ୱାର୍ଲ୍ଡ ସ୍କ୍ୱାଶ୍ ଚାମ୍ପିୟନଶିପରୁ ଜୋସନା ବିଦା

କାଇରୋ: ଚଳିତ ପିଏସଏ ୱିମେନ୍ସ ୱାର୍ଲ୍ଡ ଚାମ୍ପିୟନଶିପରେ ଭାରତର ଷ୍ଟାର୍ ସ୍କ୍ୱାଶ୍ ଖେଳାଳି ଜୋସନା ଚିନ୍ନାପ୍ପାଙ୍କ ଅଭିଯାନ ଶେଷ ହୋଇଛି। ଜୋସନା ପ୍ରି-କ୍ୱାର୍ଟରଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ୍ ନୁର୍ ଏଲ୍ ଶେରବିନୀଙ୍କଠାରୁ ହାରି ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଏହି ଭାରତୀୟ ଖେଳାଳି ଦ୍ୱିତୀୟ ରାଉଣ୍ଡରେ ନୈରାଶ୍ୟଜନକ ପ୍ରଦର୍ଶନ କରି ମାତ୍ର ୨୧ ମିନିଟରେ ୫-୧୧, ୩-୧୧, ୬-୧୧ ଗେମରେ ହାରିଯାଇଥିଲେ। ତିନିଥରର ବିଶ୍ୱ ଚାମ୍ପିୟନ୍ ଶେରବିନୀ ପ୍ରଥମ ଦୁଇଟି ଗେମରେ ଆକ୍ରମଣାତ୍ମକ ଖେଳ […]

jyotsna

Ranjit Kumar Jena
  • Published: Tuesday, 29 October 2019
  • , Updated: 29 October 2019, 06:12 PM IST

କାଇରୋ: ଚଳିତ ପିଏସଏ ୱିମେନ୍ସ ୱାର୍ଲ୍ଡ ଚାମ୍ପିୟନଶିପରେ ଭାରତର ଷ୍ଟାର୍ ସ୍କ୍ୱାଶ୍ ଖେଳାଳି ଜୋସନା ଚିନ୍ନାପ୍ପାଙ୍କ ଅଭିଯାନ ଶେଷ ହୋଇଛି। ଜୋସନା ପ୍ରି-କ୍ୱାର୍ଟରଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ୍ ନୁର୍ ଏଲ୍ ଶେରବିନୀଙ୍କଠାରୁ ହାରି ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଏହି ଭାରତୀୟ ଖେଳାଳି ଦ୍ୱିତୀୟ ରାଉଣ୍ଡରେ ନୈରାଶ୍ୟଜନକ ପ୍ରଦର୍ଶନ କରି ମାତ୍ର ୨୧ ମିନିଟରେ ୫-୧୧, ୩-୧୧, ୬-୧୧ ଗେମରେ ହାରିଯାଇଥିଲେ।

ତିନିଥରର ବିଶ୍ୱ ଚାମ୍ପିୟନ୍ ଶେରବିନୀ ପ୍ରଥମ ଦୁଇଟି ଗେମରେ ଆକ୍ରମଣାତ୍ମକ ଖେଳ ଦେଖାଇ ଜୋସନାଙ୍କୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇନଥିଲେ। ମ୍ୟାଚ୍ ଜିତିବା ପରେ ଏଲ୍ ଶେରବିନୀ କହିଥିଲେ, " ଜୋସନା ଜଣେ ଅଭିଜ୍ଞ ଖେଳାଳି ଏବଂ ତାଙ୍କ ବିପକ୍ଷରେ ଏହି ବିଜୟ ମୋର ଆତ୍ମବିଶ୍ୱାସ ବଢ଼ାଇଛି। ଟାଇଟଲ୍ ଜିତିବା ପାଇଁ ମୋତେ ଆହୁରି ତିନୋଟି ମ୍ୟାଚ୍ ଜିତିବାକୁ ପଡ଼ିବ।"

Related story