କୋରିଆ ସୁପର ସିରିଜ: ସ୍ୱର୍ଣ୍ଣ ପଦକଠୁ ମାତ୍ର ଗୋଟିଏ ପାଦ ଦୂରରେ ପି.ଭି. ସିନ୍ଧୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱର୍ଣ୍ଣ ପଦକଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ପି.ଭି. ସିନ୍ଧୁ। ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସିନ୍ଧୁ କୋରିଆ ସୁପର ସିରିଜର ଫାଇନାଲରେ ପହଞ୍ଚିଛନ୍ତି। ସେମିଫାଇନାଲରେ ବିଶ୍ୱର ୬ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚାଇନାର ହେ ବିଙ୍ଗଜିଆଓଙ୍କୁ ୨୧-୧୦, ୧୭-୨୧, ୨୧-୧୬ ସେଟ୍‌ରେ ହରାଇ ଫାଇନାଲକୁ ପ୍ରବେଶ କରିଛନ୍ତି। ଫାଇନାଲରେ ତାଙ୍କର ମୁକାବିଲା ଜାପାନର ନୋଜୋମି ଅକୁହାରାଙ୍କ ସହ ହେବ। ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ସିନ୍ଧୁ ଚଳିତ ବର୍ଷ ଇଣ୍ଡିଆ […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 04:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱର୍ଣ୍ଣ ପଦକଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ପି.ଭି. ସିନ୍ଧୁ। ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସିନ୍ଧୁ କୋରିଆ ସୁପର ସିରିଜର ଫାଇନାଲରେ ପହଞ୍ଚିଛନ୍ତି। ସେମିଫାଇନାଲରେ ବିଶ୍ୱର ୬ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚାଇନାର ହେ ବିଙ୍ଗଜିଆଓଙ୍କୁ ୨୧-୧୦, ୧୭-୨୧, ୨୧-୧୬ ସେଟ୍‌ରେ ହରାଇ ଫାଇନାଲକୁ ପ୍ରବେଶ କରିଛନ୍ତି। ଫାଇନାଲରେ ତାଙ୍କର ମୁକାବିଲା ଜାପାନର ନୋଜୋମି ଅକୁହାରାଙ୍କ ସହ ହେବ। ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ସିନ୍ଧୁ ଚଳିତ ବର୍ଷ ଇଣ୍ଡିଆ ସୁପର ସିରିଜ ଏବଂ ୨୦୧୬ରେ ଚାଇନା ସୁପର ସିରିଜ ପ୍ରିମିୟରରେ ଚାମ୍ପିଅନ୍ ହୋଇଥିଲେ। ଏହାସହ ନିକଟରେ ବିଶ୍ୱ ବ୍ୟାଡମିଣ୍ଟନ୍‌ ଚାମ୍ପିୟନସିପ୍‌ରେ ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos