୪୧ଥରର ରଣଜୀ ଚାମ୍ପିୟନ୍ ଟିମକୁ ଧୂଳି ଚଟାଇଲା ରେଲୱେ

ମୁମ୍ବାଇ: ଏଠାରେ ଖେଳାଯାଇଥିବା ରଣଜୀ ଟ୍ରଫିର ଏଲିଟ୍ ଗ୍ରୁପ୍‌-ବି’ର ଏକ ମ୍ୟାଚରେ ରେଲୱେ ଟିମ୍ ୧୦ ୱିକେଟରେ ୪୧ଥରର ଚାମ୍ପିୟନ୍ ମୁମ୍ବାଇକୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଛି। ମୁମ୍ବାଇକୁ ପ୍ରଥମ ଦିବସରେ ମାତ୍ର ୧୧୪ ରନରେ ଅଲଆଉଟ୍ କରିବା ରେଲୱେ ତା’ର କ୍ୟାପଟେନ୍ କର୍ଣ୍ଣ ଶର୍ମାଙ୍କ ଅପରାଜିତ ୧୧୨ ରନ୍ ବଳରେ ପ୍ରଥମ ଇନିଂସରେ ୨୬୬ ରନରେ ଅଲଆଉଟ୍ ହୋଇ ୧୫୨ ରନର ଅଗ୍ରଣୀ ହାସଲ କରିଥିଲା। ଏହା ପରେ ରେଲୱେ ପେସ୍ ବୋଲର ହିମାଂଶୁ ସାଙ୍ଗୱାନଙ୍କ […]

mumvsrly

Ranjit Kumar Jena
  • Published: Friday, 27 December 2019
  • , Updated: 27 December 2019, 06:42 PM IST

ମୁମ୍ବାଇ: ଏଠାରେ ଖେଳାଯାଇଥିବା ରଣଜୀ ଟ୍ରଫିର ଏଲିଟ୍ ଗ୍ରୁପ୍‌-ବି'ର ଏକ ମ୍ୟାଚରେ ରେଲୱେ ଟିମ୍ ୧୦ ୱିକେଟରେ ୪୧ଥରର ଚାମ୍ପିୟନ୍ ମୁମ୍ବାଇକୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଛି। ମୁମ୍ବାଇକୁ ପ୍ରଥମ ଦିବସରେ ମାତ୍ର ୧୧୪ ରନରେ ଅଲଆଉଟ୍ କରିବା ରେଲୱେ ତା'ର କ୍ୟାପଟେନ୍ କର୍ଣ୍ଣ ଶର୍ମାଙ୍କ ଅପରାଜିତ ୧୧୨ ରନ୍ ବଳରେ ପ୍ରଥମ ଇନିଂସରେ ୨୬୬ ରନରେ ଅଲଆଉଟ୍ ହୋଇ ୧୫୨ ରନର ଅଗ୍ରଣୀ ହାସଲ କରିଥିଲା।

ଏହା ପରେ ରେଲୱେ ପେସ୍ ବୋଲର ହିମାଂଶୁ ସାଙ୍ଗୱାନଙ୍କ ଘାତକ ବୋଲିଂକୁ ଆଧାର କରି ରେଲୱେ ଦ୍ୱିତୀୟ ଇନିଂସରେ ମୁମ୍ବାଇକୁ ୧୯୮ ରନରେ ସୀମିତ ରଖିଥିଲା। ମୁମ୍ବାଇ ଦ୍ୱାରା ଧାର୍ଯ୍ୟ ୪୭ ରନର ଲକ୍ଷ୍ୟକୁ ରେଲୱେ ଟିମ୍ ୧୧.୪ ଓଭରରେ ବିନା କୌଣସି କ୍ଷତିରେ ହାସଲ କରିନେଇଥିଲା। ତୃତୀୟ ଦିବସରେ ମୁମ୍ବାଇ ୬୪/୩ରୁ ଖେଳ ଆରମ୍ଭ କରିଥିଲା। ଆଜି ମଧ୍ୟ ଘରୋଇ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା।

ମୁମ୍ବାଇ ପକ୍ଷରୁ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୫ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ଟେଷ୍ଟ ସ୍ପେଶାଲିଷ୍ଟ ଆଜିଙ୍କ୍ୟ ରାହାଣେ ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସେହିପରି ଯୁବ ଓପ୍ନର ପୃଥ୍ୱୀ (୨୩) ମଧ୍ୟ ନିରାଶ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସିଦ୍ଦେଶ ଲାଡ୍ ୮, ଆଦିତ୍ୟ ତାରେ ୧୪, ଶାର୍ଦ୍ଦୁଲ ଠାକୁର ୨୧ ଓ ଆକାଶ ପାର୍କର୍ ଅପରାଜିତ ୩୫ ରନ୍ କରିଥିଲେ। ରେଲୱେ ପକ୍ଷରୁ ସାଙ୍ଗୱାନ୍ ୫ଟି ୱିକେଟ୍ ନେଇଥିଲେ।

Related story