ରଜଣୀ ଟ୍ରଫି: ଆସନ୍ତାକାଲି ଓଡ଼ିଶା-ଝାଡ଼ଖଣ୍ଡ ମୁକାବିଲା

ଚେନ୍ନାଇ: ଆସନ୍ତାକାଲି ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଚଳିତ ରଜଣୀ ଟ୍ରଫିର ଶେଷ ଲିଗ୍‌ ମ୍ୟାଚ୍‌ ଖେଳା ଯିବ। ଜୟଲଳିତାଙ୍କ ପରଲୋକ ଯୋଗୁଁ ଗତ ୭ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌କୁ ଘୁଞ୍ଚାଇ ଦିଆଯାଇଥିଲା। ତାମିଲନାଡୁର ଡିଣ୍ଡିଗୁଲ ଏନ୍‌ପିଆର କଲେଜ ଗ୍ରାଉଣ୍ଡ ବଦଳରେ ଏହା ତ୍ରିବେନ୍ଦ୍ରମ୍‌ର ଟିବିଡିରେ ଖେଳାଯିବ। ଦୀର୍ଘ ୧୫ ବର୍ଷ ପରେ କ୍ୱାର୍ଟର ଫାଇନାଲ ଖେଳିବାକୁ ଓଡ଼ିଶା ସୁଯୋଗ ପାଇଛି। ରଣଜୀ ଶେଷ ଲିଗ୍‌ରେ ଦିଲ୍ଲୀକୁ ସୌରାଷ୍ଟ ହରାଇବା ପରେ ଓଡ଼ିଶାକୁ ଏହି […]

ranjitrophy

Rakesh Mallick
  • Published: Wednesday, 14 December 2016
  • , Updated: 15 December 2016, 07:27 AM IST

ଚେନ୍ନାଇ: ଆସନ୍ତାକାଲି ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଚଳିତ ରଜଣୀ ଟ୍ରଫିର ଶେଷ ଲିଗ୍‌ ମ୍ୟାଚ୍‌ ଖେଳା ଯିବ। ଜୟଲଳିତାଙ୍କ ପରଲୋକ ଯୋଗୁଁ ଗତ ୭ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌କୁ ଘୁଞ୍ଚାଇ ଦିଆଯାଇଥିଲା। ତାମିଲନାଡୁର ଡିଣ୍ଡିଗୁଲ ଏନ୍‌ପିଆର କଲେଜ ଗ୍ରାଉଣ୍ଡ ବଦଳରେ ଏହା ତ୍ରିବେନ୍ଦ୍ରମ୍‌ର ଟିବିଡିରେ ଖେଳାଯିବ।

ଦୀର୍ଘ ୧୫ ବର୍ଷ ପରେ କ୍ୱାର୍ଟର ଫାଇନାଲ ଖେଳିବାକୁ ଓଡ଼ିଶା ସୁଯୋଗ ପାଇଛି। ରଣଜୀ ଶେଷ ଲିଗ୍‌ରେ ଦିଲ୍ଲୀକୁ ସୌରାଷ୍ଟ ହରାଇବା ପରେ ଓଡ଼ିଶାକୁ ଏହି ସୁଯୋଗ ମିଳିଛି। ଗ୍ରୁପ ବିରେ ଓଡ଼ିଶା ୨୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

Related story