ଚିରପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଫ୍ରେଞ୍ଚ୍ ଓପନ୍ ଫାଇନାଲରେ ନାଡାଲ୍

ପ୍ୟାରିସ୍: କ୍ଲେ’କୋର୍ଟ କିଙ୍ଗ୍ ଭାବେ ପରିଚିତ ସ୍ପେନର ଟେନିସ୍ ତାରକା ରାଫେଲ୍ ନାଡାଲ୍ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ରୋଜର ଫେଡେରରଙ୍କୁ ହରାଇ ଫ୍ରେଞ୍ଚ୍ ଓପନ୍ ଫାଇନାଲରେ ପହଞ୍ଚିଛନ୍ତି। ବିଶ୍ୱର ଦୁଇ ନମ୍ବର ଖେଳାଳି ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ତିନି ନମ୍ବର ଖେଳାଳି ସ୍ୱିଜରଲ୍ୟାଣ୍ଡର ଫେଡେରରଙ୍କୁ ସିଧାସଳଖ ୬-୩, ୬-୪, ୬-୨ ସେଟରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ ୨ ଘଣ୍ଟା ୨୫ ମିନିଟ୍ ଧରି ଚାଲିଥିଲା। ଏଥିସହ ନାଡାଲ୍ […]

FRENCH

Hemant Lenka
  • Published: Friday, 07 June 2019
  • , Updated: 07 June 2019, 08:31 PM IST

ପ୍ୟାରିସ୍: କ୍ଲେ'କୋର୍ଟ କିଙ୍ଗ୍ ଭାବେ ପରିଚିତ ସ୍ପେନର ଟେନିସ୍ ତାରକା ରାଫେଲ୍ ନାଡାଲ୍ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ରୋଜର ଫେଡେରରଙ୍କୁ ହରାଇ ଫ୍ରେଞ୍ଚ୍ ଓପନ୍ ଫାଇନାଲରେ ପହଞ୍ଚିଛନ୍ତି।

ବିଶ୍ୱର ଦୁଇ ନମ୍ବର ଖେଳାଳି ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ତିନି ନମ୍ବର ଖେଳାଳି ସ୍ୱିଜରଲ୍ୟାଣ୍ଡର ଫେଡେରରଙ୍କୁ ସିଧାସଳଖ ୬-୩, ୬-୪, ୬-୨ ସେଟରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ ୨ ଘଣ୍ଟା ୨୫ ମିନିଟ୍ ଧରି ଚାଲିଥିଲା। ଏଥିସହ ନାଡାଲ୍ ୧୨ଥର ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ଦୌଡ଼ରେ ପ୍ରବେଶ କରିଛନ୍ତି। ଫାଇନାଲରେ ତାଙ୍କ ସାମ୍ନା ସର୍ବିୟାର ନୋଭାକ୍ ଜେକୋଭିଜ୍ ଓ ଅଷ୍ଟ୍ରିଆର ଡୋମିନିକ୍ ଥିମଙ୍କ ମଧ୍ୟରେ ହେବାକୁଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚର ବିଜେତାଙ୍କ ସହ ହେବ।

ଫେଡେରରଙ୍କ ବିପକ୍ଷରେ ନାଡାଲଙ୍କର ଏହା ୨୪ତମ ବିଜୟ। ଫେଡେରର ମାତ୍ର ୧୫ଥର ନାଡାଲଙ୍କୁ ହରାଇବାରେ ସଫଳ ହୋଇଛନ୍ତି। ଫେଡେରର କ୍ଲେ'କୋର୍ଟରେ ମାତ୍ର ଦୁଇଥର ନାଡାଲଙ୍କୁ ହରାଇଛନ୍ତି। ତେବେ ନାଡାଲ୍ କ୍ଲେ' କୋର୍ଟରେ ୧୪ଥର ଫେଡେରରଙ୍କୁ ପରାସ୍ତ କରିଛନ୍ତି।

ନାଡାଲ ଓ ଫେଡେରର ଦ୍ୱିତୀୟଥର ପାଇଁ ଫ୍ରେଞ୍ଚ୍ ଓପନ୍ ସେମିଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏହା ପୂର୍ବରୁ ୨୦୦୫ରେ ଦୁହେଁ ପରସ୍ପରକୁ ଫ୍ରେଞ୍ଚ୍ ଓପନ୍ ସେମିରେ ଭେଟିଥିଲେ, ଯେଉଁଥିରେ ନାଡାଲ୍ ବିଜୟୀ ହୋଇଥିଲେ। ତେବେ ଦୁହେଁ ଅଧିକାଂଶ ଥର ଫ୍ରେଞ୍ଚ୍ ଓପନ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି।

୨୦୦୬, ୨୦୦୭, ୨୦୦୮, ୨୦୧୧ରେ ଦୁହିଁଙ୍କ ମଧ୍ୟରେ ହୋଇଥିବା ଫାଇନାଲରେ ନାଡାଲ ହିଁ ପ୍ରତିଥର ବାଜି ମାରିଥିଲେ। ଫେଡେରରଙ୍କ ଖାତାରେ ମାତ୍ର ଥରେ ଫ୍ରେଞ୍ଚ୍ ଟାଇଟଲ୍ ରହିଛି, ଯାହା ସେ ୨୦୦୯ରେ ଜିତିଥିଲେ। ଚଳିତ ଓପନ୍ ଫାଇନାଲରେ ଯଦି ନାଡାଲ୍ ବିଜୟୀ ହୁଅନ୍ତି, ତାହେଲେ ଏହା ତାଙ୍କର ୧୮ତମ ଗ୍ରାଣ୍ଡସ୍ଲାମ୍ ହେବ।

Related story