ବିଜୟଠୁ ୪ ୱିକେଟ୍ ଦୂରରେ ଆଫଗାନିସ୍ତାନ

ଚଟ୍ଟୋଗ୍ରାମ୍: ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନ ବିଜୟଦ୍ୱାରରେ ପହଞ୍ଚିଛି। ଆଫଗାନିସ୍ତାନ ଦ୍ୱାରା ଧାର୍ଯ୍ୟ ୩୯୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ବିନିମୟରେ ୧୩୬ ରନ୍ କରିଛି। ଯଦି ରବିବାର ବର୍ଷା ମ୍ୟାଚରେ ବାଧା ସୃଷ୍ଟି ନକରିଥାନ୍ତା, ତାହେଲେ ହୁଏତ ଆଫଗାନିସ୍ତାନ ବିଜୟ ହାସଲ କରିଥାନ୍ତା। ବର୍ଷା ଯୋଗୁ ଆଜି ପ୍ରାୟ ୩୫ ଓଭର୍ ଖେଳ ବାଧାପ୍ରାପ୍ତ ହୋଇଛି। ଷ୍ଟମ୍ପ ଅପସାରଣ […]

afghan

afghan

Ranjit Kumar Jena
  • Published: Sunday, 08 September 2019
  • Updated: 08 September 2019, 05:54 PM IST

Sports

Latest News

ଚଟ୍ଟୋଗ୍ରାମ୍: ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନ ବିଜୟଦ୍ୱାରରେ ପହଞ୍ଚିଛି। ଆଫଗାନିସ୍ତାନ ଦ୍ୱାରା ଧାର୍ଯ୍ୟ ୩୯୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ବିନିମୟରେ ୧୩୬ ରନ୍ କରିଛି। ଯଦି ରବିବାର ବର୍ଷା ମ୍ୟାଚରେ ବାଧା ସୃଷ୍ଟି ନକରିଥାନ୍ତା, ତାହେଲେ ହୁଏତ ଆଫଗାନିସ୍ତାନ ବିଜୟ ହାସଲ କରିଥାନ୍ତା।

ବର୍ଷା ଯୋଗୁ ଆଜି ପ୍ରାୟ ୩୫ ଓଭର୍ ଖେଳ ବାଧାପ୍ରାପ୍ତ ହୋଇଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ସାକିବ୍ ଅଲ୍ ହାସନ୍ ୩୯ ଓ ସୌମ୍ୟ ସରକାର କୌଣସି ରନ୍ ନକରି ଅପରାଜିତ ରହିଛନ୍ତି। ବାଂଲାଦେଶକୁ ମ୍ୟାଚ୍ ଜିତିବା ପାଇଁ ଆହୁରି ୨୬୨ ରନ୍ ଆବଶ୍ୟକ ହେଉଥିବା ବେଳେ ଆଫଗାନିସ୍ତାନ ଐତିହାସିକ ବିଜୟରୁ ମାତ୍ର ୪ ୱିକେଟ୍ ଦୂରରେ ଅଛି। ଏଭଳି ସ୍ଥିତିରେ ବାଂଲାଦେଶକୁ କେବଳ ବର୍ଷା ହିଁ ପରାଜୟରୁ ରୋକି ପାରିବ।

ଚତୁର୍ଥ ଦିସବରେ ୨୩୭/୮ରୁ ଖେଳ ଆରମ୍ଭ କରିଥିବା ଆଫଗାନିସ୍ତାନ ଦ୍ୱିତୀୟ ଇନିଂସରେ ୨୬୦ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଫସର୍ ଜାଜାଇ ୪୮ ରନ୍ କରି ଅପରାଜିତ ରହିଥିବା ବେଳେ ୟାମିନ୍ ଅହମ୍ମଦଜାଇ ୯ ଓ ଜାହିର୍ ଖାନ୍ କୌଣସି ରନ୍ କରି ଆଉଟ୍ ହୋଇଥିଲେ। ବାଂଲାଦେଶ ପକ୍ଷରୁ ସାକିବ୍ ଅଲ୍ ହାସନ୍ ୩ଟି ୱିକେଟ୍ ନେଇଥିବା ବେଳେ ମେହିଦି ହାସନ୍ ମିରାଜ, ତାଇଜୁଲ୍ ଇସଲାମ୍ ଓ ନୟିମ୍ ହାସନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୩୯୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲା। ଦୁଇ ଓପ୍ନର ଲିଟନ୍ ଦାସ (୯) ଓ ଶାଦମାନ୍ ଇସଲାମ୍ (୪୦) ପ୍ରଥମ ୱିକେଟ୍ ପାଇଁ ୩୦ ରନ୍ ଯୋଡ଼ିଥିଲେ। ଲିଟନ୍ ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ଏବଂ ତାଙ୍କୁ ଜାହିର୍ ଖାନ୍ ଆଉଟ୍ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ମୋସାଡିକ୍ ହୋସେନ୍ (୧୨) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ଅଭିଜ୍ଞ ମୁଶଫିକର୍ ରହିମ୍ (୨୩), ମୋମିନୁଲ୍ ହକ୍ (୩) ଓ ମହମଦୁଲ୍ଲା (୭) ନିରାଶ କରିଥିଲେ। ଶାଦମାନ୍ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ ହେଁ, ତାଙ୍କୁ ମହମ୍ମଦ ନବି ଆଉଟ୍ କରିବାରେ ସଫଳ ହୋଇଥିଲେ। ବାଂଲାଦେଶକୁ ମ୍ୟାଚ୍ ଜିତିବାକୁ ହେଲେ ସାକିବ୍ ଓ ସୌମ୍ୟ ସରକାରଙ୍କୁ ଅବିଶ୍ୱସନୀୟ ବ୍ୟାଟିଂ କରିବାକୁ ପଡ଼ିବ। ଆଫଗାନିସ୍ତାନ ପକ୍ଷରୁ କ୍ୟାପଟେନ୍ ରଶିଦ୍ ଖାନ୍ ୩ଟି, ଜାହିର୍ ଖାନ୍ ୨ଟି ଓ ନବି ଗୋଟିଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos