କଳିଙ୍ଗ ଲାନସର୍ସକୁ ହରାଇ ଜେପି ୱାରିୟର୍ସ ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍

ରାଞ୍ଚି: ରାଞ୍ଚିରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଚତୁର୍ଥ ସଂସ୍କରଣର ଫାଇନାଲ ମ୍ୟାଚରେ ଜେପି ୱାରିୟର୍ସ ପଞ୍ଚାବଠାରୁ ୬-୧ରେ ହାରିଯାଇଛି କଳିଙ୍ଗ ଲାନସର୍ସ। ଶେଷ ଗତ ଦୁଇଟି ସଂସ୍କରଣରେ ଫାଇନାଲରେ ପରାସ୍ତ ହୋଇଥିବା ଜେପି ୱାରିୟର୍ସ ଏଥର ହାତେଇଛି ହକି ଇଣ୍ଡିଆ ଲିଗ୍‌ର ମୁକୁଟ। ଆଜି ରାଞ୍ଚିର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିବା କଳିଙ୍ଗ ଲାନସର୍ସକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି। ଖେଳ […]

punjab-warriors-trophy

punjab-warriors-trophy

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 05:03 AM IST

Sports

Latest News

ରାଞ୍ଚି: ରାଞ୍ଚିରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଚତୁର୍ଥ ସଂସ୍କରଣର ଫାଇନାଲ ମ୍ୟାଚରେ ଜେପି ୱାରିୟର୍ସ ପଞ୍ଚାବଠାରୁ ୬-୧ରେ ହାରିଯାଇଛି କଳିଙ୍ଗ ଲାନସର୍ସ। ଶେଷ ଗତ ଦୁଇଟି ସଂସ୍କରଣରେ ଫାଇନାଲରେ ପରାସ୍ତ ହୋଇଥିବା ଜେପି ୱାରିୟର୍ସ ଏଥର ହାତେଇଛି ହକି ଇଣ୍ଡିଆ ଲିଗ୍‌ର ମୁକୁଟ। ଆଜି ରାଞ୍ଚିର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିବା କଳିଙ୍ଗ ଲାନସର୍ସକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି।

ଖେଳ ଆରମ୍ଭରୁ ହିଁ ୱାରିୟର୍ସ ଦଳ କଳିଙ୍ଗ ଲାନସର୍ସ ଉପରେ ଚାପ ପକାଇବା ଆରମ୍ଭ କରିଦେଇଥିଲା। ଖେଳ ଆରମ୍ଭ ହେବାର ୪ର୍ଥ ମିନିଟରେ ଦଳ ପକ୍ଷରୁ ଅରମାନ କ୍ୟୁରେସୀ ଗୋଟିଏ ଫିଲ୍ଡ ଗୋଲ ଦେଇ ୨-୦ରେ ଦଳକୁ ଅଗ୍ରଣୀ କରାଇଥିଲେ। କଳିଙ୍ଗ ଲାନସର୍ସ ପକ୍ଷରୁ ୨୪ତମ ମନିଟରେ ମୋର୍ତିଜ୍‌ ଫ୍ୟୁରେଷ୍ଟେ ଏକ ପେନାଲ୍ଟି କର୍ଣ୍ଣରରୁ ଗୋଲ୍‌ ଦେଇ ସ୍କୋରକୁ ୨-୧ରେ ପହଞ୍ଚାଇଥିଲେ। ପରେ ୩୯ତମ ମିନିଟରେ ମାଟ୍ ଗୋଡେସ୍‌ ଗୋଟିଏ ଫିଲ୍ଡ ଗୋଲ୍ ଓ ୪୨ତମ ମିନିଟରେ ସତବୀର ସିଂହ ଶେଷ ତଥା ଅନ୍ତିମ ଫିଲ୍ଡ ଗୋଲ୍ ଦେଇ ଦଳୀୟ ସ୍କୋର ୬-୧କୁ ନେଇଯାଇଥିଲେ।

ଦିଲ୍ଲୀ ୱେଭ୍‌ରାଇଡର ଡିଫେଣ୍ଡର ଏବଂ ପେନାଲ୍ଟି କର୍ଣ୍ଣର ଏକ୍ସପର୍ଟ ରୁପିନ୍ଦର ପାଲ ସିଂହଙ୍କୁ ‘ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ’ ପୁରସ୍କାର ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos