ବିରାଟଙ୍କ ନାଁରେ ଯୋଡ଼ି ହେଲା ନିଆରା ରେକର୍ଡ; କପିଲ୍‌, ସଚିନ୍ ଓ ଧୋନିଙ୍କ ଭାଗ୍ୟରେ ଜୁଟି ନଥିଲା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ମେଲବର୍ଣ୍ଣରେ ବକ୍ସିଂ ଡେ’ (ଡିସେମ୍ବର ୨୬)ରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ଘରୋଇ ଦଳକୁ ୧୩୭ ରନ୍‌ରେ ହରାଇଛି। ଏହା ସହିତ ଅଷ୍ଟ୍ରେଲିଆରେ ଭାରତର ସପ୍ତମ ଥର ପାଇଁ ଏକ ଟେଷ୍ଟ୍ ମ୍ୟାଚ୍ ଜିତିଛି। ତେବେ ବକ୍ସିଂ ଡେ’ରେ ଆରମ୍ଭ ହୋଇଥିବା ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇଛି। ଏହା ପୂର୍ବରୁ ଭାରତ କେବଳ ଦକ୍ଷିଣ ଆଫ୍ରିକାରେ ବକ୍ସିଂ […]

virat

Jitendra Garnayak
  • Published: Sunday, 30 December 2018
  • , Updated: 30 December 2018, 10:34 AM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ମେଲବର୍ଣ୍ଣରେ ବକ୍ସିଂ ଡେ’ (ଡିସେମ୍ବର ୨୬)ରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ଘରୋଇ ଦଳକୁ ୧୩୭ ରନ୍‌ରେ ହରାଇଛି।

ଏହା ସହିତ ଅଷ୍ଟ୍ରେଲିଆରେ ଭାରତର ସପ୍ତମ ଥର ପାଇଁ ଏକ ଟେଷ୍ଟ୍ ମ୍ୟାଚ୍ ଜିତିଛି। ତେବେ ବକ୍ସିଂ ଡେ’ରେ ଆରମ୍ଭ ହୋଇଥିବା ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇଛି। ଏହା ପୂର୍ବରୁ ଭାରତ କେବଳ ଦକ୍ଷିଣ ଆଫ୍ରିକାରେ ବକ୍ସିଂ ଡେ’ ଟେଷ୍ଟ୍‌ ଜିତିଥିଲା।

ଅଷ୍ଟ୍ରେଲିଆରେ ଭାରତ ଏଥରକୁ ମିଶାଇ ମୋଟ ୮ ଥର ବକ୍ସିଂ ଡେ’ ଟେଷ୍ଟ୍ ଖେଳିଛି। ଆଉ ଏହା ହେଉଛି ପ୍ରଥମ ବିଜୟ। ସୂଚନାଯୋଗ୍ୟ, ବଡ଼ଦିନ ପର ଦିନ ଅର୍ଥାତ୍ ଡିସେମ୍ବର ୨୬କୁ ବକ୍ସିଂ ଡେ’ କୁହାଯାଏ।

ଭାରତ ଅଷ୍ଟ୍ରେଲିଆରେ ବକ୍ସିଂ ଡେ’ରେ ଖେଳିଥିବା ୮ଟି ଟେଷ୍ଟ୍ ମ୍ୟାଚ୍‌ରୁ ୫ଟିରେ ହାରିଥିବା ବେଳେ ଦୁଇଟି ଡ୍ର’ ରହିଥିଲା। ଆଉ ଗୋଟିକରେ ବିଜୟ ହୋଇଛି, ଯାହା ଆଜି ମିଳିଛି। ଆଉ ଏହି ସଫଳତା ମିଳିଛି ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌କୁ। ଅଧିନାୟକ ଭାବେ ବିରାଟଙ୍କର ଏହା ଏକ ନିଆରା ରେକର୍ଡ। କାରଣ ପୂର୍ବରୁ ଅଷ୍ଟ୍ରେଲିଆରେ କୌଣସି ଭାରତୀୟ ଅଧିନାୟକଙ୍କ ଭାଗ୍ୟରେ ଏହା ଜୁଟି ନଥିଲା।

[caption id="attachment_318639" align="aligncenter" width="750"] ବିରାଟ ଓ ତାଙ୍କ ଟିମ୍‌[/caption]

୧୯୮୫ ମସିହାରେ ପ୍ରଥମ ଥର ପାଇଁ ଭାରତ ଅଷ୍ଟ୍ରେଲିଆରେ ବକ୍ସିଂ ଡେ’ ଟେଷ୍ଟ୍ ଖେଳିବାର ସୁଯୋଗ ପାଇଥିଲା। ସେତେବେଳେ କପିଲ ଦେବ୍ ଥିଲେ ଦଳର ଅଧିନାୟକ। ଏହି ମ୍ୟାଚ୍ ଡ୍ର’ ରହିଥିଲା।

ଏହାପରେ ୧୯୯୧ରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଦଳ ଅଷ୍ଟ୍ରେଲିଆରେ ବକ୍ସିଂ ଡେ’ ଟେଷ୍ଟ୍ ଖେଳିଥିଲା ଓ ୮ ୱିକେଟ୍‌ରେ ହାରିଥିଲା।

୧୯୯୯ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ବକ୍ସିଂ ଡେ’ ଟେଷ୍ଟ୍ ଖେଳିଥିଲା ଓ ୧୮୦ ରନ୍‌ରେ ହାରିଥିଲା।

୨୦୦୩ରେ ଅଷ୍ଟ୍ରେଲିଆରେ ବକ୍ସିଂ ଡେ’ ଟେଷ୍ଟରେ ବୀରେନ୍ଦ୍ର ସେହୱାଗ ୧୯୫ ରନ୍ କରିଥିଲେ। କିନ୍ତୁ ପଣ୍ଟିଂ ଦ୍ୱିଶତକ ମାରି ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ।

୨୦୦୭ରେ ଅନୀଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଟିମ୍ ଅଷ୍ଟ୍ରେଲିଆରେ ବକ୍ସିଂ ଡେ’ ଟେଷ୍ଟ୍ ଖେଳିଥିଲା ଓ ୩୩୭ ରନ୍‌ରେ ହାରିଥିଲା।

୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ୧୨୨ ରନ୍‌ରେ ବକ୍ସିଂ ଡେ’ ଟେଷ୍ଟ୍ ହାରି ଯାଇଥିଲା।

୨୦୧୪ରେ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ବକ୍ସିଂ ଡେ’ ଟେଷ୍ଟ୍ ଖେଳିଥିଲା ଓ ଏହାକୁ ଡ୍ର’ ରଖିଥିଲା।

ଆହୁରି ପଢ଼ନ୍ତୁ- ବକ୍ସିଂ ଡେ’ ଟେଷ୍ଟ କାହିଁକି?

ତଥ୍ୟ ସହାୟତା- ଇଣ୍ଡିଆ ଟୁଡେ

Related story