ରାଜ୍ୟଗୋଷ୍ଠୀ କ୍ରୀଡାରେ ଜାତୀୟ ପତାକା ଧରିବେ ସିନ୍ଧୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆରମ୍ଭ ହେବାକୁ ଯାଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା। ଆନ୍ତାକାଲି ଉଦଘାଟନୀ ସମାରୋହ ରହିଥିବା ବେଳେ ୫ ତାରିଖରୁ ଇଭେଣ୍ଟ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉଦଘାଟନୀ ସମାରୋହରେ ଭାରତ ତରଫରୁ ବ୍ୟାଡମିଣ୍ଟନ କୁଇନ୍ ପି.ଭି. ସିନ୍ଧୁ ଜାତୀୟ ପତାକା ଧରିବେ। ଚଳିତବର୍ଷ ଭାରତରୁ ୨୨୭ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୮ ଜଣ ଅଛନ୍ତି। ଓଡ଼ିଶାରୁ ପୁରୁଷ ହକିରେ ଅମିତ୍ ରୋହିଦାସ […]

sindhu

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 09:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆରମ୍ଭ ହେବାକୁ ଯାଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା। ଆନ୍ତାକାଲି ଉଦଘାଟନୀ ସମାରୋହ ରହିଥିବା ବେଳେ ୫ ତାରିଖରୁ ଇଭେଣ୍ଟ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉଦଘାଟନୀ ସମାରୋହରେ ଭାରତ ତରଫରୁ ବ୍ୟାଡମିଣ୍ଟନ କୁଇନ୍ ପି.ଭି. ସିନ୍ଧୁ ଜାତୀୟ ପତାକା ଧରିବେ।

ଚଳିତବର୍ଷ ଭାରତରୁ ୨୨୭ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୮ ଜଣ ଅଛନ୍ତି।

ଓଡ଼ିଶାରୁ ପୁରୁଷ ହକିରେ ଅମିତ୍ ରୋହିଦାସ ପ୍ରତିନିଧିତ୍ୱ କରୁଥିବା ବେଳେ ମହିଳା ହକିରେ ନିଳୀମା ମିଞ୍ଜ, ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ସୁନୀତା ଲାକ୍ରା ଭାଗ ନେଉଛନ୍ତି। ସେହିପରି ଜିମ୍ନାଷ୍ଟିକ୍‌ରେ ରାକେଶ ପାତ୍ର ଏବଂ ଆଥଲେଟଇକ୍‌ରେ ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଭାଗ ନେଉଛନ୍ତି।

Related story