ପତ୍ନୀ ଯିବାକୁ ବାହାରିଥିଲେ ଏୟାରପୋର୍ଟ, ହଠାତ୍‌ ଆସିଥିଲା ଏହି କ୍ରିକେଟର୍‌ଙ୍କ ମୃତ୍ୟୁ ଖବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାନୁଆରୀ ୨ ତାରିଖ ୧୯୬୦ରେ ଭାରତୀୟ କ୍ରିକେଟର୍‌ ରମଣ ଲାମ୍ବା ମିରଟରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍‌ ପଡିଆରେ ତାଙ୍କ ସହ ହୋଇଥିବା ସେହି ଭୟାନକ ଘଟଣା ହୁଏତ କାହାରି ମନରୁ ଲିଭି ନଥିବା। ୨୩ ଫବ୍ରୁଆରୀ ୧୯୯୮ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ରମଣଙ୍କ ପତ୍ନୀ କିମ୍‌ ଲାମ୍ବା କିଛିଦିନ ପରେ  ସେହି  ଭୟାନକ ଘଟଣା ବିଷୟରେ ଏକ ଇଣ୍ଟର୍ଭ୍ୟୁରେ ପ୍ରକାଶ କରିଥିଲେ। ବାଂଲାଦେଶରେ ଏକ କ୍ଲବ ମ୍ୟାଚ୍‌ ଖେଳୁଥିବା ବେଳେ ଫିଲ୍ଡିଂ କରୁଥିବା […]

lamba-1_1514814047 (1)

Ordigital Desk
  • Published: Wednesday, 03 January 2018
  • , Updated: 03 January 2018, 01:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାନୁଆରୀ ୨ ତାରିଖ ୧୯୬୦ରେ ଭାରତୀୟ କ୍ରିକେଟର୍‌ ରମଣ ଲାମ୍ବା ମିରଟରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍‌ ପଡିଆରେ ତାଙ୍କ ସହ ହୋଇଥିବା ସେହି ଭୟାନକ ଘଟଣା ହୁଏତ କାହାରି ମନରୁ ଲିଭି ନଥିବା। ୨୩ ଫବ୍ରୁଆରୀ ୧୯୯୮ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ରମଣଙ୍କ ପତ୍ନୀ କିମ୍‌ ଲାମ୍ବା କିଛିଦିନ ପରେ  ସେହି  ଭୟାନକ ଘଟଣା ବିଷୟରେ ଏକ ଇଣ୍ଟର୍ଭ୍ୟୁରେ ପ୍ରକାଶ କରିଥିଲେ।

ବାଂଲାଦେଶରେ ଏକ କ୍ଲବ ମ୍ୟାଚ୍‌ ଖେଳୁଥିବା ବେଳେ ଫିଲ୍ଡିଂ କରୁଥିବା ସମୟରେ ରଣଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା। ଏହାପରେ ରମଣ ୩ଦିନ ମୃତ୍ୟୁ ସହ ସଂଘର୍ଷ କରି ପ୍ରାଣତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ରମଣ ୩୮ ବର୍ଷରେ ହୋଇଥିଲେ। ଏହି ଘଟଣା ବାଂଲାଦେଶରେ ହୋଇଥିବା ବେଳେ ତାଙ୍କ ପତ୍ନୀ କିମ୍‌ ଲାମ୍ବା ଭାରତରେ ଥିଲେ। ରମଣଙ୍କ ମୁଣ୍ଡରେ ବଲ ବାଜିବାରୁ ସେ ଯେତେବେଳେ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିଲେ ସେତେବେଳେ ପତ୍ନୀ କିମ୍‌ ଖବର ପାଇ ଏୟାରପୋର୍ଟ ଯିବାକୁ ବାହାରିଥିଲେ। ଏହି ସମୟରେ ଖବର ଆସିଲା ରମଣ ଲାମ୍ବା ଆଉ ନାହାଁନ୍ତି। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହାପରେ ଭାଙ୍ଗି ପଡ଼ିଥିଲେ ପତ୍ନୀ କିମ୍‌ ଲାମ୍ବା।

୧୯୯୮ ଫେବ୍ରୁଆରୀ ୨୦ରେ ରମଣ ଏକ କ୍ଲବ ମ୍ୟାଚ୍ ଖେଳୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନ୍‌ର ଜୋରଦାର ସଟ୍‌ ରମଣଙ୍କ ମୁଣ୍ଡରେ ବାଜିବାରୁ ସେ ବେହୋସ ହୋଇଯାଇଥିଲେ। ଦିଲ୍ଲୀରୁ ତୁରନ୍ତ ଜଣେ ଡାକ୍ତର ଢାକା ଯାଇ ତାଙ୍କୁ ଚିକିତ୍ସା କରିଥିଲେ। ହେଲେ ତାଙ୍କ ମୁଣ୍ଡରେ ଏତେ ଜୋରଦାର ଆଘାତ ଲାଗିଥିଲା ଯେ ସେ ୨୩ ଫେବ୍ରୁଆରୀରେ ପ୍ରାଣତ୍ୟାଗ କରିଥିଲେ। ସେ ଭାରତୀୟ ଦଳ ପକ୍ଷରୁ ୨୩ ଜାନୁଆରୀ ୧୯୮୭ରେ ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ୭ ଅକ୍ଟୋବର ୧୯୮୬ରେ ଦିନିକିଆ ଡେବ୍ୟୁ କରିଥିଲେ। ସେ ଭାରତ ପକ୍ଷରୁ ୩୨ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି।

https://youtu.be/CyjCxZSoq8o

Related story