ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ତିନି ଓଡ଼ିଆ

ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି। ଷ୍ଟାର୍ ଫରୱାର୍ଡ ଖେଳାଳି ରାନୀ ରାମପଲଙ୍କ ନେତୃତ୍ୱରେ ଶୁକ୍ରବାର ଘୋଷଣା କରାଯାଇଥିବା ୧୮ଜଣିଆ ଦଳରେ ତିନିଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଗସ୍ତରେ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ୨୭ ତାରିଖରୁ ଆରମ୍ଭ ହେବ ଏବଂ ଶେଷ ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ଖେଳାଯିବ। ଗୋଲକିପର ସବିତା ଭାରତୀୟ […]

hockey

Ranjit Kumar Jena
  • Published: Friday, 13 September 2019
  • , Updated: 13 September 2019, 05:30 PM IST

ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି। ଷ୍ଟାର୍ ଫରୱାର୍ଡ ଖେଳାଳି ରାନୀ ରାମପଲଙ୍କ ନେତୃତ୍ୱରେ ଶୁକ୍ରବାର ଘୋଷଣା କରାଯାଇଥିବା ୧୮ଜଣିଆ ଦଳରେ ତିନିଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଗସ୍ତରେ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ୨୭ ତାରିଖରୁ ଆରମ୍ଭ ହେବ ଏବଂ ଶେଷ ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ଖେଳାଯିବ। ଗୋଲକିପର ସବିତା ଭାରତୀୟ ମହିଳା ଟିମର ଭାଇସ୍ କ୍ୟାପଟେନ୍ ରହିବେ । ଓଡ଼ିଶାରୁ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଦୀପ ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ।

ନିକଟରେ ଜାପାନରେ ଅନୁଷ୍ଠିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାରତୀୟ ଦଳରେ ସାମିଲ୍ ହୋଇଥିବା ଗୋଲକିପର ସବିତା ଓ ରଜନୀ ଏଟିମାର୍ପୁ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ଡିଫେଣ୍ଡର ଦୀପ ଗ୍ରେସ୍ ଏକ୍ମା, ଗୁରଜିତ୍ କୌର୍, ରୀନର ଖୋଖାର ଓ ସାଲିମା ଟେଟେ ମଧ୍ୟ ଟିମରେ ରଖାଯାଇଛି। ମିଡଫିଲ୍ଡରରେ ଅଭିଜ୍ଞ ନମିତା ଟପ୍ପୋ ଆହତ ପରେ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାଛଡ଼ା ଅଭିଜ୍ଞ ସୁଶୀଲା ଚାନୁ ପୁଖାରାମବାମ୍, ନିକ୍କି ପ୍ରଧାନ, ମୋନିକା ନେହା ଗୋୟଲ ଓ ଲିଲିମା ମିଞ୍ଜ ମଧ୍ୟ ମିଡଫିଲ୍ଡର ଭାବେ ସ୍ଥାନ ପାଇଛନ୍ତି।

ଫରୱାର୍ଡ ଲାଇନର ନେତୃତ୍ୱ ନେନେ କ୍ୟାପଟେନ୍ ରାନୀ। ତାଙ୍କୁ ବନ୍ଦନା କାଟାରିୟା, ନଭନୀତ କୌର୍, ଲାଲରେମଶିଆମି, ନଭଜୋତ୍ କୌର୍ ଓ ଯୁବ ଷ୍ଟାର୍ ଶର୍ମିଲା ଦେବୀ ସହଯୋଗ କରିବେ। ଶର୍ମିଲା ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଆକୃଷ୍ଟ କରିଥିଲେ।

ଟିମକୁ ନେଇ କୋଚ୍ ମାରିନ୍ କହିଛନ୍ତି, "ଗତ ଟୁର୍ଣ୍ଣାମେଣ୍ଟ ଭଳି ଆମ ଟିମରେ ଖେଳାଳିମାନଙ୍କ ସନ୍ତୁଳନ ଠିକ୍ ରହିଛି। ଓଡ଼ିଶାରେ ହେବାକୁଥିବା ୨୦୨୦ ଟୋକିଓ ଅଲିମ୍ପିକ୍ କ୍ୱାଲିଫିକେସନ୍ ପାଇଁ ଇଂଲଣ୍ଡ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ। ନମିତା ଟପ୍ପୋଙ୍କ ପ୍ରତ୍ୟାବର୍ତ୍ତନ ଟିମକୁ ନିଶ୍ଚୟ ଫାଇଦା ଦେବ। ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ଆମ ହାତରେ ୧୦ଦିନର ଟ୍ରେନିଂ ସମୟ ରହିବ। ବର୍ତ୍ତମାନ ଟିମର ସବୁ ଖେଳାଳି ଫିଟ୍ ଅଛନ୍ତି । ଆମ ପାଇଁ ଏବେ ପ୍ରତିଟି ମ୍ୟାଚ୍ ଜିତିବା ଗୁରୁତ୍ୱପୂର୍ଣ୍ଣ। ଅଲିମ୍ପିକ୍ କ୍ୱାଲିଫିକେସନରେ ଆମ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ଏକ ଚ୍ୟାଲେଞ୍ଜିଂ ଟିମ୍। ଆମେରିକା ବିପକ୍ଷରେ ବିଜୟ ହାସଲ କରିବାକୁ ହେଲେ ଆମକୁ ଇଂଲଣ୍ଡରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।"

ଭାରତୀୟ ଦଳ
ଗୋଲକିପର: ସବିତା (ଭାଇସ୍-କ୍ୟାପଟେନ୍), ରଜନୀ ଏଟିମାର୍ପୁ।
ଡିଫେଣ୍ଡର୍: ଦୀପ୍ ଗ୍ରେସ୍ ଏକ୍କା, ଗୁରଜିତ୍ କୌର୍, ରୀନା ଖୋଖାର୍, ସାଲିମା ଟେଟେ।
ମିଡଫିଲ୍ଡର୍: ସୁଶୀଲା ଚାନୁ ପୁଖରାମବାମ୍, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ୍, ଲିଲିମା ମିଞ୍ଜ୍, ନମିତା ଟପ୍ପୋ।
ଫରୱାର୍ଡ: ରାନୀ (କ୍ୟାପଟେନ୍), ବନ୍ଦନା କାଟାରିୟା, ନଭନୀତ୍ କୌର୍, ଲାଲରେମଶିଆମି, ନଭଜୋତ୍ କୌର୍, ଶର୍ମିଲା ଦେବୀ।

Related story