ଶତକ ମାରିଲେ ପୂଜାରା, ଭାରତୀୟ ବ୍ୟାଟିଂ ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କଲେ ମୋଇନ୍‌

ସାଉଥାମ୍ପଟନ୍‌: ଇଂଲିଶ କଣ୍ଡିସନ୍‌ରେ ଫର୍ମକୁ ଫେରିଥିବା ଟିମ୍‌ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟସ୍‌ମ୍ୟାନ୍‌ ଚେତେଶ୍ୱର ପୂଜାରା ଇଂଲଣ୍ଡ ବୋଲର୍‌ଙ୍କ ସହ ଏକାକୀ ଲଢ଼େଇ କରିଛନ୍ତି। ସେ ମୋଇନ୍‌ ଅଲ୍ଲୀଙ୍କ ବଲ୍‌ରେ ୨ ରନ୍‌ ନେଇ ନିଜ ଟେଷ୍ଟ୍‌ କ୍ୟାରିୟର୍‌ ୧୮ ତମ ଶତକ ହାସଲ କରିଛନ୍ତି। ଦ୍ୱିତୀୟ ଦିନର ଶେଷ ଖବର ସୁଦ୍ଧା ଘରୋଇ ଇଂଲିଶ ଟିମ୍‌ ବିପକ୍ଷରେ ଭ୍ରମଣକାରୀ ଦଳ ଭାରତ ୯ ୱିକେଟ୍‌ ହରାଇ ୨୪୧ରନ୍‌ କରିଛି। ଚେତେଶ୍ୱର ପୂଜାରା ନିଜ ଟେଷ୍ଟ୍‌ କ୍ୟରିୟର୍‌ ୧୮ […]

pujara

Hemant Lenka
  • Published: Friday, 31 August 2018
  • , Updated: 31 August 2018, 04:26 PM IST

ସାଉଥାମ୍ପଟନ୍‌: ଇଂଲିଶ କଣ୍ଡିସନ୍‌ରେ ଫର୍ମକୁ ଫେରିଥିବା ଟିମ୍‌ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟସ୍‌ମ୍ୟାନ୍‌ ଚେତେଶ୍ୱର ପୂଜାରା ଇଂଲଣ୍ଡ ବୋଲର୍‌ଙ୍କ ସହ ଏକାକୀ ଲଢ଼େଇ କରିଛନ୍ତି। ସେ ମୋଇନ୍‌ ଅଲ୍ଲୀଙ୍କ ବଲ୍‌ରେ ୨ ରନ୍‌ ନେଇ ନିଜ ଟେଷ୍ଟ୍‌ କ୍ୟାରିୟର୍‌ ୧୮ ତମ ଶତକ ହାସଲ କରିଛନ୍ତି।

ଦ୍ୱିତୀୟ ଦିନର ଶେଷ ଖବର ସୁଦ୍ଧା ଘରୋଇ ଇଂଲିଶ ଟିମ୍‌ ବିପକ୍ଷରେ ଭ୍ରମଣକାରୀ ଦଳ ଭାରତ ୯ ୱିକେଟ୍‌ ହରାଇ ୨୪୧ରନ୍‌ କରିଛି। ଚେତେଶ୍ୱର ପୂଜାରା ନିଜ ଟେଷ୍ଟ୍‌ କ୍ୟରିୟର୍‌ ୧୮ ତମ ଶତକ ହାସଲ କରି ଅପରାଜିତ ଥିବା ବେଳେ ଓ ଟେଲ-ଏଣ୍ଡର ଯଶପ୍ରୀତ୍‌ ବୁମ୍‌ରା ୪ ରନ୍‌ କରି ବ୍ୟାଟିଂ କରୁଛନ୍ତି। ଏବେ ଭାରତ ଇଂଲଣ୍ଡ ସ୍କୋରଠାରୁ ୫ ରନ୍‌ ପଛରେ ରହିଛି।

୪ର୍ଥ ଟେଷ୍ଟ୍‌ରେ ଦଳକୁ ଫେରିଥିବା ଅଲରାଉଣ୍ଡର ମୋଇନ୍‌ ଅଲ୍ଲୀ ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ଓ ନିମ୍ନ କ୍ରମକୁ  ଧ୍ୱସ୍ତବିଧ୍ୱସ୍ତ କରି ୫ଟି ୱିକେଟ୍‌ ଦଖଲ କରିଛନ୍ତି।

Related story