ଡ୍ରାଭିଡଙ୍କୁ ସିଓଏର କ୍ଲିନ୍ ଚିଟ୍

ନୂଆଦିଲ୍ଲୀ: ଦ୍ୱୈତ ସ୍ୱାର୍ଥ କିମ୍ବା ‘କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ୍’ ଅଭିଯୋଗରେ ରାହୁଲ୍ ଡ୍ରାଭିଡଙ୍କୁ କ୍ରିକେଟ୍ ପ୍ରଶାସନିକ କମିଟି (ସିଏଓ) କ୍ଲିନ୍ ଚିଟ୍ ପ୍ରଦାନ କରିଛି। ସିଏଓ ମଙ୍ଗଳବାର ସ୍ପଷ୍ଟ କରିଛି ଯେ, ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର କ୍ରିକେଟ୍ ସଞ୍ଚାଳନ ମୁଖ୍ୟ ଭାବେ ଡ୍ରାଭିଡଙ୍କ ନିଯୁକ୍ତିରେ ଦ୍ୱୈତ ସ୍ୱାର୍ଥ ବା ‘କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ୍’ର କୌଣସି ମାମଲା ନାହିଁ। ଲ୍ୟୁଟନାଣ୍ଟ ଜେନେରାଲ୍ ରବି ଥୋଡଗେ କହିଛନ୍ତି, ଏବେ ସବୁକିଛି ବିସିସିଆଇ ଲୋକପାଳ ତଥା ଏଥିକ୍ସ ଅଫିସର୍ ଡିକେ […]

rahul

rahul

Ranjit Kumar Jena
  • Published: Tuesday, 13 August 2019
  • Updated: 13 August 2019, 08:06 PM IST

Sports

Latest News

ନୂଆଦିଲ୍ଲୀ: ଦ୍ୱୈତ ସ୍ୱାର୍ଥ କିମ୍ବା 'କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ୍' ଅଭିଯୋଗରେ ରାହୁଲ୍ ଡ୍ରାଭିଡଙ୍କୁ କ୍ରିକେଟ୍ ପ୍ରଶାସନିକ କମିଟି (ସିଏଓ) କ୍ଲିନ୍ ଚିଟ୍ ପ୍ରଦାନ କରିଛି। ସିଏଓ ମଙ୍ଗଳବାର ସ୍ପଷ୍ଟ କରିଛି ଯେ, ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର କ୍ରିକେଟ୍ ସଞ୍ଚାଳନ ମୁଖ୍ୟ ଭାବେ ଡ୍ରାଭିଡଙ୍କ ନିଯୁକ୍ତିରେ ଦ୍ୱୈତ ସ୍ୱାର୍ଥ ବା 'କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ୍'ର କୌଣସି ମାମଲା ନାହିଁ। ଲ୍ୟୁଟନାଣ୍ଟ ଜେନେରାଲ୍ ରବି ଥୋଡଗେ କହିଛନ୍ତି, ଏବେ ସବୁକିଛି ବିସିସିଆଇ ଲୋକପାଳ ତଥା ଏଥିକ୍ସ ଅଫିସର୍ ଡିକେ ଜୈନଙ୍କ ହାତରେ।

ଥୋଡଗେ ଆହୁରି କହିଛନ୍ତି, "ରାହୁଲଙ୍କ ମାମଲାରେ କୌଣସି ଦ୍ୱୈତ ସ୍ୱାର୍ଥ ନାହିଁ। ସେ ନୋଟିସ୍ ପାଇଥିଲେ ଏବଂ ଆମେ ତାଙ୍କ ନିଯୁକ୍ତିକୁ ମଞ୍ଜୁରି ଦେଇଥିଲୁ। ତେଣୁ ଏଥିରେ ଆମକୁ କୌଣସି ଦ୍ୱୈତ ସ୍ୱାର୍ଥ ଥିବା ଲାଗୁନି। କିନ୍ତୁ ଯଦି ଲୋକପାଳଙ୍କ ମନରେ ଦ୍ୱନ୍ଦ୍ୱ ଥାଏ, ତାହେଲେ ସେ ନିଜ ପକ୍ଷ ସ୍ପଷ୍ଟ କରିବେ। ଏହା ପରେ ଆମେ କିଛି ବିଚାର କରିବୁ। ଏହା ଏକ ପ୍ରକ୍ରିୟା, ଯାହା ଜାରି ରହିବ।"

ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟର ସବୁଠାରୁ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ଡ୍ରାଭିଡ୍ ଏନସିଏର ବଡ଼ ପଦରେ ରହିବା ସହ ଆଇପିଏଲ୍ ଦଳ ଚେନ୍ନାଇ ସୁପର କିଙ୍ଗସର ମାଲିକ ଇଣ୍ଡିଆ ସିମେଣ୍ଟସ୍ କମ୍ପାନୀର ମଧ୍ୟ ଉପସଭାପତି ଅଛନ୍ତି। ତେଣୁ ଜଣେ ଲୋକ କିପରି ଦୁଇଟି ପଦରୁ ଲାଭ ଉଠାଉଛନ୍ତି, ଏହାର ଅଭିଯୋଗ ଆଣିଥିଲେ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଅଭିଯୋଗ ଆଣିଥିଲେ। ଗୁପ୍ତାଙ୍କ ଏହି ଅଭିଯୋଗ ପରେ ଡ୍ରାଭିଡଙ୍କୁ ଶ୍ରୀ ଜୈନ୍ ନୋଟିସ୍ ପଠାଇଥିଲେ।

ଡ୍ରାଭିଡ୍ ନିଜର ଜବାବ ମଧ୍ୟ ଜୈନଙ୍କୁ ପଠାଇସାରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଯେ ସେ ପଦରୁ ଇସ୍ତଫା ଦେଇଛନ୍ତି କି ନାହିଁ। ସିଓଏ ତାଙ୍କ ନିଯୁକ୍ତି ସମୟରେ ସ୍ପଷ୍ଟ କରିଥିଲା ଯେ, ଡ୍ରାଭିଡଙ୍କୁ ଇଣ୍ଡିଆ ସିମେଣ୍ଟସର ବଡ଼ ପଦ ଛାଡ଼ିବାକୁ ପଡ଼ିବ କିମ୍ବା କାର୍ଯ୍ୟକାଳ ପୂରଣ ହେବା ପର୍ଯ୍ୟନ୍ତ ଛୁଟିରେ ରହିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos