ରାୟପୁରରେ ହେବ ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ

ରାୟପୁର: ଛତିଶଗଡର ରାୟପୁରଠାରେ ହେବ ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ। ଏହା  ନଭେମ୍ବର ୨୭ରୁ ଡିସେମ୍ବର ୬ ମଧ୍ୟରେ ଅନୁଷ୍ଠିତ ହେବ। ମଙ୍ଗଳବାର ଅନ୍ତର୍ଜାତୀୟ ହକି ଫେଡେରସନ ଏହା ଘୋଷଣା କରିଛନ୍ତି। ୨୦୧୫ ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ହେବା ନେଇ ଘୋଷଣା ହେବା ପରେ ବେଶ୍ ଉତ୍ସାହିତ ଅଛନ୍ତି ରାୟପୁର ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କର୍ତ୍ତୃପକ୍ଷ। ସୂଚନାଯୋଗ୍ୟ ଏହି ଲିଗରେ ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଭାଗ ନେବେ। ସେମାନେ ହେଲେ ଆୟୋଜକ […]

Raipur International Hockey Stadium

Raipur International Hockey Stadium

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 04:03 PM IST

Sports

Latest News

Raipur International Hockey Stadiumରାୟପୁର: ଛତିଶଗଡର ରାୟପୁରଠାରେ ହେବ ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ। ଏହା  ନଭେମ୍ବର ୨୭ରୁ ଡିସେମ୍ବର ୬ ମଧ୍ୟରେ ଅନୁଷ୍ଠିତ ହେବ। ମଙ୍ଗଳବାର ଅନ୍ତର୍ଜାତୀୟ ହକି ଫେଡେରସନ ଏହା ଘୋଷଣା କରିଛନ୍ତି। ୨୦୧୫ ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ହେବା ନେଇ ଘୋଷଣା ହେବା ପରେ ବେଶ୍ ଉତ୍ସାହିତ ଅଛନ୍ତି ରାୟପୁର ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କର୍ତ୍ତୃପକ୍ଷ।

ସୂଚନାଯୋଗ୍ୟ ଏହି ଲିଗରେ ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଭାଗ ନେବେ। ସେମାନେ ହେଲେ ଆୟୋଜକ ଭାରତ ସହ ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ, ଜର୍ମାନୀ, ବେଲଜିୟମ, ଗ୍ରେଟ ବ୍ରିଟେନ୍, ଆର୍ଜେଣ୍ଟିନା ଓ କାନାଡା। ଏହାସହ ଏହି ୮ଟି ଦଳ ମଧ୍ୟ ୨୦୧୬ ଅଲିମ୍ବିକ ପାଇଁ କ୍ୱାଲିଫାଇ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos