ଥାଇଲ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍: ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟରରେ ପ୍ରମୋଦ

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ଥାଇଲ୍ୟାଣ୍ଡର ବ୍ୟାଙ୍ଗକକ୍ ସହରର ହୁଆମାର୍କ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ଥାଇଲ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ତାରକା ପ୍ରମୋଦ ଭଗତ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟରଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ବୁଧବାର ତୃତୀୟ ଦିବସରେ ଅନୁଷ୍ଠିତ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲ୍ ମୁକାବିଲାରେ ପ୍ରମୋଦ ମ୍ୟାଲେସିୟାର ହୁଜାରୀ ଅବଦୁଲ୍ ମଲିକଙ୍କୁ ୨୧-୧୮, ୧୯-୨୧, ୨୧-୧୫ ଗେମାର ପରାସ୍ତ କରି ଅନ୍ତିମ-୮ରେ ପ୍ରବେଶ କରିଛନ୍ତି। […]

bhagat

Ranjit Kumar Jena
  • Published: Wednesday, 18 September 2019
  • , Updated: 18 September 2019, 09:08 PM IST

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ଥାଇଲ୍ୟାଣ୍ଡର ବ୍ୟାଙ୍ଗକକ୍ ସହରର ହୁଆମାର୍କ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ଥାଇଲ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ତାରକା ପ୍ରମୋଦ ଭଗତ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟରଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

ବୁଧବାର ତୃତୀୟ ଦିବସରେ ଅନୁଷ୍ଠିତ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲ୍ ମୁକାବିଲାରେ ପ୍ରମୋଦ ମ୍ୟାଲେସିୟାର ହୁଜାରୀ ଅବଦୁଲ୍ ମଲିକଙ୍କୁ ୨୧-୧୮, ୧୯-୨୧, ୨୧-୧୫ ଗେମାର ପରାସ୍ତ କରି ଅନ୍ତିମ-୮ରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ପ୍ରମୋଦ ଦ୍ୱିତୀୟ ରାଉଣ୍ଡରେ ୟୁଏଇର ଫିରୋଜ୍ ଶୀଇହାଙ୍କୁ ୨୧-୧୨, ୨୧-୧୪ ଗେମରେ ହରାଇଥିଲେ।

ସେହିପରି ଡବଲ୍ସ ପ୍ରି-କ୍ୱାର୍ଟର୍ ମୁକାବିଲାରେ ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କ ଯୋଡ଼ି ଅଷ୍ଟ୍ରେଲିଆର ବୋନଗର ହେଡେନ୍ ଓ ସୋନବନଙ୍କୁ ୨୧-୭, ୨୧-୯ ଗେମରେ ପରାସ୍ତ କରିଛନ୍ତି। ତେବେ ଓଡ଼ିଶାର ଦୀପରଞ୍ଜନ ବିଶୋଇ ଓ ଦିଲେଶ୍ୱର ରାଉତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇଛନ୍ତି।

Related story