ରଣଜୀ ସେମିଫାଇନାଲ: ଦ୍ୱିତୀୟ ପାଳିରେ ଗୁଜରାଟ୍‌ର ବ୍ୟାଟିଂ ବିପର୍ଯ୍ୟୟ

ନାଗପୁର: ନାଗପୁରରେ ଚାଲିଥିବା ରଣଜୀ ଟ୍ରଫିର ଦ୍ୱିତୀୟ ସେମିଫାଇନାଲର ତୃତୀୟ ଦିନରେ ଝାଡ଼ଖଣ୍ଡ ୪୦୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୁଜରାଟ୍‌ ୪ ୱିକେଟ୍‌ ହରାଇ ଦ୍ୱିତୀୟ ଇନିଂସ୍‌ରେ ୧୦୦ ରନ୍‌ କରିଛି। ଫଳରେ ଗୁଜରାଟ ୮୨ ରନ୍‌ର ଅଗ୍ରଣୀ ହାସଲ କରିଛି। ଗତକାଲି ଅସମାପ୍ତ ୨୧୪/୫ରୁ ଆଜି ଖେଳ ଆରମ୍ଭ କରିଥିବା ଝାଡ଼ଖଣ୍ଡ ସମସ୍ତ ୱିକେଟ୍‌ ହରାଇ ୪୦୮ ରନ୍‌ କରିଥିଲା। ଦଳ ପକ୍ଷରୁ ଆଇ ଜାଗୀ ୧୨୯ […]

rajni-match

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 06:31 PM IST

ନାଗପୁର: ନାଗପୁରରେ ଚାଲିଥିବା ରଣଜୀ ଟ୍ରଫିର ଦ୍ୱିତୀୟ ସେମିଫାଇନାଲର ତୃତୀୟ ଦିନରେ ଝାଡ଼ଖଣ୍ଡ ୪୦୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୁଜରାଟ୍‌ ୪ ୱିକେଟ୍‌ ହରାଇ ଦ୍ୱିତୀୟ ଇନିଂସ୍‌ରେ ୧୦୦ ରନ୍‌ କରିଛି। ଫଳରେ ଗୁଜରାଟ ୮୨ ରନ୍‌ର ଅଗ୍ରଣୀ ହାସଲ କରିଛି।

ଗତକାଲି ଅସମାପ୍ତ ୨୧୪/୫ରୁ ଆଜି ଖେଳ ଆରମ୍ଭ କରିଥିବା ଝାଡ଼ଖଣ୍ଡ ସମସ୍ତ ୱିକେଟ୍‌ ହରାଇ ୪୦୮ ରନ୍‌ କରିଥିଲା। ଦଳ ପକ୍ଷରୁ ଆଇ ଜାଗୀ ୧୨୯ ରନ୍‌ର ଶତକୀୟ ପାରି ଖେଳିଥିଲେ।

ଗୁଜରାଟ ପକ୍ଷରୁ ଆରପି ସିଂହ ୬ଟି ଓ ଏଚ୍‌.ପି. ପଟେଲ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ଗୁଜରାଟର ଦ୍ୱିତୀୟ ଇନିଂସ୍‌ ଆରମ୍ଭ ଭଲ ହୋଇ ନ ଥିଲା। ପି.କେ. ପଞ୍ଚାଲ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଫାଷ୍ଟ ଡାଉନରେ ପଡ଼ିଆକୁ ଆସିଥିବା ବି.ଏଚ୍‌. ମେରାଇ ଅନ୍ୟତମ ଓପ୍ନର ଏସ୍‌ବି ଗୋହିଲଙ୍କ ସହ ମିଶି ସ୍ଥିତି ସୁଧାରି ଥିଲେ। ତେବେ ୪୪ ରନ୍‌ କରି ମେରାଇ ଆଉଟ୍‌ ହେବା ପରେ ଗୁଜରାଟ୍‌ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗୋହିଲ ୪୯ ରନ୍‌ କରି ଆଉଟ୍‌ ହୋଇଥିଲେ।

ଝାଡ଼ଖଣ୍ଡ ପକ୍ଷରୁ ଏସ୍‌. ନାଦିମ୍‌ ୧୧ ଓଭର ବୋଲିଂ କରି ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଗୁଜରାଟ ପ୍ରଥମ ପାଳିରେ ୩୯୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

Related story