ପୁଣି ଚମକିଲେ ପୃଥ୍ୱୀ, ୫ ୱିକେଟରେ ଜିତିଲା ଭାରତ-ଏ

ଲିଙ୍କନ୍‌: ଜବରଦସ୍ତ ଫର୍ମରେ ଥିବା ପୃଥ୍ୱୀ ଶ’ଙ୍କ ଦମଦାର ଇନିଂସ୍ ବଳରେ ଭାରତ-ଏ’ ପ୍ରଥମ ଅନଅଫିସିଆଲ୍ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ-ଏକୁ ୫ ୱିକେଟରେ ପରାସ୍ତ କରିଛି। ଶିଖର ଧୱନଙ୍କ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଭାରତୀୟ ଦିନିକିଆ ଦଳରେ ଚୟନ ହୋଇଥିବା ୨୦ ବର୍ଷୀୟ ପୃଥ୍ୱୀ ଏହି ମ୍ୟାଚରେ ମାତ୍ର ୩୫ ବଲରେ ୪୮ ରନ୍ କରିଛନ୍ତି, ଯେଉଁଥିରେ ୫ ଚୌକା ଓ ୩ ଛକା ସାମିଲ୍ ଅଛି। ସେହିପରି ଭାରତର ଟି-୨୦ ଟିମରେ ଧୱନଙ୍କ ସ୍ଥାନରେ ସାମିଲ୍ […]

shaw

Ranjit Kumar Jena
  • Published: Wednesday, 22 January 2020
  • , Updated: 22 January 2020, 04:41 PM IST

ଲିଙ୍କନ୍‌: ଜବରଦସ୍ତ ଫର୍ମରେ ଥିବା ପୃଥ୍ୱୀ ଶ'ଙ୍କ ଦମଦାର ଇନିଂସ୍ ବଳରେ ଭାରତ-ଏ' ପ୍ରଥମ ଅନଅଫିସିଆଲ୍ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ-ଏକୁ ୫ ୱିକେଟରେ ପରାସ୍ତ କରିଛି। ଶିଖର ଧୱନଙ୍କ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଭାରତୀୟ ଦିନିକିଆ ଦଳରେ ଚୟନ ହୋଇଥିବା ୨୦ ବର୍ଷୀୟ ପୃଥ୍ୱୀ ଏହି ମ୍ୟାଚରେ ମାତ୍ର ୩୫ ବଲରେ ୪୮ ରନ୍ କରିଛନ୍ତି, ଯେଉଁଥିରେ ୫ ଚୌକା ଓ ୩ ଛକା ସାମିଲ୍ ଅଛି। ସେହିପରି ଭାରତର ଟି-୨୦ ଟିମରେ ଧୱନଙ୍କ ସ୍ଥାନରେ ସାମିଲ୍ ହୋଇଥିବା ସଞ୍ଜୁ ସାମସନ୍ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ମାତ୍ର ୨୧ ବଲରେ ୩୯ ରନ୍ (୩ ଚୌକା, ୨ ଛକା) କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ମାତ୍ର ୧୯ ବଲରେ ୩୫ ରନର ଯୋଗଦାନ କରିଛନ୍ତି।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍‌-ଏ ଟିମ୍ ୪୮.୩ ଓଭରରେ ୨୩୦ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ-ଏ ମାତ୍ର ୨୯.୩ ଓଭରରେ ୫ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ଭାରତ-ଏ ପକ୍ଷରୁ ମହମ୍ମଦ ସିରାଜ ସବୁଠାରୁ ସଫଳ ବୋଲର ଭାବେ ୩ଟି ୱିକେଟ୍ ନେଥିଲେ। ସେହିପରି ଖଲୀଲ ଅହମ୍ମଦ ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏ ୱିକେଟ୍ ମିଳିଛି। ନ୍ୟୁଜିଲ୍ୟାଣ୍ଡ୍‌-ଏ ପକ୍ଷରୁ ରଚିନ୍ ରବୀନ୍ଦ୍ର ସର୍ବାଧିକ ୪୯ ରନ୍ କରିଥିବା ବେଳେ କ୍ୟାପଟେନ୍ ଟମ୍ ବ୍ରୁସ୍ ୪୭ ରନ୍ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କୋଲ୍ ମ୍ୟାକକୋଞ୍ଚି ୩୪ ରନ୍ କରି ଅପରାଜିତ ଥିଲେ।

ଭାରତ-ଏ' ଶୁଭାରମ୍ଭ ଦମଦାର ରହିଥିଲା। ପୃଥ୍ୱୀ ଓ ମୟଙ୍କ ଅଗ୍ରୱାଲ୍ ମନଇଚ୍ଛା ଶଟ୍ ଖେଳିଥିଲେ। ଭାରତ-ଏ'ର ପ୍ରଥମ ୱିକେଟ୍ ୭୯ ରନରେ ପତନ ହୋଇଥିଲା। ଉଭୟ ପୃଥ୍ୱୀ ଓ ମୟଙ୍କଙ୍କୁ ଜେମ୍ସ ନିଶାମ ପ୍ୟାଭିଲିୟନ୍ ପଠାଇଥିଲେ। ମୟଙ୍କ ୨୯ ରନ୍ କରିଥିଲେ। ଏହା ପରେ ଶୁବମାନ୍ ଗିଲ୍ (୩୦) ଓ ସାମସନ୍ ତୃତୀୟ ୱିକେଟ୍ ପାଇଁ ୬୬ ରନ୍ ଯୋଡ଼ିଥିଲେ। ଶେଷଆଡ଼କୁ ବିଜୟ ଶଙ୍କର (୨୦) ଓ କୃନାଲ୍ ପାଣ୍ଡ୍ୟା (୧୫) ଅପରାଜିତ ରହି ଭାରତ-ଏ'କୁ ଜିତାଇଥିଲେ। ନ୍ୟୁଜିଲ୍ୟାଣ୍ଡ୍‌-ଏ ଟିମର ନିଶାମ ୨ଟି ୱିକେଟ୍ ନେଇଥିଲେ।

Related story