ରଣଜୀ ମ୍ୟାଚ: କର୍ଣ୍ଣାଟକଠାରୁ ଗୋଟିଏ ଇନିଂସ ଓ ୬୪ ରନରେ ହାରିଲା ଓଡ଼ିଶା

ମହିଶୂର: କର୍ଣ୍ଣାଟକଠାରୁ ଗୋଟିଏ ଇନିଂସ ଓ ୬୪ ରନରେ ପରାଜିତ ହୋଇଛି ଓଡ଼ିଶା। ଚଳିତ ରଣଜୀ ସିଜିନରେ ଏହା ହେଉଛି ଓଡ଼ିଶାର ପ୍ରଥମ ପରାଜୟ। ଏହି ବିଜୟ ସହ କର୍ଣ୍ଣାଟକ ୭ ପଏଣ୍ଟ ହାସଲ କରି ଗ୍ରୁପ-ଏ’ ଶୀର୍ଷରେ ପହଞ୍ଚିଛି। ଓଡ଼ିଶା ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ୩ଟି ଡ୍ର ସହ ୯ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି। ପ୍ରଥମ ଇନିଂସରେ ୧୬୮ ରନ ପଛରେ ରହି ଓଡ଼ିଶା ତାର ଦ୍ୱିତୀୟ ଇନିଂସ ଖେଳ […]

odisha vs karnataka

odisha vs karnataka

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 12:23 PM IST

Sports

Latest News

ମହିଶୂର: କର୍ଣ୍ଣାଟକଠାରୁ ଗୋଟିଏ ଇନିଂସ ଓ ୬୪ ରନରେ ପରାଜିତ ହୋଇଛି ଓଡ଼ିଶା। ଚଳିତ ରଣଜୀ ସିଜିନରେ ଏହା ହେଉଛି ଓଡ଼ିଶାର ପ୍ରଥମ ପରାଜୟ। ଏହି ବିଜୟ ସହ କର୍ଣ୍ଣାଟକ ୭ ପଏଣ୍ଟ ହାସଲ କରି ଗ୍ରୁପ-ଏ’ ଶୀର୍ଷରେ ପହଞ୍ଚିଛି। ଓଡ଼ିଶା ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ୩ଟି ଡ୍ର ସହ ୯ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।

ପ୍ରଥମ ଇନିଂସରେ ୧୬୮ ରନ ପଛରେ ରହି ଓଡ଼ିଶା ତାର ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିବା ଓଡ଼ିଶା ଦଳ ଏଥିରୁ ମୁକୁଳି ପାରି ନ ଥିଲା । କ୍ରମାଗତ ୱିକେଟ ହରାଇ ଦଳ ମାତ୍ର ୧୦୪ ରନରେ ଅଲଆଉଟ ହୋଇଯାଇଥିଲା। ପ୍ରଥମ ଇନିଂସରେ ଦଳ ପକ୍ଷରୁ ଶତକ ହାସଲ କରିଥିବା ଗୋବିନ୍ଦ ପୋଦ୍ଦାର ଫେଲ ମାରିଥିଲେ। ୨୦ ବଲର ସମ୍ମୁଖୀନ ହୋଇ ସେ ମାତ୍ର ୭ ରନ ସଂଗ୍ରହ କରି ବିନୟ କୁମାରଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ। ସେହିପରି ଅନୁରାଗ ଷଡଙ୍ଗୀ ୭୫ ବଲରୁ ୪୪, ନିରଜ ବେହେରା ୪୩ ବଲରୁ ୧୯, ପ୍ରତୀକ ଦାସ ୩୨ବଲରୁ ୧୧ ଓ ସୂର୍ଯ୍ୟାକାନ୍ତ ପ୍ରଧାନ ୧୫ ବଲରୁ ୧୪ ରନ କରିଥିଲେ। ଦଳ ପକ୍ଷରୁ ରାଜେଶ ଧୁପର, ରଣଜିତ ସିଂହ, ବିପ୍ଲବ ସାମନ୍ତରାୟ, ବସନ୍ତ ମହାନ୍ତି ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ। ସେହିପରି ଦଳର ୩ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ଅସମର୍ଥ ହୋଇଥିଲେ। କର୍ଣ୍ଣାଟକ ପକ୍ଷରୁ ଷ୍ଟୁଆର୍ଡ ବିନ୍ନି ୪,  ଶ୍ରେୟାସ ଗୋପାଳ ୩, ବିନୟ କୁମାର ୨ ଓ ଉଦିତ ପଟେଲ ଗୋଟିଏ ୱିକେଟ ନେଇଥିଲେ। ପୂର୍ବରୁ ଆସାମ, ବେଙ୍ଗଲ, ବିଦର୍ଭ ଓ ହରିୟାଣା ବିପକ୍ଷ ମ୍ୟାଚ କର୍ଣ୍ଣାଟକ ଡ୍ର ରଖିଥିବା ବେଳେ ରାଜସ୍ଥାନ ବିପକ୍ଷ ମାଚକୁ ୯୨ ରନରେ ଜିତି ଥିଲା।

ସେହିପରି ଓଡ଼ିଶା ଦଳ ବିଦର୍ଭ, ମହାରାଷ୍ଟ୍ର ଓ ଦିଲ୍ଲୀ ବିପକ୍ଷ ମ୍ୟାଚକୁ ଡ୍ର ରଖିଥିବା ବେଳେ ଆସାମ ବିପକ୍ଷ ମ୍ୟାଚକୁ ୮ ୱିକେଟରେ ଜିତି ଥିଲା। ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ରବୀନ ଉଥପ୍ପାକୁ ମ୍ୟାଚ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଛି। ପ୍ରଥମ ଇନିଂସରେ ଓଡ଼ିଶା ଦଳ ୨୩୨ ରନ କରିଥିଲା ବେଳେ କର୍ଣ୍ଣାଟକ ପ୍ରଥମ ଇନିଂସରେ ୪୦୦ ରନ କରି ପାଳି ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story