ଭୁବନେଶ୍ୱର: ଅର୍ନ୍ତଜାତୀୟ ଟେଷ୍ଟ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା ପୂର୍ବ କ୍ରିକେଟରଙ୍କୁ ବିସିସିଆଇ ପ୍ରଦାନ କରିବ ଅର୍ଥରାଶି। ବିସିସିଆଇ ଘୋଷଣ କରିଥିବା ୱାନ୍ ଟାଇମ୍ ବେନିଫିଟ୍ ସ୍କିମରେ ଏହି ଅର୍ଥ ପ୍ରଦାନ କରାଯିବ। ଏଥିରେ ସ୍କିମରେ ୨୦୦ଜଣ ପୂର୍ବତନ କ୍ରିକେଟରଙ୍କୁ ସାମିଲ କରାଯାଇଛି। ଓଡ଼ିଶାରୁ ୩ଜଣ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଏହି ସ୍କିମରେ ସାମିଲ କରାଯାଇଛି। ସେମାନେ ହେଲେ ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଏବଂ ସଞ୍ଜୟ ରାଉଳ।
ସ୍କିମରେ ନିୟମ ଅନୁଯାୟୀ, ଦେବାଶିଷ ଏବଂ ଶିବଶୁନ୍ଦରଙ୍କୁ ୫୦ଲକ୍ଷ ଅର୍ଥରାଶି ପ୍ରଦାନ କିରାଯିବ। ଅନ୍ୟତମ ଖେଳାଳି ସଞ୍ଜୟ ରାଉଳଙ୍କୁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ନିୟମ ଅନୁଯାୟୀ ଶହେରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ଖେଳାଳିକୁ ମିଳିବ ଦେଢ଼ କୋଟି ଟଙ୍କାର ଅର୍ଥରାଶି। ଏହି ଯୋଜନାରେ ବିସିସିଆଇ ୨୦୦ଜଣ କ୍ରିକେଟରଙ୍କୁ ୯୧କୋଟି ୩୫ ଲକ୍ଷ ଟଙ୍କା ପ୍ରଦାନ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସଞ୍ଜୟ ରାଉତଙ୍କ ବିସ୍ଫୋରକ ବୟାନ, ପରାଜୟ ପାଇଁ ପୂର୍ବତନ CJI ଦାୟୀ
ମହାରାଷ୍ଟ୍ରରେ ପରାଜୟ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦାୟୀ କରିଛନ୍ତି ସଞ୍ଜୟ ରାଉତ।
Guest Column
ନିର୍ବାଚନରେ ଅପ୍ରାସଙ୍ଗିକ ହେଉଛି ଗଣମାଧ୍ୟମ
ଭାରତର ଲୋକମାନେ ଗଣମାଧ୍ୟମ ଦ୍ୱାରା ଯେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ, ତାହା ଜରୁରୀ ପରିସ୍ଥିତି ପରେ ପରେ ହୋଇଥିବା ନିର୍ବାଚନରେ ପ୍ରମାଣିତ ହୋଇଥିଲା। ଜରୁରୀ ପରିସ୍ଥିତି ସମୟରେ ଭାରତର ସବୁ ଗଣମାଧ୍ୟମ ସରକାରଙ୍କର ଓ ଇନ୍ଦିରା ଗାନ୍ଧୀଙ୍କର ପ୍ରଶଂସାରେ ଭରି ରହିଥିଲେ ମଧ୍ୟ ନିର୍ବାଚନ ଘୋଷଣା କ୍ଷଣି ଜନସାଧାରଣ ଆପେ ଆପେ ସେମାନଙ୍କର ମତ ସ୍ଥିର କରିନେଲେ।
National
ତଦନ୍ତ ଆଳରେ ଉଲଗ୍ନ କଲା ପୁଲିସ, ଆତ୍ମହତ୍ୟା କରିଦେଲେ ମହିଳା
ମହିଳା ଜଣକ ଛାଡିଯାଇଥିବା ସୁସାଇଡ୍ ନୋଟ୍ ଅନୁଯାୟୀ, ପୁଲିସ ଅଧିକାରୀ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଡ୍ରେସ୍ ଖୋଲିବାକୁ କହିବା ସହ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ।
National
ମସଜିଦ ସର୍ଭେକୁ ନେଇ ହିଂସା, ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ FIR
ହିଂସା ସୃଷ୍ଟି କରିଥିବା ଓ ଭିଡକୁ ଉସକାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।