ବର୍ଷା ପ୍ରଭାବିତ ହୋଇପାରେ ଭାରତ-ପାକ୍ ମ୍ୟାଚ୍

ମାଞ୍ଚେଷ୍ଟର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଦୁଇ ଦିନ ପରେ ଭାରତ ତା’ର ଚତୁର୍ଥ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ହାଇଭୋଲଟେଜ୍ ମ୍ୟାଚ୍ ରବିବାର ଅର୍ଥାତ୍ ଜୁନ୍ ୧୬ ତାରିଖରେ ମାଞ୍ଚେଷ୍ଟରରେ ଖେଳାଯିବ। କିନ୍ତୁ ଏହି ମ୍ୟାଚରେ ବର୍ଷା ନିର୍ଣ୍ଣାୟକ ଭୂମିକା ବହନ କରିବ ବୋଲି ଆଶଙ୍କା କରାଯାଉଛି। ବିବିସି ରିପୋର୍ଟ ଅନୁଯାୟୀ, ଗୁରୁବାର ମାଞ୍ଚେଷ୍ଟରରେ ତାପମାତ୍ରା ୧୧ ଡିଗ୍ରୀ ରହିଛି ଏବଂ ଏଠାରେ ବାଦଲ […]

ind-pak

Hemant Lenka
  • Published: Thursday, 13 June 2019
  • , Updated: 13 June 2019, 07:51 PM IST

ମାଞ୍ଚେଷ୍ଟର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଦୁଇ ଦିନ ପରେ ଭାରତ ତା'ର ଚତୁର୍ଥ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ହାଇଭୋଲଟେଜ୍ ମ୍ୟାଚ୍ ରବିବାର ଅର୍ଥାତ୍ ଜୁନ୍ ୧୬ ତାରିଖରେ ମାଞ୍ଚେଷ୍ଟରରେ ଖେଳାଯିବ।

କିନ୍ତୁ ଏହି ମ୍ୟାଚରେ ବର୍ଷା ନିର୍ଣ୍ଣାୟକ ଭୂମିକା ବହନ କରିବ ବୋଲି ଆଶଙ୍କା କରାଯାଉଛି। ବିବିସି ରିପୋର୍ଟ ଅନୁଯାୟୀ, ଗୁରୁବାର ମାଞ୍ଚେଷ୍ଟରରେ ତାପମାତ୍ରା ୧୧ ଡିଗ୍ରୀ ରହିଛି ଏବଂ ଏଠାରେ ବାଦଲ ମଧ୍ୟ ଘେରି ହୋଇ ରହିଛି। ସେହିପରି ଦିନତମାମ ଝିପଝିପ ବର୍ଷା ମଧ୍ୟ ଲାଗି ରହିଥିଲା।

୧୪ ଓ ୧୫ ତାରିଖରେ ମଧ୍ୟ ମାଞ୍ଚେଷ୍ଟରରେ ହାଲକା ବର୍ଷା ହେବାର ସମ୍ଭାବନା ଅଛି। ଏହି ଦୃଷ୍ଟିରୁ ଜୁନ୍ ୧୬ ତାରିଖରେ ମାଞ୍ଚେଷ୍ଟରରେ ପାଗ ସ୍ୱାଭାବିକ ରହିବ ନାହିଁ। ୧୬ ତାରିଖରେ ମାଞ୍ଚେଷ୍ଟରରେ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ଏବଂ ସର୍ବନିମ୍ନ ୧୧ ଡିଗ୍ରୀ ରହିବାର ସମ୍ଭାବନା ରହିଛି।

ଏହାଛଡ଼ା ମଝିରେ ମଝିରେ ହାଲକା ବର୍ଷା ମଧ୍ୟ ହୋଇପାରେ। ତେଣୁ ମୋଟା ମୋଟି ଭାବେ କହିବାକୁ ଗଲେ, ଭାରତ ଓ ପାକିସ୍ତାନ ମ୍ୟାଚ୍ ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହୋଇପାରେ। ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇସାରିଛି।

Related story