ଦ୍ୱିତୀୟ ସୁପର ଓଭରରେ ବାଜି ଜିତିଲା ପଞ୍ଜାବ, ନିରାଶ ହେଲା ମୁମ୍ୱାଇ

ଦୁବାଇ: ଚଳିତ ଆଇପିଏଲ ସିଜିନର ଅନ୍ୟତମ ରୋମାଞ୍ଚକର ମ୍ୟାଚ ରବିବାର ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଛି। ମ୍ୟାଚର ଫଳାଫଳ ପାଇଁ ଦୁଇଟି ସୁପର ଓଭର ଖେଳାଯାଇଛି। ପ୍ରଥମ ସୁପର ଓଭର ଟାଇ ହେବା ପରେ ଦ୍ୱିତୀୟ ସୁପର ଓଭରରେ ମୁମ୍ୱାଇକୁ ହରାଇ ବିଜୟୀ ହୋଇଛି ପଞ୍ଜାବ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୭୭ ରନ୍‌ର ଟାର୍ଗେଟ ଦେଇଥିଲା, ଜବାବରେ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟ […]

Punjab win in second super over, Mumbai Indians lost

Subhransu Sekhar
  • Published: Monday, 19 October 2020
  • , Updated: 19 October 2020, 01:22 AM IST

ଦୁବାଇ: ଚଳିତ ଆଇପିଏଲ ସିଜିନର ଅନ୍ୟତମ ରୋମାଞ୍ଚକର ମ୍ୟାଚ ରବିବାର ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଛି। ମ୍ୟାଚର ଫଳାଫଳ ପାଇଁ ଦୁଇଟି ସୁପର ଓଭର ଖେଳାଯାଇଛି। ପ୍ରଥମ ସୁପର ଓଭର ଟାଇ ହେବା ପରେ ଦ୍ୱିତୀୟ ସୁପର ଓଭରରେ ମୁମ୍ୱାଇକୁ ହରାଇ ବିଜୟୀ ହୋଇଛି ପଞ୍ଜାବ।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୭୭ ରନ୍‌ର ଟାର୍ଗେଟ ଦେଇଥିଲା, ଜବାବରେ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୭୬ ରନ୍ ସ୍କୋର କରିଥିଲା। ଏହାପରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା।

ପ୍ରଥମ ସୁପର ଓଭରରେ ପଞ୍ଜାବ ମୁମ୍ବାଇକୁ ଛଅ ରନର ଟାର୍ଗେଟ୍ ଦେଇଥିଲା। ଆଉ ମୁମ୍ବାଇ ମଧ୍ୟ ଛଅ ରନ୍ କରିବାରେ ସଫଳ ହୋଇଥିଲା। ତେଣୁ ପ୍ରଥମ ସୁପର ଓଭର ଟାଇ ରହିଥିଲା। ପରେ ଦ୍ୱିତୀୟ ଥର ପାଇଁ ସୁପର ଓଭର ହୋଇଥିଲା। ଦ୍ୱିତୀୟ ଓଭରରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୨ ରନର ଟାର୍ଗେଟ୍ ଦେଇଥିଲା। ଜବାବରେ ପଞ୍ଜାବର କ୍ରିସ୍ ଗେଲ ପ୍ରଥମ ବଲରେ ଛକା, ତୃତୀୟ ଏବଂ ଚତୁର୍ଥ ବଲରେ ମୟଙ୍କ ଅଗ୍ରୱାଲ ଲଗାତାର ଦୁଇଟି ଚୌକା ସହ ପଞ୍ଜାବକୁ ବିଜୟ କରାଇଥିଲେ।

Related story