ବେଙ୍ଗାଲୁରୁ: ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ମୁଖ୍ୟ ଏବଂ ଭାରତର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡ୍ ଶୁକ୍ରବାର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମର ଭାରତୀୟ ସିନିୟର ଟିମର ଖେଳାଳିଙ୍କ ସହ ସମୟ ବିତାଇଛନ୍ତି। ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜିତିବା ପରେ ଭାରତୀୟ ଟିମ୍ ଗୁରୁବାର ଏଠାରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ପୂବୟରୁ ଟିମର କିଛି ଖେଳାଳି ମୁଖ୍ୟ କୋଚ୍ ରବ ଶାସ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଭ୍ୟାସ କରିଛନ୍ତି।
When two greats of Indian Cricket meet 🤝 pic.twitter.com/Vj3bAeGr8y
— BCCI (@BCCI) September 20, 2019
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏକ ଫଟୋ ଟ୍ୱିଟ୍ କରି ଉଲ୍ଲେଖ କରିଛି ଯେ, ଯେତେବେଳେ ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀଙ୍କର ସାକ୍ଷାତ ହୁଏ । ଏହି ଫଟୋରେ ଡ୍ରାଭିଡଙ୍କ ସହ ଶାସ୍ତ୍ରୀ ମଧ୍ୟ ଅଛନ୍ତି।
ଧର୍ମଶାଳାରେ ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା। ଦ୍ୱିତୀୟ ମ୍ୟାଚରେ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ହୋଇଛି। ତୃତୀୟ ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ସିରିଜ ବରାବର କରିବାକୁ ଚାହିଁବ।