ପ୍ରଥମଶ୍ରେଣୀ କ୍ରିକେଟରେ ପୃଥ୍ୱୀଙ୍କ ପ୍ରଥମ ଦ୍ୱିଶତକ

ବଦୋଦରା: ରଣଜୀ ଟ୍ରଫିର ନୂଆ ସିଜନରେ ମୁମ୍ବାଇର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଜବରଦସ୍ତ ଶୁଭାରମ୍ଭ କରିଛନ୍ତି। ମୁମ୍ବାଇର ଦ୍ୱିତୀୟ ଇନିଂସରେ ପୃଥ୍ୱୀ ଆଜି ବିସ୍ଫୋରକ ବ୍ୟାଟିଂ କରି ଦ୍ୱିଶତକ ମାରିଛନ୍ତି। ଏହା ତାଙ୍କର ପ୍ରଥମଶ୍ରେଣୀ କ୍ୟାରିୟରର ପ୍ରଥମ ଦ୍ୱିଶତକ। ପ୍ରଥମ ଇନିଂସରେ ୬୬ ରନ୍ କରିଥିବା ପୃଥ୍ୱୀ ଦ୍ୱିତୀୟ ଇନିଂସରେ ୧୭୯ ବଲରେ ୨୦୨ ରନ୍ କରିଛନ୍ତି, ଯେଉଁଥିରେ ୧୯ ଚୌକା ଓ ୭ ଛକା ସାମିଲ୍ ଅଛି। ତାଙ୍କର ଦ୍ୱିଶତକ ଓ ସୂର୍ଯ୍ୟକୁମାର […]

shaw

Ranjit Kumar Jena
  • Published: Wednesday, 11 December 2019
  • , Updated: 11 December 2019, 06:53 PM IST

ବଦୋଦରା: ରଣଜୀ ଟ୍ରଫିର ନୂଆ ସିଜନରେ ମୁମ୍ବାଇର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଜବରଦସ୍ତ ଶୁଭାରମ୍ଭ କରିଛନ୍ତି। ମୁମ୍ବାଇର ଦ୍ୱିତୀୟ ଇନିଂସରେ ପୃଥ୍ୱୀ ଆଜି ବିସ୍ଫୋରକ ବ୍ୟାଟିଂ କରି ଦ୍ୱିଶତକ ମାରିଛନ୍ତି। ଏହା ତାଙ୍କର ପ୍ରଥମଶ୍ରେଣୀ କ୍ୟାରିୟରର ପ୍ରଥମ ଦ୍ୱିଶତକ। ପ୍ରଥମ ଇନିଂସରେ ୬୬ ରନ୍ କରିଥିବା ପୃଥ୍ୱୀ ଦ୍ୱିତୀୟ ଇନିଂସରେ ୧୭୯ ବଲରେ ୨୦୨ ରନ୍ କରିଛନ୍ତି, ଯେଉଁଥିରେ ୧୯ ଚୌକା ଓ ୭ ଛକା ସାମିଲ୍ ଅଛି। ତାଙ୍କର ଦ୍ୱିଶତକ ଓ ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ଶତକ ବଳରେ ମୁମ୍ବାଇ ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୪୦୯ ରନରେ ପାଳି ଘୋଷଣା କରିଛି।

ଫଳରେ ମୁମ୍ବାଇ ବରୋଦାକୁ ୫୩୪ ରନର ବିଶାଳ ଟାର୍ଗେଟ୍ ଦେଇଛି । ସୂର୍ଯ୍ୟକୁମାର ମାତ୍ର ୭୦ ବଲରେ ୧୨ ଚୌକା ଓ ୫ ଛକା ସହ ଅପରାଜିତ ୧୦୨ ରନ୍ କରିଥିବା ବେଳେ ଓପ୍ନର ଜୟ ବିଷ୍ଟା ୬୮ ରନ୍ କରି ଆଉଟ୍ ହୋଇଥିଲେ। ବିଶାଳ ଲକ୍ଷ୍ୟର ପିଛା କରୁଥିବା ବରୋଦା ଦିବସର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୭୪ ରନ୍ କରିଛି।

ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ ମାରିଥିବା ପୃଥ୍ୱୀ ଗ୍ରାଉଣ୍ଡରେ ଚୌକା ଓ ଛକା ବର୍ଷା କରିଥିଲେ ଏବଂ ବରୋଦାର କୌଣସି ବୋଲର୍ ତାଙ୍କୁ ରୋକିପାରିନଥିଲେ। ଏହା ପୂର୍ବରୁ ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ୧୮୮ ରନ୍ ଥିଲା। ଦ୍ୱିଶତକ ମାରିବା ପରେ ପୃଥ୍ୱୀ ଭାର୍ଗବ ଭଟ୍ଟଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ନିଜର ପ୍ରଥମ ମ୍ୟାଚରେ ରନ୍ ବର୍ଷା କରି ପୃଥ୍ୱୀ ସ୍ପଷ୍ଟ କରିଛନ୍ତି ଯେ ସେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।

ପୃଥ୍ୱୀ ଗତବର୍ଷ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିଜର ଡେବ୍ୟୁ ସିରିଜରେ ୧୧୮.୫୦ ହାରରେ ୨୩୭ ରନ୍ କରିଥିଲେ। ଏହା ପରେ ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । କିନ୍ତୁ ଶ' ପ୍ରାକ୍ଟିସ୍ ମ୍ୟାଚ୍ ବେଳେ ଆହତ ହୋଇଥିଲେ, ଯେଉଁକାରଣରୁ ସେ ସିରିଜରୁ ବାଦ୍ ପଡ଼ିଥିଲେ। ଏହା ପରେ ଶ' ଡୋପିଙ୍ଗ୍ ଟେଷ୍ଟରେ ଫସି ଯାଇଥିଲେ ଏବଂ ତାଙ୍କ ଉପରେ ୮ମାସର ବାସନ୍ଦାଦେଶ ଲଗାଯାଇଥିଲା। ନଭେମ୍ବର ୧୫, ୨୦୧୯ରେ ତାଙ୍କ ଉପରକୁ ବ୍ୟାନ୍ ହଟିଥିଲା।

Related story