ଭାରତକୁ ଡବଲ୍‌ ଝଟକା: ପୂଜାରା ଓ ବିରାଟ ଆଉଟ୍

ମେଲବର୍ଣ୍ଣ: ଆଉ ଏକ ଟେଷ୍ଟ୍ ଶତକରୁ ଅଳ୍ପ ଦୂରରେ ରହିଗଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ମେଲବର୍ଣ୍ଣରେ ଚାଲିଥିବା ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୮୨ ରନ୍‌ରେ ଆଉଟ୍ ହୋଇଯାଇଛନ୍ତି ବିରାଟ। ତେବେ ସେ ଆଉଟ୍ ହୋଇଯିବାର ମାତ୍ର କିଛି ସମୟ ମଧ୍ୟରେ ଶତକୀୟ ପାଳି ଖେଳିଥିବା ଚେତେଶ୍ୱର ପୂଜାରା ବି ଆଉଟ୍ ହୋଇଯାଇଛନ୍ତି। ତେଣୁ ଭାରତକୁ ଡବଲ୍ ଝଟକା ଲାଗିଛି। ଗତକାଲି ୪୭ ରନ୍ କରି ଅପରାଜିତ ଥିବା ବିରାଟ ଆଜି ଅର୍ଦ୍ଧଶତକ ହାସଲ […]

virat

Jitendra Garnayak
  • Published: Thursday, 27 December 2018
  • , Updated: 27 December 2018, 08:45 AM IST

ମେଲବର୍ଣ୍ଣ: ଆଉ ଏକ ଟେଷ୍ଟ୍ ଶତକରୁ ଅଳ୍ପ ଦୂରରେ ରହିଗଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ମେଲବର୍ଣ୍ଣରେ ଚାଲିଥିବା ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୮୨ ରନ୍‌ରେ ଆଉଟ୍ ହୋଇଯାଇଛନ୍ତି ବିରାଟ। ତେବେ ସେ ଆଉଟ୍ ହୋଇଯିବାର ମାତ୍ର କିଛି ସମୟ ମଧ୍ୟରେ ଶତକୀୟ ପାଳି ଖେଳିଥିବା ଚେତେଶ୍ୱର ପୂଜାରା ବି ଆଉଟ୍ ହୋଇଯାଇଛନ୍ତି। ତେଣୁ ଭାରତକୁ ଡବଲ୍ ଝଟକା ଲାଗିଛି।

ଗତକାଲି ୪୭ ରନ୍ କରି ଅପରାଜିତ ଥିବା ବିରାଟ ଆଜି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧୦ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୨୦୪ ବଲ୍‌ରେ ୮୨ ରନ୍ କରି ସେ ମିଚେଲ୍ ଷ୍ଟାର୍କଙ୍କ ଏକ ବଲ୍‌ରେ ଆରୋନ୍ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୯ଟି ଚୌକା ସହାୟତାରେ ୮୨ ରନ୍ କରିଥିଲେ।

ଅନ୍ୟପକ୍ଷରେ ୬୯ ରନ୍ କରି ଗତକାଲିଠାରୁ ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରଣ କରିଥିଲେ। ଏହା ହେଉଛି ତାଙ୍କ ଟେଷ୍ଟ୍ କ୍ୟାରିୟରର ୧୭ତମ ଶତକ। ସେ ୩୧୯ ବଲ୍‌ରେ ୧୦ ଚୌକା ସହାୟତାରେ ୧୦୬ ରନ୍ କରି ପ୍ୟାଟ୍ କମିନ୍‌ସଙ୍କ ଦ୍ୱାରା ବୋଲ୍ଡ ହୋଇଛନ୍ତି।

ବିରାଟ ୧୨୨.୫ ଓଭରରେ ଆଉଟ୍ ହୋଇଥିବା ବେଳେ ପୂଜାରା ୧୨୫.୪ ଓଭରରେ ଆଉଟ୍ ହୋଇଥିଲେ।

ଶେଷ ଖବର ଲେଖାଯିବା ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୩୦୮ ରନ୍ କରିଛି। ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମା କ୍ରିଜ୍‌ରେ ଅଛନ୍ତି।

Related story