ପୁଣି ଫିଲ୍ଡିଂ କୋଚ୍ ହେବେ ଶ୍ରୀଧର!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ବର୍ତ୍ତମାନ ଫିଲ୍ଡିଂ କୋଚ୍ ଶ୍ରୀଧରଙ୍କୁ ପୁଣିଥରେ ନିଯୁକ୍ତ କରାଯିବା ଏକ ପ୍ରକାର ନିଶ୍ଚିତ କୁହାଯାଉଛି। ସୋମବାର ବ୍ୟାଟିଂ ଓ ବୋଲିଂ କୋଚ୍ ପାଇଁ ମୋଟ ୧୮ ଜଣଙ୍କର ଇଣ୍ଟରଭ୍ୟୁ ନିଆଯାଇଥିଲା। ଏହା ପରେ ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ମଙ୍ଗଳବାର ମଧ୍ୟ ଏହି ପ୍ରକ୍ରିୟା ଜାରି ରଖିଥିଲା। ଚୟନକମିଟି ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ଚୟନ କରିବ। କମିଟି ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଯଥା ଶ୍ରୀଧୀର, […]

sridhar

sridhar

Ranjit Kumar Jena
  • Published: Wednesday, 21 August 2019
  • Updated: 21 August 2019, 09:09 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ବର୍ତ୍ତମାନ ଫିଲ୍ଡିଂ କୋଚ୍ ଶ୍ରୀଧରଙ୍କୁ ପୁଣିଥରେ ନିଯୁକ୍ତ କରାଯିବା ଏକ ପ୍ରକାର ନିଶ୍ଚିତ କୁହାଯାଉଛି। ସୋମବାର ବ୍ୟାଟିଂ ଓ ବୋଲିଂ କୋଚ୍ ପାଇଁ ମୋଟ ୧୮ ଜଣଙ୍କର ଇଣ୍ଟରଭ୍ୟୁ ନିଆଯାଇଥିଲା। ଏହା ପରେ ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ମଙ୍ଗଳବାର ମଧ୍ୟ ଏହି ପ୍ରକ୍ରିୟା ଜାରି ରଖିଥିଲା।

ଚୟନକମିଟି ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ଚୟନ କରିବ। କମିଟି ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଯଥା ଶ୍ରୀଧୀର, ଜଣ୍ଟି ରୋଡ୍ସ ଏବଂ ଅଭୟ ଶର୍ମାଙ୍କ ଇଣ୍ଟରଭ୍ୟୁ ନେଇଥିଲା। ଚୟନକମିଟି ମଧ୍ୟ ସବୁ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁରେ ଖୁବ୍ ପ୍ରଭାବିତ ହୋଇଥିଲା।

ଏହି ପଦବୀ ପାଇଁ ରୋଡ୍ସଙ୍କୁ ପ୍ରବଳ ଦାବିଦାର କୁହାଯାଉଛି, କାରଣ ସେ ନିଜେ ଜଣେ ଚମତ୍କାର ଫିଲ୍ଡର୍। ଏହା ସତ୍ତ୍ୱେ ଶ୍ରୀଧରଙ୍କ ପକ୍ଷ ମଜଭୁତ୍ ଲାଗୁଛି। କାରଣ ଗତ କିଛି ବର୍ଷ ହେବ ସେ ଟିମ୍ ସହ ଭଲ କାମ କରିଛନ୍ତି। ଏହି ଦୃଷ୍ଟିରୁ ତାଙ୍କୁ ପୁଣିଥରେ ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos