ରଣଜୀ ମ୍ୟାଚ୍: ପ୍ରଥମ ଇନିଂସରେ ୧୫୦ରେ ଓଡ଼ିଶା ଅଲ୍‌ଆଉଟ୍‌, ବିଦର୍ଭ ୧୮୨/୨

ଭୁବନେଶ୍ୱର: ବିଶାଖାପାଟଣାର ୱାଇ.ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଚାଲିଥିବା ବିଦର୍ଭ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସରେ ୧୫୦ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଛି। ଗତକାଲି ପ୍ରଥମ ଦିନରେ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ୬ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଆଜି ସକାଳେ ମାତ୍ର ୧୬ ରନ୍‌ରେ ୪ଟି ୱିକେଟ୍ ହରାଇଥିଲା ଦଳ। ନଟ୍‌ଆଉଟ୍ ଥିବା ବିପ୍ଳବ ସାମନ୍ତରାୟ ଓ ଦୀପକ ବେହେରା ଆଜି ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇ ଥିଲେ। […]

ball

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 10:52 PM IST

ଭୁବନେଶ୍ୱର: ବିଶାଖାପାଟଣାର ୱାଇ.ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଚାଲିଥିବା ବିଦର୍ଭ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସରେ ୧୫୦ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଛି। ଗତକାଲି ପ୍ରଥମ ଦିନରେ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ୬ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଆଜି ସକାଳେ ମାତ୍ର ୧୬ ରନ୍‌ରେ ୪ଟି ୱିକେଟ୍ ହରାଇଥିଲା ଦଳ।

ନଟ୍‌ଆଉଟ୍ ଥିବା ବିପ୍ଳବ ସାମନ୍ତରାୟ ଓ ଦୀପକ ବେହେରା ଆଜି ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇ ଥିଲେ। ତେବେ ବିପ୍ଳବ ପ୍ରଥମ ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ସେ ଗତକାଲି ୫୩ ରନ୍‌ କରିଥିବା ବେଳେ ଆଜି ଏଥିରେ ୧ ରନ୍ ବି ଯୋଡ଼ି ପାରିଲେ ନାହିଁ। ଦୀପକ ବେହେରା ୩ ରନ୍ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୧୩୭ ହୋଇଥିବା ବେଳେ ସେ ଆଉଟ୍ ହୋଇଥିଲେ। ବସନ୍ତ ମହାନ୍ତି ୬ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୭ ରନ୍ କରି ଆଉଟ୍ ହୋଇଥିଲେ।

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବିଦର୍ଭ ଦଳ ୨ ୱିକେଟ୍ ବିନିମୟରେ ୧୮୨ ରନ୍ ସଂଗ୍ରହ କରି ନେଇଛି। ଏସ୍‌.ଆର. ରାମାସ୍ୱାମୀ ୩୭ ବଲ୍‌ରୁ ୧୩ ଏବଂ ଗଣେଷ ସତିଶ ବଲ୍‌ରୁ  ରନ୍‌ କରି ଆଉଟ୍‌ ହୋଇଛନ୍ତି। ଏଫ୍‌.ୱାଇ ଫଜଲ ୧୯୫ ବଲ୍‌ରୁ ୭୬ ଓ ଏ.ସାନୱାର ବିନା ରନ୍‌ କରି ଅପରାଜିତ ଅଛନ୍ତି।

ଓଡ଼ିଶା ପକ୍ଷରୁ ଦୀପକ ବେହେରା ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Related story