ରଣଜୀ ଟ୍ରଫି: ପ୍ରଥମ ଦିନରେ ଓଡ଼ିଶା ୧୩୪/୬

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରଣଜୀ ଟ୍ରଫି ୨୦୧୬-୧୭। ପ୍ରଥମ ମ୍ୟାଚ୍‌ ଓଡ଼ିଶା ଓ ବିଦର୍ଭ ମଧ୍ୟରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦଳ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୭୦ ଓଭରରେ ୬ ୱିକେଟ୍‌ ହରାଇ ୧୩୪ ରନ୍‌ କରିଛି। ଟସ୍ ଜିତି ଓଡ଼ିଶା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସନ୍ଦୀପ ପଟ୍ଟନାୟକ ୩୧ ରନ୍ କରି ଆଉଟ୍ ହୋଇଥିବା ବେଳେ ରଣଜିତ୍ ସିଂହ ୧୨ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଅଧିନାୟକ […]

gobinda poddar

gobinda poddar

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 07:33 PM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରଣଜୀ ଟ୍ରଫି ୨୦୧୬-୧୭। ପ୍ରଥମ ମ୍ୟାଚ୍‌ ଓଡ଼ିଶା ଓ ବିଦର୍ଭ ମଧ୍ୟରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦଳ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୭୦ ଓଭରରେ ୬ ୱିକେଟ୍‌ ହରାଇ ୧୩୪ ରନ୍‌ କରିଛି।

ଟସ୍ ଜିତି ଓଡ଼ିଶା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସନ୍ଦୀପ ପଟ୍ଟନାୟକ ୩୧ ରନ୍ କରି ଆଉଟ୍ ହୋଇଥିବା ବେଳେ ରଣଜିତ୍ ସିଂହ ୧୨ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଅଧିନାୟକ ଗୋବିନ୍ଦ ପୋଦ୍ଦାର ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଅନୁରାଗ ଷଡ଼ଙ୍ଗୀ କୌଣସି ରନ୍ ନ କରି ଆଉଟ୍ ହୋଇଯାଇଛନ୍ତି। ଶୁଭ୍ରାଂଶୁ ସେନାପତି ୨୫ ରନ୍ କରି ଆଉଟ୍ ହୋଇଥିବା ବେଳେ ହଳଧର ଦାସ ୭ ରନ୍ କରି ଆଉଟ୍ ହୋଇଥିଲେ। ବିପ୍ଳବ ସାମନ୍ତରାୟ କ୍ରିଜ୍‌ରେ ଅଛନ୍ତି।

ବିଶାଖାପାଟଣାର ୱାଇ.ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଚାଲିଛି। ଓଡ଼ିଶା ତରଫରୁ ଏହି ମ୍ୟାଚ୍‌ରେ ସନ୍ଦୀପ ପଟ୍ଟନାୟକ ଓ ଶୁଭ୍ରାଂଶୁ ସେନାପତି ରଣଜୀ ଡେବ୍ୟୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos