ହେବାକୁ ଥିବା ରିଓ ଅଲିମ୍ପିକ୍‌ରେ ୨ଗୁଣ ଅଧିକ ମେଡାଲ ଜିତିବ। ଶୁକ୍ରବାର ଏହା କହିଛନ୍ତି ପୂର୍ବତନ ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରକାଶ ପଦୁକୋଣ। ସେ କହିଛନ୍ତି,“ଭାରତ ୨୦୧୨ ଅଲିମ୍ପିକ୍‌ରେ ୬ଟି ମେଡାଲ ପାଇଥିଲା। ଆସନ୍ତା ରିଓ ଅଲିମ୍ପିକ୍‌ ଏହା ଡବଲ୍‌ ହେବ। ମୁଁ ଆମ କ୍ରୀଡାବିତ୍‌ଙ୍କ ଠାରେ ସେହି ଉତ୍ସାହ ଦେଖିପାରୁଛି। ରିଓ ପାଇଁ ଭାରତ ପକ୍ଷରୁ ୭ ଜଣ ବ୍ୟାଡ୍‌ମିଣ୍ଟନ ତାରକା ଯୋଗ୍ୟତା […]

prakashpadukone

Rakesh Mallick
  • Published: Friday, 17 June 2016
  • , Updated: 17 June 2016, 06:48 PM IST

ମୁମ୍ବାଇ: ଲଣ୍ଡନ ଅଲିମ୍ପିକ୍‌ ଅପେକ୍ଷା ଭାରତ ଅଗଷ୍ଟ ୫ ରୁ ୨୧ତାରିଖ ଯାଏଁ ହେବାକୁ ଥିବା ରିଓ ଅଲିମ୍ପିକ୍‌ରେ ୨ଗୁଣ ଅଧିକ ମେଡାଲ ଜିତିବ। ଶୁକ୍ରବାର ଏହା କହିଛନ୍ତି ପୂର୍ବତନ ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରକାଶ ପଦୁକୋଣ।

ସେ କହିଛନ୍ତି,“ଭାରତ ୨୦୧୨ ଅଲିମ୍ପିକ୍‌ରେ ୬ଟି ମେଡାଲ ପାଇଥିଲା। ଆସନ୍ତା ରିଓ ଅଲିମ୍ପିକ୍‌ ଏହା ଡବଲ୍‌ ହେବ। ମୁଁ ଆମ କ୍ରୀଡାବିତ୍‌ଙ୍କ ଠାରେ ସେହି ଉତ୍ସାହ ଦେଖିପାରୁଛି। ରିଓ ପାଇଁ ଭାରତ ପକ୍ଷରୁ ୭ ଜଣ ବ୍ୟାଡ୍‌ମିଣ୍ଟନ ତାରକା ଯୋଗ୍ୟତା ଅର୍ଜନ କରିଛନ୍ତି। ଏକକ ବର୍ଗରେ ସାଇନା ନେହୱାଲ, ପିଭି ସିନ୍ଧୁ, କେ.ଶ୍ରୀକାନ୍ଥ ଓ ମହିଳା ଯୁଗଳ ବର୍ଗରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନ ପୋନ୍ନାପାଙ୍କ ଠାରୁ ଭାରତ ପଦକ ଆଶା ରଖିଛି। ସେମାନେ ଦେଶକୁ କ’ଣ ଦେଉଛନ୍ତି ତାହା ଦେଖିବା କଥା।”

ସୂଚନାଯୋଗ୍ୟ, ରିଓ ଅଲିମ୍ପିକ୍‌ରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅଗଷ୍ଟ ୧୧ରୁ ଆରମ୍ଭ ହୋଇ ୨୦ରେ ଶେଷ ହେବ।

Related story