ପୁନେର ମାଲିକ ଧୋନୀଙ୍କୁ କଲେ ଅପମାନ: ଚାରିଆଡୁ ସମାଲୋଚନା

ପୁନେ: ଆଇପିଏଲ୍‌ ୧୦ମ ସଂସ୍କରଣର ଆରମ୍ଭରୁ ମାତ୍ର ୨ଟି ମ୍ୟାଚ୍‌ ଖେଳାଯାଇଥିବା ସ୍ଥଳେ ଖେଳାଳି ଓ ମାଲିକଙ୍କୁ ନେଇ ବିବାଦ ଦେଖାଦେଇଛି। ରାଇଜିଂ ପୁନେ ସୁପର୍‌ଜ୍ୟାଣ୍ଟ୍‌ର ମାଲିକ ଧୋନୀଙ୍କୁ ଅପମାନିତ କରିଥିବା ଧୋନୀଙ୍କ ପ୍ରଶଂସକ କହିଛନ୍ତି। ଏନେଇ ପୁନେର ମାଲିକ ହର୍ସ ଗୋଏଙ୍କାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ମୁମ୍ବାଇକୁ ୭ ୱିକେଟ୍‌ରେ ପରାସ୍ତ କରିପାରିଥିଲା ପୁନେ। ମ୍ୟାଚର ଶେଷ ଓଭରରେ ଜିତିବାକୁ […]

goenka_Fotor_Collage

Rakesh Mallick
  • Published: Friday, 07 April 2017
  • , Updated: 07 April 2017, 07:12 PM IST

ପୁନେ: ଆଇପିଏଲ୍‌ ୧୦ମ ସଂସ୍କରଣର ଆରମ୍ଭରୁ ମାତ୍ର ୨ଟି ମ୍ୟାଚ୍‌ ଖେଳାଯାଇଥିବା ସ୍ଥଳେ ଖେଳାଳି ଓ ମାଲିକଙ୍କୁ ନେଇ ବିବାଦ ଦେଖାଦେଇଛି। ରାଇଜିଂ ପୁନେ ସୁପର୍‌ଜ୍ୟାଣ୍ଟ୍‌ର ମାଲିକ ଧୋନୀଙ୍କୁ ଅପମାନିତ କରିଥିବା ଧୋନୀଙ୍କ ପ୍ରଶଂସକ କହିଛନ୍ତି। ଏନେଇ ପୁନେର ମାଲିକ ହର୍ସ ଗୋଏଙ୍କାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି।

ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ମୁମ୍ବାଇକୁ ୭ ୱିକେଟ୍‌ରେ ପରାସ୍ତ କରିପାରିଥିଲା ପୁନେ। ମ୍ୟାଚର ଶେଷ ଓଭରରେ ଜିତିବାକୁ ଆଉ ୧୩ ରନ୍‌ ବାକିଥିବା ସ୍ଥଳେ ସ୍ମିଥ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ ଯୋଗୁ ଗୋଟିଏ ବଲ ବାକିଥାଇ ମ୍ୟାଚ୍ ଜିତି ନେଇଥିଲା ପୁନେ। ଏହି ବିଜୟ ପରେ ପୁନେର ମାଲିକ ହର୍ସ ସ୍ମିଥଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ସେ ଟ୍ୱିଟର୍‌ ମାଧ୍ୟମରେ କହିଥିଲେ ସ୍ମିଥ୍‌ ପ୍ରମାଣ କରିଛନ୍ତି ଯେ ଆଇପିଏଲ୍‌ର ରାଜା କିଏ, ଏବେ ସେ ଧୋନୀଙ୍କୁ ସମ୍ଫୁର୍ଣ୍ଣ ଭାବେ ପଛରେ ପକେଇଦେଇଛନ୍ତି । ଅଧିନାୟକ ଭାବେ ସ୍ମିଥ୍‌ ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଛନ୍ତି ଓ ସ୍ମିଥଙ୍କୁ ଅଧିନାୟକ ନିଯୁକ୍ତି କରିବା ଠିକ୍‌ ନିଷ୍ପତ୍ତି ବୋଲି ହର୍ସ କହିଛନ୍ତି ।

Related story