ରଣଜୀ ମୁକାବିଲା: ଦିଲ୍ଲୀର ପ୍ରଥମ ଇନିଂସ ୩୧୧, ଓଡ଼ିଶା ୧୯୫/୪

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚର ତୃତୀୟ ଦିନରେ ରବିବାର ଓଡ଼ିଶା ତା’ର ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଅନୁରାଗ ଷଡ଼ଙ୍ଗୀ ସର୍ବାଧିକ ୭୬ ରନ୍ କରି ନଟଆଉଟ୍ ରହିଛନ୍ତି। ସେ ୧୮୨ଟି ବଲରୁ ୧୧ଟି ଚାରି ସହାୟତାରେ ଏହି ରନ୍ ସଂଗ୍ରହ କରିଛନ୍ତି। ସେହିପରି ପ୍ରତୀକ ଦାସ ୫୨ଟି ବଲରୁ ୧୫ ରନ୍ କରି ଅପରାଜିତ ଅଛନ୍ତି। ଅନ୍ୟପକ୍ଷରେ ଆଜି ଓପନର […]

ranji

ranji

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 12:23 PM IST

Sports

Latest News

ranjiଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚର ତୃତୀୟ ଦିନରେ ରବିବାର ଓଡ଼ିଶା ତା’ର ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଅନୁରାଗ ଷଡ଼ଙ୍ଗୀ ସର୍ବାଧିକ ୭୬ ରନ୍ କରି ନଟଆଉଟ୍ ରହିଛନ୍ତି। ସେ ୧୮୨ଟି ବଲରୁ ୧୧ଟି ଚାରି ସହାୟତାରେ ଏହି ରନ୍ ସଂଗ୍ରହ କରିଛନ୍ତି। ସେହିପରି ପ୍ରତୀକ ଦାସ ୫୨ଟି ବଲରୁ ୧୫ ରନ୍ କରି ଅପରାଜିତ ଅଛନ୍ତି। ଅନ୍ୟପକ୍ଷରେ ଆଜି ଓପନର ରାଜେଶ ଧୂପର ଓ ବିଦର୍ଭ ଓ ମହାରାଷ୍ଟ ବିପକ୍ଷରେ ଶତକୀୟ ପାଳି ଖେଳିଥିବା ଗୋବିନ୍ଦ ପୋଦ୍ଦାର ଟିମକୁ ନିରାଶ କରିଥିଲେ। ଧୂପର ୩୦ଟି ବଲ୍ ଖେଳି ମାତ୍ର ୧୪ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ପୋଦ୍ଦାର ୧୫ଟି ବଲରୁ ୩ ରନ୍ କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ। ବିପ୍ଳବ ସାମନ୍ତରାୟ ମଧ୍ୟ ଫେଲ୍ ମାରିଥିଲେ। ସେ ୩୪ଟି ବଲର ସମ୍ମୁଖୀନ ହୋଇ ମାତ୍ର ୧୧ ରନ୍ ସଂଗ୍ରହ କରିଥିଲେ। ତେବେ ନଟରାଜ ବେହେରା ଭଲ ଖେଳିଥିଲେ। ସେ ୯୨ଟି ବଲରୁ ୧୨ଟି ଚୌକା ସହାୟତାରେ ୬୨ ରନ୍ ସଂଗ୍ରହ କରିଥିଲେ।

ଦିଲ୍ଲୀ ପକ୍ଷରୁ ପ୍ରଦୀପ ସଙ୍ଗୱାନ୍ ୨ଟି ୱିକେଟ୍ ନେଇଥିବା ବେଳେ ପୁଲକିତ୍ ନାରଙ୍ଗ ଓ ସୁବୋଧ ଭାତି ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି।

ଦିଲ୍ଲୀ ତାର ପ୍ରଥମ ଇନିଂସରେ ୩୧୧ ରନ୍ କରିଛି। ଦଳ ପ୍ରଥମ ଦିନ ଗୋଟିଏ ୱିକେଟ୍ ହରାଇ ୯୯ ରନ୍ କରିଥିବା ବେଳେ ଗତକାଲି ସୁଦ୍ଧା ୭ ୱିକେଟ୍ ହରାଇ ମୋଟ୍ ୨୪୫ ରନ୍ ସଂଗ୍ରହ କରିଥିଲା। ପ୍ରଥମ ଦୁଇ ଦିନ ଦିଲ୍ଲୀ ପାଇଁ ବର୍ଷା ଓ ଖରାପ ପାଗ ହଇରାଣ କରିଥିଲା। ଆଜି ଦଳ ସ୍କୋର ବର୍ଡରେ ଆଉ ମାତ୍ର ୬୬ ରନ୍ ଯୋଡ଼ି ପାରିଥିଲା। ଦଳ ପକ୍ଷରୁ ମିଳିନ୍ଦ ସର୍ବାଧିକ ୫୯ ରନ୍ କରିଥିବା ବେଳେ ଗୌତମ ଗମ୍ଭୀର ୪୧, ଧ୍ରୁବ ସୋରେ ୪୨ ଓ ପୁଲକିତ ନାରଙ୍ଗ ୪୧ (ଅପରାଜିତ) କରିଛନ୍ତି।

ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ବସନ୍ତ ମହାନ୍ତି ଓ ଦୀପକ ବେହେରା ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story