ଓଡ଼ିଶାକୁ ଗୋଟିଏ ଇନିଂସ୍‌ ୯୩ ରନ୍‌ରେ ହରାଇଲା ଝାଡ଼ଖଣ୍ଡ

ଚେନ୍ନାଇ: ତାମିଲନାଡୁ ତ୍ରିଭେନ୍ଦ୍ରମରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚ୍‌କୁ ଝାଡ଼ଖଣ୍ଡ ଗୋଟିଏ ଇନିଂସ ଓ ୯୩ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ଝାଡ଼ଖଣ୍ଡକୁ ୭ ପଏଣ୍ଟ ମିଳିଛି। ଗତକାଲି ୫ ୱିକେଟ୍‌ ବିନିମୟରେ ୨୩୬ ରନ୍‌ କରିଥିବା ଝାଡ଼ଖଣ୍ଡ ଦଳ ଆଜି ୯ ୱିକେଟ୍‌ ହରାଇ ୩୪୮ ରନ୍‌ କରି ପାଳି ଘୋଷଣା କରିଥିଲା। ଦଳ ପକ୍ଷରୁ ସୌରଭ ତିୱାରୀ ୬୫, ବିରାଟ ସିଂହ ୫୭ ଏବଂ କେ. ସିଂହ ୮୬ ରନ୍‌ […]

ranjitrophy

Rakesh Mallick
  • Published: Saturday, 17 December 2016
  • , Updated: 17 December 2016, 06:40 PM IST

ଚେନ୍ନାଇ: ତାମିଲନାଡୁ ତ୍ରିଭେନ୍ଦ୍ରମରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚ୍‌କୁ ଝାଡ଼ଖଣ୍ଡ ଗୋଟିଏ ଇନିଂସ ଓ ୯୩ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ଝାଡ଼ଖଣ୍ଡକୁ ୭ ପଏଣ୍ଟ ମିଳିଛି।

ଗତକାଲି ୫ ୱିକେଟ୍‌ ବିନିମୟରେ ୨୩୬ ରନ୍‌ କରିଥିବା ଝାଡ଼ଖଣ୍ଡ ଦଳ ଆଜି ୯ ୱିକେଟ୍‌ ହରାଇ ୩୪୮ ରନ୍‌ କରି ପାଳି ଘୋଷଣା କରିଥିଲା। ଦଳ ପକ୍ଷରୁ ସୌରଭ ତିୱାରୀ ୬୫, ବିରାଟ ସିଂହ ୫୭ ଏବଂ କେ. ସିଂହ ୮୬ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ବେଶି ସମୟ ତିଷ୍ଠି ପାରି ନ ଥିଲେ।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୩ଟି ୱିକେଟ୍‌ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ଗୋବିନ୍ଦ ପୋଦ୍ଧାର ଗୋଟିଏ ଲେଖାଏଁ, ଦୀପକ ବେହେରା ଓ ଧୀରଜ ସିଂହ ଦୁଇଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

Related story