ପ୍ରଥମ ଥର ପାଇଁ ସାନିଆ ୱାର୍ଲ୍ଡ ଚାମ୍ପିଅନ୍

ନୂଆଦିଲ୍ଲୀ: ବର୍ଷ ସରିବାକୁ ଆଉ ସପ୍ତାହେ ବାକି ଥିବା ବେଳେ ଭାରତୀୟ ଟେନିସ୍ ସେନସେସନ୍ ସାନିଆ ମିର୍ଜାଙ୍କୁ ମିଳିଛି ଆଉ ଏକ ସଫଳତା। ଚଳିତ ବର୍ଷ ମାର୍ଟିନ ହିଙ୍ଗିସଙ୍କୁ ଯୋଡ଼ି କରି ୯ଟି ମହିଳା ଡବଲ୍ସ ଟାଇଟଲ୍ ହାସଲ କରି ଥିବା ସାନିଆ ବନି ଯାଇଛନ୍ତି ୱାର୍ଲ୍ଡ ଚାମ୍ପିଅନ୍। ଅନ୍ତର୍ଜାତୀୟ ଟେନିସ୍ ଫେଡେରସନ୍ (ଆଇଟିଏଫ୍) ପକ୍ଷରୁ କରାଯାଇଛି ଏହି ଘୋଷଣା। ସାନିଆ ଓ ହିଙ୍ଗିସଙ୍କୁ ମହିଳା ଡବଲ୍ସ ୱାର୍ଲ୍ଡ ଚାମ୍ପିଅନ୍ ଘୋଷଣା କରିଛି ଫେଡେରସନ୍।  ହିଙ୍ଗିସ୍ ୧୫ […]

saniahingis

saniahingis

Rakesh Mallick
  • Published: Wednesday, 23 December 2015
  • Updated: 24 December 2015, 06:47 AM IST

Sports

Latest News

ନୂଆଦିଲ୍ଲୀ: ବର୍ଷ ସରିବାକୁ ଆଉ ସପ୍ତାହେ ବାକି ଥିବା ବେଳେ ଭାରତୀୟ ଟେନିସ୍ ସେନସେସନ୍ ସାନିଆ ମିର୍ଜାଙ୍କୁ ମିଳିଛି ଆଉ ଏକ ସଫଳତା। ଚଳିତ ବର୍ଷ ମାର୍ଟିନ ହିଙ୍ଗିସଙ୍କୁ ଯୋଡ଼ି କରି ୯ଟି ମହିଳା ଡବଲ୍ସ ଟାଇଟଲ୍ ହାସଲ କରି ଥିବା ସାନିଆ ବନି ଯାଇଛନ୍ତି ୱାର୍ଲ୍ଡ ଚାମ୍ପିଅନ୍। ଅନ୍ତର୍ଜାତୀୟ ଟେନିସ୍ ଫେଡେରସନ୍ (ଆଇଟିଏଫ୍) ପକ୍ଷରୁ କରାଯାଇଛି ଏହି ଘୋଷଣା। ସାନିଆ ଓ ହିଙ୍ଗିସଙ୍କୁ ମହିଳା ଡବଲ୍ସ ୱାର୍ଲ୍ଡ ଚାମ୍ପିଅନ୍ ଘୋଷଣା କରିଛି ଫେଡେରସନ୍।  ହିଙ୍ଗିସ୍ ୧୫ ବର୍ଷ ପରେ ପୁଣି ଥରେ ୱାର୍ଲ୍ଡ ଚାମ୍ପିଅନ୍ ହୋଇଥିବା ବେଳେ ସାନିଆ ପ୍ରଥମ ଥର ପାଇଁ ଏହି ଟାଇଟଲର ଅଧିକାରୀ ହୋଇଛନ୍ତି। ଶେଷ ଥର ପାଇଁ ୨୦୦୦ ମସିହାରେ ହିଙ୍ଗିସ୍ ଟେନିସ୍ ମହିଳା ସିଙ୍ଗିଲ୍ସରେ ୱାର୍ଲ୍ଡ ଚାମ୍ପିଅନ୍ ହୋଇଥିଲେ।

ୱାର୍ଲ୍ଡ ଚାମ୍ପିଅନ୍ ଟାଇଟଲ୍ ଜିତିବା ପରେ ଖୁସି ଜାହିର କରିଛନ୍ତି ସାନିଆ। ଏଥିପାଇଁ ସେ ହିଙ୍ଗିସଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ତାଙ୍କର ସଫଳତା ଭାରତର ଅନ୍ୟ ଝିଅମାନଙ୍କୁ ଉତ୍ସାହିତ କରିବ ବୋଲି ସେ ଆଶା ବାନ୍ଧିଛନ୍ତି।

ହିଙ୍ଗିସ୍ କହିଛନ୍ତି, ଏହା ଏକ ବହୁତ ବଡ଼ ସମ୍ମାନ। ସେ ଓ ସାନିଆ ୨୦୧୫ରେ ଟେନିସର ଭରପୂର ମଜା ନେଇଛନ୍ତି। ୨୦୧୬ରେ ବି ସେମାନଙ୍କର ଏହି ଧାରା ଜାରି ରହିବ ବୋଲି ସେ ଆଶା ରଖିଛନ୍ତି।

ଚଳିତ ବର୍ଷ ସାନିଆ ଓ ହିଙ୍ଗିସ ଯୋଡି ୯ଟି ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏଥି ମଧ୍ୟରେ ଦୁଇଟି ଗ୍ରାଣ୍ଡ ସ୍ଲାମ (ୱିମ୍ବଲଡନ୍ ଓ ୟୁଏସ ଓପନ୍) ଟାଇଟଲ୍, ୫ଟି ଡବ୍ଲୁଟିଏ ପ୍ରିମିୟର ଟାଇଟେଲ (ବିଏନପି ପରିବାସ ଓପନ୍, ଇଣ୍ଡିଆନ୍ ୱେଲସ, ମିଆମି ଓପନ୍ ଓ ବେଜିଂ) ଓ ଗୋଟିଏ ଡବ୍ଲୁଟିଏ ଅନ୍ତର୍ଜାତୀୟ ଟାଇଟଲ୍ (ଗୁଆଙ୍ଗଝୁ ଅନ୍ତର୍ଜାତୀୟ ମହିଳା ଓପନ୍ସ) ରହିଛି।

ସେହିପରି ଆଇଟିଏଫ ପକ୍ଷରୁ ଆମେରିକାର ସେରେନା ୱିଲିୟମ୍ସ ଓ ସର୍ବିଆର ନୋଭାକ ଜୋକୋଭିକଙ୍କୁ ଯଥାକ୍ରମେ ୨୦୧୫ର ମହିଳା ଓ ପୁରୁଷ ଏକକ ବର୍ଗରେ ୱାର୍ଲ୍ଡ ଚାମ୍ପିଅନ୍ ଘୋଷଣା କରାଯାଇଛି। ସେରେନା ଷଷ୍ଠ ଥର ପାଇଁ ଏହି ସମ୍ମାନଜନକ ଟାଇଟଲର ଅଧିକାରୀ ହୋଇଥିବା ବେଳେ ଜୋକୋଭିକ୍ ୫ମ ଥର ପାଇଁ ଏହାକୁ ହାତେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story