ରଣଜୀ ସେମିଫାଇନାଲ: ମୁମ୍ବାଇ ୪୦୬ରେ ଅଲ୍‌ଆଉଟ୍‌

ରାଜକୋଟ: ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲର ତୃତୀୟ ଦିନ ଶେଷ ସୁଦ୍ଧା ମୁମ୍ବାଇ ସମସ୍ତ ୱିକେଟ୍‌ ହରାଇ ୪୦୬ ରନ୍ କରିଛି। ଫଳରେ ମୁମ୍ବାଇ ପ୍ରଥମ ଇନିଂସ୍‌ରେ ୧୦୧ ରନ୍‌ ଅଗ୍ରଣୀ ହାସଲ କରିଛି। ଗତକାଲି ଅସମାପ୍ତ ୧୭୧/୪ରୁ ଆଜି ମୁମ୍ବାଇ ଖେଳ ଆରମ୍ଭ କରିଥିଲା। ଗତକାଲି ୧୯ ରନ୍‌ କରି ଅପରାଜିତ ଥିବା ଏ.ପି.ତାରେ ୮୩ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ ୭୩, […]

ranji-match

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 06:27 PM IST

ରାଜକୋଟ: ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲର ତୃତୀୟ ଦିନ ଶେଷ ସୁଦ୍ଧା ମୁମ୍ବାଇ ସମସ୍ତ ୱିକେଟ୍‌ ହରାଇ ୪୦୬ ରନ୍ କରିଛି। ଫଳରେ ମୁମ୍ବାଇ ପ୍ରଥମ ଇନିଂସ୍‌ରେ ୧୦୧ ରନ୍‌ ଅଗ୍ରଣୀ ହାସଲ କରିଛି।

ଗତକାଲି ଅସମାପ୍ତ ୧୭୧/୪ରୁ ଆଜି ମୁମ୍ବାଇ ଖେଳ ଆରମ୍ଭ କରିଥିଲା। ଗତକାଲି ୧୯ ରନ୍‌ କରି ଅପରାଜିତ ଥିବା ଏ.ପି.ତାରେ ୮୩ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ ୭୩, ଏ. ନାୟର ୫୮ ଏବଂ ସରଦୁଲ ୫୨ ରନ୍‌ କରିଥିଲେ।

ତାମିଲନାଡୁ ପକ୍ଷରୁ ଭି. ଶଙ୍କର ୪ଟି ଏବଂ ବି. ଅପରାଜିଥ୍‌ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା ତାମିଲନାଡୁ ପ୍ରଥମ ପାଳିରେ ୩୦୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

Related story