ବିସିସିଆଇର ପ୍ରଥମ ସିଇଓ ଭାବେ ନିଯୁକ୍ତି ପାଇଲେ ରାହୁଲ ଜୋହରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବୁଧବାର ନିଜର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରାହୁଲ ଜୋହରୀଙ୍କ ନାମ ଘୋଷଣା କରିଛି। ତିନିଜଣିଆ ଲୋଧା ପ୍ୟନେଲର ପ୍ରସ୍ତାବ ଅନୁଯାୟୀ ଆଜି ରାହୁଲଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି। ବିସିସିଆଇର ସଚିବ ଅନୁରାଗ ଠାକୁର କହିଛନ୍ତି,‘ ରାହୁଲଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାହୁଲ ୨୦୧୬ ଜୁନ୍‌ ୧ରୁ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ଆମେ ତାଙ୍କୁ ସ୍ୱାଗତ କରୁଛୁ।” ବିସିସିଆଇର ସଭାପତି […]

rahul-johri-appointed-ceo-of-bcci

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 01:08 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବୁଧବାର ନିଜର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରାହୁଲ ଜୋହରୀଙ୍କ ନାମ ଘୋଷଣା କରିଛି। ତିନିଜଣିଆ ଲୋଧା ପ୍ୟନେଲର ପ୍ରସ୍ତାବ ଅନୁଯାୟୀ ଆଜି ରାହୁଲଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି।

ବିସିସିଆଇର ସଚିବ ଅନୁରାଗ ଠାକୁର କହିଛନ୍ତି,‘ ରାହୁଲଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାହୁଲ ୨୦୧୬ ଜୁନ୍‌ ୧ରୁ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ଆମେ ତାଙ୍କୁ ସ୍ୱାଗତ କରୁଛୁ।”

ବିସିସିଆଇର ସଭାପତି ଶାଶାଙ୍କ ମନୋହର କହିଛନ୍ତି,“ବିସିସିଆଇ ସହିତ ରାହୁଲ ଯୋଡି ହୋଇଥିବାରୁ ମୁଁ ଖୁସି। ତାଙ୍କ ଅଭିଜ୍ଞତା ଓ ଜ୍ଞାନକୁ ବ୍ୟବହାର କରି ସେ ବିସିସିଆଇକୁ ଆଗକୁ ନେବେ।”

ଡିସ୍‌କଭରୀ ନେଟ୍‌ୱାର୍କରେ ୧୫ ବର୍ଷ କାର୍ଯ୍ୟ ସମ୍ପାଦନ କରିବା ପରେ ସେ ବିସିସିଆଇର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି। ସେ  ଏସିଆ ପେସିଫିକ୍‌ ଡିସକକଭ୍‌ରୀ ନେଟ୍‌ୱାର୍କର  କାର୍ଯ୍ୟନିବାହୀ ଉପସଭାପତି ଓ ଦକ୍ଷିଣ ଏସିଆର ସାଧାରଣ ପରିଚାଳକ ଭାବେ କାର୍ଯ୍ୟ କରିଛନ୍ତି।

Related story