ମହାରାଷ୍ଟ୍ର ବିପକ୍ଷ ରଣଜୀ ମ୍ୟାଚ୍: ଓଡ଼ିଶା ୩୧୧/୯

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ‘ଗ୍ରୁପ୍ ବି’ରେ ଥିବା ଓଡ଼ିଶା ଆଜିଠାରୁ ତା’ର ସପ୍ତମ ମ୍ୟାଚ୍ ମହାରାଷ୍ଟ୍ର ବିପକ୍ଷରେ ଆରମ୍ଭ କରିଛି। କେରଳର ୱାୟାନାଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମହାରାଷ୍ଟ୍ର ଟସ୍ ଜିତି ଓଡ଼ିଶାକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଓଡ଼ିଶା ଦଳ ୯ ୱିକେଟ୍ ହରାଇ ୩୧୧ ରନ୍ କରିଛି। ବିପ୍ଳବ ସାମନ୍ତରାୟ ସର୍ବାଧିକ ୮୩ ରନ୍ କରିଥିବା ବେଳେ ଦୀପକ ବେହେରା ଦୀପକ ବେହେରା ୫୮ ରନ୍ କରି […]

cricket-ball-and-bat-images-300x200

Rakesh Mallick
  • Published: Tuesday, 29 November 2016
  • , Updated: 30 November 2016, 04:38 PM IST

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ‘ଗ୍ରୁପ୍ ବି’ରେ ଥିବା ଓଡ଼ିଶା ଆଜିଠାରୁ ତା’ର ସପ୍ତମ ମ୍ୟାଚ୍ ମହାରାଷ୍ଟ୍ର ବିପକ୍ଷରେ ଆରମ୍ଭ କରିଛି। କେରଳର ୱାୟାନାଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମହାରାଷ୍ଟ୍ର ଟସ୍ ଜିତି ଓଡ଼ିଶାକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଓଡ଼ିଶା ଦଳ ୯ ୱିକେଟ୍ ହରାଇ ୩୧୧ ରନ୍ କରିଛି।

ବିପ୍ଳବ ସାମନ୍ତରାୟ ସର୍ବାଧିକ ୮୩ ରନ୍ କରିଥିବା ବେଳେ ଦୀପକ ବେହେରା ଦୀପକ ବେହେରା ୫୮ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ଗୋବିନ୍ଦ ପୋଦ୍ଦାର ଆଜି ଶୂନରେ ଆଉଟ୍ ହୋଇଯାଇଥିଲେ। ଅଭିଷେକ ଯାଦବ ୩୨ ରନ୍ କରିଥିଲେ। ବସନ୍ତ ମହାନ୍ତି ୬ ରନ୍ କରି ନଟ୍‌ଆଉଟ୍ ଅଛନ୍ତି।

ମହାରାଷ୍ଟ୍ରର ଏ.ଏ ସଂକ୍ଲେଚା ସର୍ବାଧିକ ୪ଟି ୱିକେଟ୍ ହାତେଇ ଥିଲେ।

 

Related story