କାଲଗେରୀ (କାନାଡା): ରିଓ ଅଲିମ୍ପିକ୍ସ ପୂର୍ବରୁ ଆରମ୍ଭ ହୋଇଥିବା ୫୫,୦୦୦ ଆମେରିକୀୟ ଡଲାର ବିଶିଷ୍ଟ କାନାଡା ଓପନ୍ ବ୍ୟାଡ୍ମିଣ୍ଟନର ପୁରୁଷ ବର୍ଗରେ ସେମିଫାଇନାଲକୁ ଯାଇଛନ୍ତି ଭାରତର ଅଜୟ ଜୟରାମ ଓ ବି ସାଇ ପ୍ରାନିଥ।
ଜୟରାମ ଭାରତର ହରଶିଲ୍ ଦାନୀଙ୍କୁ ୨୧-୧୮ ୧୯-୨୧ ୨୧-୮ରେ ପରାଜିତ କରିଥିଲେ। ଦୁଇଥର ଡଚ୍ ଚାମ୍ପିଅନ୍ ହୋଇଥିବା ଜୟରାମ ପରବର୍ତ୍ତୀ ପ୍ରର୍ଯ୍ୟାୟରେ କୋରିଆର ଲି ହୁନ୍ ୨ଙ୍କୁ ଭେଟିବେ।
ସେହିପରି ଇଷ୍ଟୋନିଆର ରାଉଲ୍ ମୁଷ୍ଟଙ୍କୁ ୨୧-୧୪ ୨୧-୧୬ ଭାରତର ପ୍ରିନାଥ ପରାସ୍ତ କରି ସେମୀକୁ ଯାଇଛନ୍ତି। ପରବର୍ତ୍ତୀ ପ୍ରର୍ଯ୍ୟାୟରେ ଫ୍ରାନ୍ସର ବ୍ରାଇସ୍ ଲେଭରଡାର୍ଜଙ୍କୁ ଭେଟିବେ।