ରଣଜୀ ଟ୍ରଫି: ଓଡ଼ିଶା ୪୩୬, ଆସାମର ବ୍ୟାଟିଂ ବିପର୍ଯ୍ୟୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକର ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଆସାମ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍‌-ସି’ର ମ୍ୟାଚରେ ଘରୋଇ ଦଳ ପ୍ରଥମ ଇନିଂସରେ ୪୩୬ ରନର ବଡ଼ ସ୍କୋର ଛିଡ଼ା କରିଛି। ଦ୍ୱିତୀୟ ଦିବସ ଆରମ୍ଭରୁ ଲଗାତାର ୱିକେଟ୍ ହରାଇ ବିପଦରେ ପଡ଼ିଥିବା ଓଡ଼ିଶା ପାଇଁ ଲୋୟର୍ ଅର୍ଡରରେ ଅଭିଷେକ ରାଉତ (୭୧) ଓ ଦେବବ୍ରତ ପ୍ରଧାନ (୭୯) ଅର୍ଦ୍ଧଶତକ ମାରିଥିଲେ। ଏହାବ୍ୟତୀତ ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ଦ୍ରୁତ ରନ୍ ୩୧ […]

odisha

Ranjit Kumar Jena
  • Published: Tuesday, 28 January 2020
  • , Updated: 28 January 2020, 08:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକର ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଆସାମ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍‌-ସି'ର ମ୍ୟାଚରେ ଘରୋଇ ଦଳ ପ୍ରଥମ ଇନିଂସରେ ୪୩୬ ରନର ବଡ଼ ସ୍କୋର ଛିଡ଼ା କରିଛି। ଦ୍ୱିତୀୟ ଦିବସ ଆରମ୍ଭରୁ ଲଗାତାର ୱିକେଟ୍ ହରାଇ ବିପଦରେ ପଡ଼ିଥିବା ଓଡ଼ିଶା ପାଇଁ ଲୋୟର୍ ଅର୍ଡରରେ ଅଭିଷେକ ରାଉତ (୭୧) ଓ ଦେବବ୍ରତ ପ୍ରଧାନ (୭୯) ଅର୍ଦ୍ଧଶତକ ମାରିଥିଲେ। ଏହାବ୍ୟତୀତ ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ଦ୍ରୁତ ରନ୍ ୩୧ ରନ୍ କରି ଓଡ଼ିଶାର ସ୍କୋରକୁ ୪୩୬ ରନରେ ପହଞ୍ଚାଇଥିଲେ।

ଜବାବରେ ଆସାମ ଦିବସର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୫୯ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରିଷଭ ଦାସ ୨୪ ଓ ରିୟାନ୍ ପରାଗ ୧୪ ରନରେ ବ୍ୟାଟିଂ କରୁଥିଲେ। ଆସାମର ଓପନିଂ ବ୍ୟାଟ୍ସମ୍ୟାନ୍ ବିପ୍ଳମ ସାଇକିଆ ଖାତା ଖୋଲିବା ପୂର୍ବରୁ ବସନ୍ତ ମହାନ୍ତିଙ୍କ ଶିକାର ହୋଇଥିଲେ। ତାଙ୍କ ପାର୍ଟନର୍ ଶୁଭମ୍ ମଣ୍ଡଳ ୧୨ ରନ୍ କରି ସୂର୍ଯ୍ୟକାନ୍ତଙ୍କ ବଲରେ ବିପ୍ଳବ ସାମନ୍ତରାଙ୍କ ଦ୍ୱାରା ଧରା ପଡ଼ିଥିଲେ। କ୍ୟାପଟେନ୍ ଗୋକୁଳ ଶର୍ମା ୮ ରନ୍ କରି ରନଆଉଟ୍ ହୋଇଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ଓ ସୂର୍ଯ୍ୟକାନ୍ତ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଦିବସରେ ଓଡ଼ିଶା ତା'ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୧୫/୩ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଗୋବିନ୍ଦ ପୋଦ୍ଦାର (୫୮) ଓ ବିପ୍ଳବ ସାମନ୍ତରାୟ (୩୭) ଦିବସର ଆରମ୍ଭରୁ ୱିକେଟ୍ ହରାଇଥିବା ବେଳେ ରାଜେଶ ଧୂପର (୧୩) ମଧ୍ୟ କିଛି ଖାସ୍ କରିପାରିନଥିଲେ। ତେବେ ଅଭିଷେକ ଓ ଦେବବ୍ରତ ଘରୋଇ ପରିବେଶର ଫାଇଦା ଉଠାଇଥିଲେ ଏବଂ ସପ୍ତମ ୱିକେଟ୍ ପାଇଁ ୧୩୦ ରନର ଭାଗୀଦାରୀ କରି ଓଡ଼ିଶାକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ।

ଅଭିଶେଷ ନିଜର ଅର୍ଦ୍ଧଶତକୀୟ ଇନିଂସରେ ୧୧୬ ବଲ୍ ଖେଳି ୯ ଚୌକା ମାରିଥିଲେ। ଦେବବ୍ରତ ଓ ସୂର୍ଯ୍ୟକାନ୍ତ ଅଷ୍ଟମ ୱିକେଟ୍ ପାଇଁ ୪୧ ରନ୍ ଯୋଡ଼ି ଓଡ଼ିଶା ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ। ଦେବବ୍ରତ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଅରୁପ ଦାସ ପ୍ୟାଭିଲିୟନ୍ ପଠାଇଥିଲେ। ଦେବବ୍ରତ ୧୨୫ ବଲରେ ୧୦ ଚୌକା ଓ ୨ ଛକା ମାରିଥିଲେ। ଏହା ପରେ ରାଜେଶ ମହାନ୍ତି (୧୨)ଙ୍କ ରଞ୍ଜିତ୍ ମାଲି ଆଉଟ୍ କରିଥିବା ବେଳେ ସୂର୍ଯ୍ୟକାନ୍ତ ମାତ୍ର ୧୫ ବଲରେ ୩ ଚୌକା ଓ ୧ ଛକା ସହ ୩୧ ରନ୍ କରି ଅନ୍ତିମ ୱିକେଟ୍ ଭାବେ ପ୍ୟାଭିଲିୟନ୍ ଫେରିଥିଲେ। ଆସାମ ପକ୍ଷରୁ ଅରୁପ ଓ ରଞ୍ଜିତ ୪ଟି ଲେଖାଏ ୱିକେଟ୍ ନେଇଥିଲେ।

Related story