ଟି-୨୦ରେ ରେକର୍ଡ କଲେ ରାହୁଲ

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ତଥା ଆଇପିଏଲ୍‌ରେ ପଞ୍ଜାବ ପକ୍ଷରୁ ଖେଳୁଥିବା କେଏଲ ରାହୁଲ ଟି-୨୦ରେ ରେକର୍ଡ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ସବୁଠାରୁ କମ୍‌ ଇନିଂସ୍‌ରେ ଟି-୨୦ ଫର୍ମାଟରେ ୩ ହଜାର ରନ୍‌ ସଂଗ୍ରହ କରିବାର ରେକର୍ଡ ନିଜ ନାଁରେ ଲେଖିଛନ୍ତି। ରାହୁଲ ୯୩ଟି ଇନିଂସ୍‌ରେ ୩ ହଜାର ରନ୍‌ ହାସଲ କରିଛନ୍ତି। ରାହୁଲଙ୍କ ପୂର୍ବରୁ କୌଣସି ଭାରତୀୟ ଏତେ କମ୍‌ ଇନିଂସ୍‌ରେ କ୍ରିକେଟର ଏହି ଛୋଟିଆ ଫର୍ମାଟରେ ୩ ହଜାର ରନ୍‌ ସଂଗ୍ରହ […]

d

Hemant Lenka
  • Published: Thursday, 25 April 2019
  • , Updated: 25 April 2019, 04:21 PM IST

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ତଥା ଆଇପିଏଲ୍‌ରେ ପଞ୍ଜାବ ପକ୍ଷରୁ ଖେଳୁଥିବା କେଏଲ ରାହୁଲ ଟି-୨୦ରେ ରେକର୍ଡ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ସବୁଠାରୁ କମ୍‌ ଇନିଂସ୍‌ରେ ଟି-୨୦ ଫର୍ମାଟରେ ୩ ହଜାର ରନ୍‌ ସଂଗ୍ରହ କରିବାର ରେକର୍ଡ ନିଜ ନାଁରେ ଲେଖିଛନ୍ତି।

ରାହୁଲ ୯୩ଟି ଇନିଂସ୍‌ରେ ୩ ହଜାର ରନ୍‌ ହାସଲ କରିଛନ୍ତି। ରାହୁଲଙ୍କ ପୂର୍ବରୁ କୌଣସି ଭାରତୀୟ ଏତେ କମ୍‌ ଇନିଂସ୍‌ରେ କ୍ରିକେଟର ଏହି ଛୋଟିଆ ଫର୍ମାଟରେ ୩ ହଜାର ରନ୍‌ ସଂଗ୍ରହ କରି ନଥିଲେ। ତେବେ ଏଭଳି କମ୍‌ ଇନିଂସ୍‌ରେ ଟି-୨୦ରେ ୩ ହଜାର ରନ୍‌ ସଂଗ୍ରହ କରିବା ତାଲିକାରେ ଅଷ୍ଟ୍ରେଲିଆର ଶନ୍‌ ମାର୍ଶ ପ୍ରଥମ ସ୍ଥାନରେ ରହିଛନ୍ତି। ମାର୍ଶ ମାତ୍ର ୮୫ଟି ଇନିଂସ୍‌ରେ ୩ ହଜାର ରନ୍‌ ସଂଗ୍ରହ କରିଥିଲେ।

ଗତକାଲି ରାହୁଲ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ୨୭ଟି ବଲ୍‌ରେ ୪୨ ରନ୍‌ ହାସଲ କରିବା ପରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Related story