ରାଜ୍ୟଗୋଷ୍ଠୀ ଚେସ୍ ଚାମ୍ପିୟନସିପରେ ଓଡିଶା ଖେଳାଳିଙ୍କ ଚମକ

ନୂଆଦିଲ୍ଲୀ: ଦିଲ୍ଲୀରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ ଚେସ ଚାମ୍ପିୟନସିପରେ ଓଡ଼ିଆ ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି । ସାଇନା ସାଲୋନିକା, ମହିତୋଷ ଦେ ଏବଂ ପଦ୍ମିନୀ ରାଉତଙ୍କୁ ମିଳିଛି ସଫଳତା । ୧୨ ବର୍ଷରୁ କମ୍ ବାଳିକା ବର୍ଗରେ ସାଇନା ସଲୋନିକା ରୌପ୍ୟ ପଦକ ଜିତିଛନ୍ତି । ୮ ରାଉଣ୍ଡ ବିଶିଷ୍ଟ ମ୍ୟାଚରେ ସେ ଅପରାଜିତ ରହି ସାଢେ ୬ ପଏଣ୍ଟ ସହିତ ଏହି ସଫଳତା ହାସଲ କରିଛନ୍ତି । ୮ଟି ମ୍ୟାଚରୁ ସେ ୫ଟିରେ ବିଜୟ […]

khala

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 09:52 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ ଚେସ ଚାମ୍ପିୟନସିପରେ ଓଡ଼ିଆ ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି । ସାଇନା ସାଲୋନିକା, ମହିତୋଷ ଦେ ଏବଂ ପଦ୍ମିନୀ ରାଉତଙ୍କୁ ମିଳିଛି ସଫଳତା । ୧୨ ବର୍ଷରୁ କମ୍ ବାଳିକା ବର୍ଗରେ ସାଇନା ସଲୋନିକା ରୌପ୍ୟ ପଦକ ଜିତିଛନ୍ତି । ୮ ରାଉଣ୍ଡ ବିଶିଷ୍ଟ ମ୍ୟାଚରେ ସେ ଅପରାଜିତ ରହି ସାଢେ ୬ ପଏଣ୍ଟ ସହିତ ଏହି ସଫଳତା ହାସଲ କରିଛନ୍ତି । ୮ଟି ମ୍ୟାଚରୁ ସେ ୫ଟିରେ ବିଜୟ ହାସଲ କରିଥିବାବେଳେ ୩ଟି ମ୍ୟାଚ ଡ୍ର ରଖିଥିଲେ । ସେହିପରି ୧୦ ବର୍ଷରୁ କମ ବାଳକ ବିଭାଗରେ ଓଡ଼ିଶାର ମହିତୋଷ ଦେ ସାଢେ ୫ପଏଣ୍ଟ ହାସଲ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ଓପନ ପ୍ରତିଯୋଗିତାରେ ଭାଗ ନେଇଥିବା ପଦ୍ମିନୀ ରାଉତ ନବମ ସ୍ଥାନରେ ରହିବା ସହ ଶ୍ରେଷ୍ଠ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି । ପଦ୍ମିନୀ ୯ରାଉଣ୍ଡରୁ ୭ପଏଣ୍ଟ ହାସଲ କରିଛନ୍ତି।

Related story