ରଣଜୀ ମ୍ୟାଚ୍‌: କର୍ଣ୍ଣାଟକ ୧୭୯, ଓଡ଼ିଶା ୪୨/୨

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ୍‌ ଏୟାରଫୋର୍ସ କମ୍ଲେକ୍ସ ଷ୍ଟାଡିୟମରେ ଆଜିଠାରୁ ଓଡ଼ିଶା ଓ କର୍ଣ୍ଣାଟକ୍‌ ମଧ୍ୟରେ ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କର୍ଣ୍ଣାଟକ ଦଳ ପ୍ରଥମ ଦିନରେ ସମସ୍ତ ୱିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା। ଖେଳ ଶେଷ ସୁଦ୍ଧା ଓଡ଼ିଶା ୨ ୱିକେଟ୍‌ ହରାଇ ୪୨ ରନ୍‌ ସଂଗ୍ରହ କରି ନେଇଛି। କର୍ଣ୍ଣାଟକ ପକ୍ଷରୁ ସି.ଏମ. ଗୌତମ ସର୍ବାଧିକ ୫୪ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କିଛି ଖାସ୍‌ […]

ranjitrophy

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 05:56 PM IST

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ୍‌ ଏୟାରଫୋର୍ସ କମ୍ଲେକ୍ସ ଷ୍ଟାଡିୟମରେ ଆଜିଠାରୁ ଓଡ଼ିଶା ଓ କର୍ଣ୍ଣାଟକ୍‌ ମଧ୍ୟରେ ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କର୍ଣ୍ଣାଟକ ଦଳ ପ୍ରଥମ ଦିନରେ ସମସ୍ତ ୱିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା। ଖେଳ ଶେଷ ସୁଦ୍ଧା ଓଡ଼ିଶା ୨ ୱିକେଟ୍‌ ହରାଇ ୪୨ ରନ୍‌ ସଂଗ୍ରହ କରି ନେଇଛି।

କର୍ଣ୍ଣାଟକ ପକ୍ଷରୁ ସି.ଏମ. ଗୌତମ ସର୍ବାଧିକ ୫୪ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କିଛି ଖାସ୍‌ କରି ପାରି ନ ଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୩ଟି ଏବଂ ବିପ୍ଳବ ସାମନ୍ତରାୟ ୨ଟି ୱିକେଟ୍‌ ନେଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ମଙ୍ଗରାଜ ଏବଂ ଧୀରଜ ସିଂହ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଓଡ଼ିଶାର ପ୍ରଥମ ପାଳି ମଧ୍ୟ ଭଲରେ ଆରମ୍ଭ ହୋଇ ନ ଥିଲା। ଦୁଇ ଓପ୍ନର ସନ୍ଦିପ ପଟ୍ଟନାକୟ ୧୮ ରନ୍‌ ଏବଂ ରଞ୍ଜିତ ସିଂହ ୬ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଅଧିନାୟକ ଗୋବିନ୍ଦ ପୋଦ୍ଦାର ୧୬ ରନ୍‌ କରି ଅପରାଜିତ ଅଛନ୍ତି।

Related story