ବିଡବ୍ଲ୍ୟୁଏଫ୍ ସର୍ବଶ୍ରେଷ୍ଠ ଖେଳାଳି ଦୌଡ଼ରେ ପ୍ରମୋଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିୟମିତ ସଫଳତାର ଶିଢ଼ି ଚଢ଼ୁଥିବା ଓଡ଼ିଆ ପାରା ଶଟଲର୍ ପ୍ରମୋଦ ଭଗତ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି। ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ (ବିଡବ୍ଲ୍ୟୁଏଫ୍‌)ର ଶ୍ରେଷ୍ଠ ପୁରୁଷ ପାରା ଖେଳାଳି ପାଇଁ ଓଡ଼ିଆ ତାରକା ପ୍ରମୋଦ ମନୋନୀତ ହୋଇଛନ୍ତି। ପ୍ରମୋଦଙ୍କ ବ୍ୟତୀତ ଏହି ଦୌଡ଼ରେ ଆଉ ଚାରି ଖେଳାଳି ମଧ୍ୟ ଅଛନ୍ତି। ପ୍ରମୋଦ ୨୦୧୮-୧୯ରେ ଅନ୍ତର୍ଜାତୀୟ ସ୍ତରରେ ୧୦ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ହାସଲ […]

pramod

Ranjit Kumar Jena
  • Published: Thursday, 05 December 2019
  • , Updated: 05 December 2019, 06:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିୟମିତ ସଫଳତାର ଶିଢ଼ି ଚଢ଼ୁଥିବା ଓଡ଼ିଆ ପାରା ଶଟଲର୍ ପ୍ରମୋଦ ଭଗତ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି। ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ (ବିଡବ୍ଲ୍ୟୁଏଫ୍‌)ର ଶ୍ରେଷ୍ଠ ପୁରୁଷ ପାରା ଖେଳାଳି ପାଇଁ ଓଡ଼ିଆ ତାରକା ପ୍ରମୋଦ ମନୋନୀତ ହୋଇଛନ୍ତି। ପ୍ରମୋଦଙ୍କ ବ୍ୟତୀତ ଏହି ଦୌଡ଼ରେ ଆଉ ଚାରି ଖେଳାଳି ମଧ୍ୟ ଅଛନ୍ତି।

ପ୍ରମୋଦ ୨୦୧୮-୧୯ରେ ଅନ୍ତର୍ଜାତୀୟ ସ୍ତରରେ ୧୦ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରମୋଦଙ୍କ ବ୍ୟତୀତ ଏହି ଦୌଡ଼ରେ ଫ୍ରାନ୍ସର ଲୁକାସ ମାଜୁର (୯ ସ୍ୱର୍ଣ୍ଣ, ୬ ରୌପ୍ୟ, ୩ ବ୍ରୋଞ୍ଜ), ଚାଇନାର କ୍ୟୁ ଜିମୋ (୧୨ ସ୍ୱର୍ଣ୍ଣ) ଏବଂ ଇଣ୍ଡୋନେସିଆର ଧେବା ଆନ୍ରିମୁସ୍ତି (୯ ସ୍ୱର୍ଣ୍ଣ, ୧ ରୌପ୍ୟ) ରହିଛନ୍ତି। କିନ୍ତୁ ପ୍ରମୋଦ ଏକମାତ୍ର ଭାରତୀୟ ପାରା ଶଟଲର୍ ଭାବେ ଶ୍ରେଷ୍ଠ ଖେଳାଳି ଦୌଡ଼ରେ ସାମିଲ୍ ହୋଇଛନ୍ତି। ଆସନ୍ତା ୯ ତାରିଖରେ ଚାଇନାର ଗୁଆଙ୍ଗଝୁରେ ବିଜେତା ନାଁ ଘୋଷଣା କରାଯିବ।

ସେହିପରି ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କରେଡ୍ଡି ଓ ଚିରାଗ ସେଟ୍ଟୀ 'ମୋଷ୍ଟ ଇମ୍ପ୍ରୁଭଡ୍ ପ୍ଲେୟର୍ ଅଫ୍ ଇୟର' ପାଇଁ ମନୋନୀତ ହୋଇଛନ୍ତି। ଏହି ଭାରତୀୟ ଯୋଡ଼ି ଚଳିତ ବର୍ଷ ଥାଇଲ୍ୟାଣ୍ଡ୍ ଓପନରେ ସେମାନଙ୍କର ପ୍ରଥମ ସୁପର୍‌-୫୦୦ ଟାଇଟଲ୍ ଜିତିଥିଲେ। ଏହା ସହ ସେମାନେ ଫ୍ରେଞ୍ଚ୍ ଓପନ୍ ସୁପର୍‌-୭୫୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିଲେ। ତେବେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ତଥା ବିଶ୍ୱ ଚାମ୍ପିୟନ୍ ପିଭି ସିନ୍ଧୁ ମହିଳା ଶ୍ରେଷ୍ଠ ଖେଳାଳି ତାଲିକାରେ ସ୍ଥାନ ପାଇନାହାନ୍ତି। ସେ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିବା ବ୍ୟତୀତ ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟରେ ସଫଳ ହୋଇନାହାନ୍ତି।

Related story